ନୂଆଦିଲ୍ଲୀ: PNB ଘୋଟାଲା ମାମଲାରେ ଅଭିଯୁକ୍ତ ମେହୁଲ ଚୋକସିର ଜାମିନ ଆବେଦନ ଖାରଜ । ଡୋମିନିକାର ଏକ ମାଜିଷ୍ଟ୍ରେଟ୍ କୋର୍ଟ ପଳାତକ ମେହୁଲ ଚୋକସିର ଦେଶରେ ବେଆଇନ ପ୍ରବେଶ ମାମଲାକୁ ପ୍ରତ୍ୟାଖାନ କରିଛନ୍ତି ।
କିଛିଦିନ ପୂର୍ବରୁ ଆଣ୍ଟିଗୁଆରୁ ଫେରାର ହୋଇ ଡୋମିନିକା ପହଞ୍ଚିଥିବା ମେହୁଲ ଚୋକସିଙ୍କୁ ଭାରତ ଆଣିବା ନେଇ ସେଠାକାର ସ୍ଥାନୀୟ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ମେହୁଲଙ୍କୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ଏନେଇ ଗତକାଲି ଡୋମିନିକା କୋର୍ଟରେ ଶୁଣାଣି ହୋଇଥିଲା । ମାତ୍ର ଏନେଇ କିଛି ନିଷ୍ପତ୍ତି ନିଆଯାଇ ନଥିଲା । ତାଙ୍କୁ ଆଣ୍ଟିଗୁଆ ପଠାଯିବ କି ଭାରତ ସେ ରାସ୍ତା ଏଯାଏଁ ସଫା ହୋଇନାହିଁ । ଏନେଇ କୋର୍ଟଙ୍କ ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କ ନଜର । ଆଜି (ଗୁରୁବାର) ମେହୁଲ ଚୋକସିଙ୍କ ଜାମିନ ଆବେଦନର ଶୁଣାଣି କରି ଆବେଦନକୁ ଖାରଜ କରିଛନ୍ତି ଡୋମିନିକା କୋର୍ଟ ।