ଓଡିଶା

odisha

ETV Bharat / bharat

Tamil Nadu Fake Video: ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବିରୋଧରେ ଲାଗିଲା NSA - ମନୀଷ କଶ୍ୟପଙ୍କ ବଢିଲା ଅଡୁଆ

ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ବଢିଲା ଅଡୁଆ । ତାଙ୍କ ବିରୋଧରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ଅଧୀନରେ ମାମଲା ରୁଜୁ କଲା ମଦୁରାଇ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 6, 2023, 10:14 PM IST

ପାଟନା:ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କୁ ଆକ୍ରମଣ ନେଇ ମିଥ୍ୟା ଭିଡିଓ ପୋଷ୍ଟ କରିବା ଘଟଣା । ବିହାର ୟୁଟ୍ୟୁବର ମନୀଷ କଶ୍ୟପଙ୍କ ଲାଗି ବଢିଲା ଅଡୁଆ । ଗୋଟିଏ ପଟେ ତାଙ୍କୁ କୋର୍ଟରୁ ଜାମିନ ମିଳିନଥିବା ବେଳେ ଏପଟେ ତାମିଲନାଡୁ ମଦୁରାଇ ପୋଲିସ ତାଙ୍କ ବିରୋଧରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ଅଧୀନରେ ମାମଲା ରୁଜୁ କରିଛି । ଯାହାଦ୍ବାରେ ସେ ଜେଲରୁ ମୁକିଳିବା ପ୍ରାୟତଃ ସମ୍ଭବପର ନୁହେଁ । ଏବେ ମନୀଷ ନ୍ୟାୟିକ ହେପାଜତରେ ରହିଛନ୍ତି ।

ବୁଧବାର ମଦୁରାଇ କୋର୍ଟ ବିବାଦୀୟ ୟୁଟ୍ୟୁବର ମନୀଷଙ୍କୁ ଏପ୍ରିଲ ୧୯ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଇ ଦେଇଛନ୍ତି । ଏ ନେଇ ମଦୁରାଇ ପୋଲିସ କହିଛି ଯେ ତାମିଲନାଡୁରେ ବିହାରର କିଛି ଶ୍ରମିକଙ୍କୁ ଆକ୍ରମଣ କରାଯାଉଥିବା ନେଇ ସେ ଯେଉଁ ମିଥ୍ୟା ଭିଡିଏ ପୋଷ୍ଟ କରିଥିଲେ, ସେଥିଲାଗି ତାଙ୍କ ବିରୋଧରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ ଲଗାଯାଇ ତାଙ୍କୁ ହେପାଜତରେ ରଖାଯାଇଛି । ଏହାପରେ ତାଙ୍କୁ ଏ ନେଇ ପଚରାଉଚରା କରାଯିବ । ସେପଟେ ବିହାରରେ ମଧ୍ୟ ମନୀଷଙ୍କ ବିରୋଧରେ ୨ ଦିନ ପୂର୍ବରୁ ଆର୍ଥିକ ଅପରାଧ ୱିଙ୍ଗ ୪ର୍ଥ ଥର ଲାଗି ମାମଲା ରୁଜୁ କରିଥିଲା ।

ଏହା ବି ପଢନ୍ତୁ-ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ ଭିଡିଓ ଭାଇରାଲ ମାମଲା: ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କଲେ ମନୀଷ କଶ୍ୟପ

ଏହି ନୂଆ କେସରେ ମନୀଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ନିଜର ଏକ ପୁରୁଣା ଭିଡିଓକୁ ନେଇ ଫସିଛନ୍ତି ମନୀଷ । ଉକ୍ତ ଭିଡିଓରେ ସେ ମହାତ୍ମା ଗାନ୍ଧୀଙ୍କ ଦେହାନ୍ତ ବେଳେ ଖୁସି ମନାଇବା ଲାଗି କହୁଥିବା ଦେଖିବାକୁ ମିଳିଛି । ସୂଚନା ଥାଉ କି ମନୀଷ କଶ୍ୟପଙ୍କ ବିରୋଧରେ ତାମିଲନାଡୁ ମାମଲା ସମେତ ଅନେକ ମାମଲା ରୁଜୁ ହୋଇଛି । ଶ୍ରମିକଙ୍କୁ ନେଇ କରିଥିବା ଭିଡିଓଟି ମିଥ୍ୟା ବୋଲି ଜଣାପଡ଼ିବା ପରେ ପୋଲିସ ମନୀଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଆରେଷ୍ଟ ୱାରେଣ୍ଟ ଜାରି ହେବା ପରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଫେରାର ହେଉଥିଲେ ସେ । ଏହାପରେ ସେ ଗତ ମାର୍ଚ୍ଚ ୧୮ ତାରିଖରେ ବିହାର ଜଗଦୀଶପୁର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ ।

ଜଗଦୀଶପୁର ପୋଲିସ ଷ୍ଟେସନରୁ ମାତ୍ର ୨୦କିମି ଦୂରରେ ଥିବା ଆରେଜରୁ ଏକ କାରରେ ବସି ଷ୍ଟେସନ୍‌ରେ ପହଞ୍ଚିଥିଲେ । ଏହାପରେ ସେ ପୂର୍ବରୁ ତାଙ୍କ ସମର୍ଥକଙ୍କୁ ମଧ୍ୟ ଆତ୍ମସମର୍ପଣ ନେଇ କହିଥିଲେ । ପୋଲିସ ଷ୍ଟେସନ ପହଞ୍ଚିବା ପରେ ସେ ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ କରିଥିବା ଦେଖିବାକୁ ମିଳିଥିଲା । ଏ ନେଇ ସେ ସୋସିଆଲ ମିଡିଆରେ ସୂଚନ ଦେବା ପରେ ପୋଲିସ ଷ୍ଟେସନ ନିକଟରେ ଧୀରେଧୀରେ ଲୋକଙ୍କ ଗହଳି ଜମିଥିଲା । ଏହାପରେ ତାଙ୍କ ସମର୍ଥକମାନେ ନାରାବାଜି କରିବା ପରେ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ।

ABOUT THE AUTHOR

...view details