ଓଡିଶା

odisha

ETV Bharat / bharat

ମେଡିକାଲ କଲେଜରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସଂରକ୍ଷଣକୁ ସ୍ବୀକୃତି ଦେଲେ ମାଡ୍ରାସ ହାଇକୋର୍ଟ - ମେଡିକାଲ କଲେଜରେ ସରକାରୀ ଶିକ୍ଷାର୍ଥୀଙ୍କ ପାଇଁ ୭.୫% କୋଟାକୁ ସ୍ବୀକୃତି

ତାମିଲନାଡ଼ୁ ମେଡିକାଲ କଲେଜ ଗୁଡ଼ିକରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମ ନାମଲେଖା ପାଇଁ ୭.୫ ପ୍ରତିଶତ କୋଟା ବ୍ୟବସ୍ଥାକୁ ସମର୍ଥନ କରିଛନ୍ତି ମାଡ୍ରାସ ହାଇକୋର୍ଟ । ଅଧିକ ପଢନ୍ତୁ

ମେଡିକାଲ କଲେଜରେ ସରକାରୀ ଶିକ୍ଷାର୍ଥୀଙ୍କ ପାଇଁ ୭.୫% କୋଟାକୁ ସ୍ବୀକୃତି ଦେଲେ ମାଡ୍ରାସ ହାଇକୋର୍ଟ
ମେଡିକାଲ କଲେଜରେ ସରକାରୀ ଶିକ୍ଷାର୍ଥୀଙ୍କ ପାଇଁ ୭.୫% କୋଟାକୁ ସ୍ବୀକୃତି ଦେଲେ ମାଡ୍ରାସ ହାଇକୋର୍ଟ

By

Published : Apr 8, 2022, 3:16 PM IST

ଚେନ୍ନାଇ:ତାମିଲନାଡ଼ୁ ମେଡିକାଲ କଲେଜ ଗୁଡ଼ିକରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମ ନାମଲେଖା ପାଇଁ ୭.୫ ପ୍ରତିଶତ କୋଟା ବ୍ୟବସ୍ଥାକୁ ସମର୍ଥନ କରିଛନ୍ତି ମାଡ୍ରାସ ହାଇକୋର୍ଟ । ଡାକ୍ତରୀ ଆଡମିଶନରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ କୋଟା ସୁପାରିଶ କରିବାକୁ ଏକ ବିଶେଷଜ୍ଞ କମିଟିଙ୍କ ପରାମର୍ଶ ଅନୁଯାୟୀ ହାଇକୋର୍ଟ ମଧ୍ୟ ପାଞ୍ଚ ବର୍ଷ ମଧ୍ୟରେ କୋଟା ସମୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅକ୍ଟୋବର 2020 ରେ AIADMK ସରକାର କୋଟା ବ୍ୟବସ୍ଥାର ପ୍ରଚଳନ କରିଥିଲେ । ସରକାରୀ ସ୍କୁଲରେ ପଢ଼ିଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ ଶିକ୍ଷା ପାଇଁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରିବାକୁ ଏହି ସରକାର ଏକ ବିଲ୍ ପାସ କରିଥିଲେ। ଏହି ବିଲ୍‌ଟି ଏବେ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କ ପାଖରେ ରହିଛି। ତେବେ କୋଟାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଅନେକ ମାମଲା ରୁଜୁ ହୋଇଥିଲା। ଶାସକଦଳ ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ ପକ୍ଷରୁ କୁହାଯାଇଛି ଯେ ଏହି କୋଟା ବ୍ୟବସ୍ଥା ଆର୍ଥିକ ଦୁର୍ବଳ ବର୍ଗର ମେଡିକାଲ ଆଶାୟୀଙ୍କ ସ୍ବପ୍ନକୁ ସାକାର କରିବ।

କୋଟାର ସମୀକ୍ଷା କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବା ସହ ସରକାରୀ ସ୍କୁଲ ଗୁଡ଼ିକରେ ଶିକ୍ଷା ମାନର ଉନ୍ନତି ପାଇଁ ପରାମର୍ଶ ଦିଆଯାଇଛି । ଏହି ଶୁଣାଣି ସମୟରେ ସରକାର କହିଛନ୍ତି ଯେ ଡାକ୍ତରୀ ଆଡମିଶନରେ ଗ୍ରାମାଞ୍ଚଳ-ସହରାଞ୍ଚଳ ଏବଂ ଧନୀ-ଗରିବ ବିଭାଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏହି କୋଟା ଉଦ୍ଦିଷ୍ଟ ।

ଯେଉଁମାନେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ପଢ଼ିଥିବେ ଏବଂ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ କୋଟା ପାଇଁ ଯୋଗ୍ୟ ବିବେଚିତ ହେବେ।

ABOUT THE AUTHOR

...view details