ଓଡିଶା

odisha

ETV Bharat / bharat

ଅତିକ ଭଳି ଅନେକଙ୍କ ୟୁପି ପୋଲିସ କଷ୍ଟଡିରେ ଯାଇଛି ଜୀବନ, ଜାଣନ୍ତୁ କିଏ ସେହି ମାଫିଆ - ଉତ୍ତରପ୍ରଦେଶ ପୋଲିସ

ଗ୍ୟାଙ୍ଗଷ୍ଟାର ଅତିକ ଓ ତାର ଭାଇ ଅଶ୍ରଫକୁ ପୋଲିସ କଷ୍ଟଡିରେ ହତ୍ୟା କରାଯାଇଛି । ତେବେ ଉତ୍ତରପ୍ରଦେଶରେ ଏହା ପ୍ରଥମ ଘଟଣା ନୁହେଁ । ଆଗରୁ ମଧ୍ୟ ପୋଲିସ କଷ୍ଟଡିରେ ଅନେକ ମାଫିଆଙ୍କ ହତ୍ୟା ହୋଇଛି । ଜାଣନ୍ତୁ କିଏ ସେହି ମାଫିଆ

Etv Bharat
Etv Bharat

By

Published : Apr 16, 2023, 8:36 PM IST

ଲକ୍ଷ୍ନୌ:ଦୀର୍ଘ ୩୫ବର୍ଷ ଧରି ଉତ୍ତରପ୍ରଦେଶରେ ମାଫିଆଗିରି କରିଆସୁଥିବା ଅତିକର ମାତ୍ର ୧୫ ସେକେଣ୍ଡରେ ହୋଇଛି ଦି ଏଣ୍ଡ । ଗ୍ୟାଙ୍ଗଷ୍ଟାରକୁ ଗ୍ୟାଙ୍ଗଷ୍ଟାର ଶୈଳୀରେ ଆସି ମୃତ୍ୟୁର ଦ୍ବାରକୁ ଠେଲି ଦେଇଛନ୍ତି ୩ ଦୁର୍ବୃତ୍ତ । ହେଲେ ସବୁଠୁ ବଡ଼ କଥା ହେଉଛି ଏହି ଗ୍ୟାଙ୍ଗଷ୍ଟାରଙ୍କ ହାତରେ ଲାଗିଥିଲା ଶିକୁଳି ଓ ସେମାନେ ଥିଲେ ପୋଲିସ କଷ୍ଟଡ଼ିରେ । ସାଥୀରେ ପ୍ରାୟ ୧୮ଜଣ ପୋଲିସ କର୍ମୀ ମଧ୍ୟ ମହଜୁଦ ଥିଲେ । ଏହି ସମୟରେ ଅତି ଭୟାନକ ଭାବେ ୨ ମାଫିଆ ଭାଇଙ୍କୁ ହତ୍ୟା କରାଯାଇଛି । ତେବେ ଉତ୍ତରପ୍ରଦେଶରେ ଏହା ପ୍ରଥମ ଘଟଣା ନୁହେଁ । ଆଗରୁ ମଧ୍ୟ ପୋଲିସ କଷ୍ଟଡିରେ ଅନେକ ମାଫିଆଙ୍କ ହତ୍ୟା ହୋଇଛି ।

ଅନ୍ନୁ ତ୍ରିପାଠୀର ଜେଲରେ ହୋଇଥିଲା ହତ୍ୟା:-ମାଫିଆ ମୁଖତାର ଅନସାରୀର ଜଣେ ଅନୁଗାମୀ ଥିଲା ଅନ୍ନୁ ତ୍ରିପାଠୀ । ଯାହାର ନାମ ଶୁଣି ଭୟରେ ଥରି ଯାଉଥିଲେ ବ୍ୟବସାୟୀ । ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ତାର ରାଜ ଥିଲା । ସେ ଡରାଇ ଧମକାଇ ସମସ୍ତଙ୍କୁ ନିଜ ଅକ୍ତିଆରରେ ରଖିଥିଲା । ହେଲେ ଏହି ମାଫିଆକୁ ତାର ଅନୁଗାମୀ ହିଁ ଶେଷରେ ହତ୍ୟା କରିଥିଲା । ୨୦୦୫ ମସିହା ମାର୍ଚ୍ଚ ୨ ତାରିଖରେ ସେଣ୍ଟ୍ରାଲ ଜେଲ ବାରାଣାସୀର ବାରାକରେ ତାର ଅନୁଗାମୀ ସନ୍ତୋଷ ଓରଫ କିଟ୍ଟୁ ହତ୍ୟା କରିଥିଲା । ସେ ହଠାତ୍‌ ଅନ୍ନୁର ବାରାକ ମଧ୍ୟକୁ ପ୍ରବେଶ କରି ଆଖିବୁଜା ଗୁଳିମାଡ଼ କରିଥିଲା । ୨୦୦୪ ମସିହା ମାର୍ଚ୍ଚ ୧୩ ତାରିଖରେ ଜେଲରେ ବନ୍ଦୀ ଥିବା ପାର୍ଷଦ ବଂଶୀ ଯାଦବଙ୍କୁ ଯେଉଁ ଷ୍ଟାଇଲରେ ଅନ୍ନୁ ହତ୍ୟା କରିଥିଲା ତାର ମଧ୍ୟ ସେପରି ଜୀବନ ଯାଇଥିଲା ।

