ଓଡିଶା

odisha

ETV Bharat / bharat

NEET ପରୀକ୍ଷା ଦେବାକୁ ଅନୁମତି ମାଗିଥିଲେ ନାବାଳିକା, ଖାରଜ କଲେ ହାଇକୋର୍ଟ - Madras HC

NEET ପରୀକ୍ଷା ପାଇଁ ଆବେଦନ କରିଥିବା ୧୬ ବର୍ଷିୟା ନାବାଳିକାଙ୍କ ଯାଚିକା ଖାରଜ କଲେ ମାଡ୍ରାସ ହାଇକୋର୍ଟ । ତେବେ NEET ପରୀକ୍ଷା ପାଇଁ ସର୍ବନିମ୍ନ ବୟସ 17 ବର୍ଷ ହେବା ଆବଶ୍ୟକ । ଅଧିକ ପଢନ୍ତୁ...

16 ବର୍ଷିୟା ନାବାଳିକାର NEET ପରୀକ୍ଷା ପାଇଁ କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ
16 ବର୍ଷିୟା ନାବାଳିକାର NEET ପରୀକ୍ଷା ପାଇଁ କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ

By

Published : Sep 8, 2021, 12:55 PM IST

ଚେନ୍ନାଇ: NEET ପରୀକ୍ଷା ପାଇଁ ଆବେଦନ କରିଥିବା ୧୬ ବର୍ଷିୟା ନାବାଳିକାଙ୍କ ଯାଚିକା ଖାରଜ କଲେ ମାଡ୍ରାସ ହାଇକୋର୍ଟ । NEET ପରୀକ୍ଷା ପାଇଁ ସର୍ବନିମ୍ନ ବୟସ 17 ବର୍ଷ ହେବା ଆବଶ୍ୟକ ହୋଇଥିବାରୁ ମଙ୍ଗଳବାର ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ ।

ମାଡ୍ରାସ୍ ହାଇକୋର୍ଟ ଜଷ୍ଟିସ୍ ପୁଷ୍ପା ସଥ୍ୟନାରାୟଣ ଏବଂ କ୍ରୀଷ୍ଣାନ ରାମାସାମୀଙ୍କ ମିଳିତ ଖଣ୍ଡପୀଠ କହିଛନ୍ତି ଯେ, ନ୍ୟାସନାଲ ମେଡିକାଲ୍ କମିଶନ (NMC) ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ବାରା ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ। ମେଡିକାଲ ପାଠ୍ୟକ୍ରମରେ ଯୋଗଦେବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ତରର ପରିପକ୍ବତା ଆବଶ୍ୟକ ବୋଲି ସେମାନେ NTA ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ପରାମର୍ଶଦାତା ଜି ରାଜାଗୋପାଲନଙ୍କ ସହ ସହମତ ହୋଇଥିଲେ।

ଆବେଦନକାରୀ ଛାତ୍ରୀ, ଏସ.ପି. ଶ୍ରୀ ହରିଣୀ 4 ମଇ 2005 ରେ କୁମ୍ବକୋନାମରେ ଜନ୍ମଗ୍ରହଣ କରିଥିଲେ। ପାଠରେ ସେ ଏତେମାତ୍ରାରେ ପ୍ରତିଭାଶାଳୀ ଯେ ତାଙ୍କୁ ସପ୍ତମ ଶ୍ରେଣୀରୁ ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଥିଲା ଆଉ ନବମରୁ ସେ ଉତ୍ତୀର୍ଣ୍ଣ ହୋଇ ଦ୍ବାଦଶ ପରୀକ୍ଷା ଦେଇ ପାସ କରିଥିଲେ । ତେବେ ମାଡ୍ରାସ କୋର୍ଟ ନିଟ ପରୀକ୍ଷା ପାଇଁ ଯାଚିକା ଖାରଜ କରିବା ପରେ ତାଙ୍କ ଓକିଲ କହିଛନ୍ତି ଯେ, ଆବେଦନକାରୀ ବୟସ ସମୟ ସୀମାକୁ ଚ୍ୟାଲେଞ୍ଜ କରି ନାହିଁ, ବରଂ ନିଜ ଶିକ୍ଷାଗତ ଯୋଗ୍ୟତାକୁ ଆଧାର କରି ଏହି ଅନୁମତି ଚାହୁଁଛି, ଏହା ପୂର୍ବରୁ CBSE ମଧ୍ୟ ଦ୍ବାଦଶ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ଦେଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details