ଏହା ବି ପଢନ୍ତୁ- Atiq News: ପୁଅ କବର ପାର୍ଶ୍ବରେ ଅତିକ ଓ ଅଶ୍ରଫକୁ ଦିଆଯିବ କବର

ବାଗପତ ଜେଲରେ ବଜରଙ୍ଗୀର ହତ୍ୟା:-ମାଫିଆ ମୁଖତାର ଅନସାରୀ ଅନ୍ୟ ଜଣେ ଖାସ ସୁଟର ମୁନ୍ନା ବଜରଙ୍ଗୀକୁ ଜେଲ୍‌ରେ ହତ୍ୟା କରାଯାଇଥିଲା । ଉତ୍ତରପ୍ରଦେଶର ପଶ୍ଚିମ ଓ ପୂର୍ବାଞ୍ଚଳରେ ମୁନ୍ନାର ନାଁ ଶୁଣି ସମସ୍ତେ ଭୟଭୀତ ହୋଇପଡୁଥିଲେ । ମୁନ୍ନାର ହତ୍ୟା ୨୦୧୮ ମସିହା ବାଗପତ ଜେଲ୍‌ରେ ହୋଇଥିଲା । ୨୦୧୮ ଜୁଲାଇ ମାସରେ ଏକ ମାମଲାର ଶୁଣାଣି ଲାଗି ମୁନ୍ନାକୁ ବାଗପତ ଜେଲକୁ ଅଣାଯାଇଥିଲା । ଏଠାରେ କିଛି ଅନ୍ୟ କଏଦୀଙ୍କ ସହିତ ମୁନ୍ନାର ଜୋରଦାର ମତଭେଦ ହୋଇଥିଲା । ଏହାପରେ କଏଦୀମାନେ ମୁନ୍ନା ଉପରେ ଗୁଳିମାଡ଼ କରିଥିଲେ । ଫଳରେ ତାର ମୃତ୍ୟୁ ଘଟିଥିଲା ।

କୋର୍ଟରେ ମଧ୍ୟ ଘଟିଛି ଅପରାଧୀଙ୍କ ହତ୍ୟା:-୨୦୧୫ ମସିହାରେ ମୁରାଦାବାଦ କୋର୍ଟ ପରିସରରେ ପଶ୍ଚିମାଞ୍ଚଳର ମାଫିଆ ଯୋଗେନ୍ଦ୍ର ସିଂ ଓରଫ ଭୁରାକୁ ଅଣାଯାଇଥିଲା । ଭୁରାକୁ କଡ଼ା ସୁରକ୍ଷାର ସହିତ କୋର୍ଟକୁ ଅଣାଯାଉଥିଲା । ଏହାପରେ ମଧ୍ୟ ଯୋଗେନ୍ଦ୍ରର କିଛି ଲୋକ ତା' ଉପରେ ଗୁଳିମାଡ଼ କରିଥିଲେ । ଏହାପରେ ତାର ମୃତ୍ୟୁ ଘଟିଥିଲା । ୨୦୧୯ ଡିସେମ୍ବର ୧୭ ତାରିଖରେ ବିଜନୌର କୋର୍ଟରେ ହାଜର ଲାଗି ତିହାଡ଼ ଜେଲରୁ ଅପରାଧୀ ଶାହନବାଜ ଓ ଜବାରକୁ ଅଣାଯାଇଥିଲା । ପୋଲିସ ଯେତେବେଳେ ଏହି ୨ ଅପରାଧୀଙ୍କୁ ଜଜଙ୍କ ସାମ୍ନାକୁ ନେଉଥିଲା, ଏହି ସମୟରେ ଭିଡ଼ ମଧ୍ୟରୁ ୩ଜଣ ସେମାନଙ୍କ ଉପରେ ଗୁଳିମାଡ଼ କରିଥିଲେ । ଏମିତି ହୋଇଥିଲା ଶାହନବାଜ ଓ ଜବାର ହତ୍ୟା ।

ABOUT THE AUTHOR

...view details