ଭୋପାଳ:ସ୍ପଷ୍ଟ ହେଉଛି ମଧ୍ୟପ୍ରଦେଶ ଚିତ୍ର । ମଧ୍ୟପ୍ରଦେଶରେ ପୁଣି ଶିବରାଜ ସରକାର ଗଢିବାକୁ ଯାଉଛି । ବିଜେପି ସପକ୍ଷରେ ମଧ୍ୟପ୍ରଦେଶ ଜନାଦେଶ ଏକ ପ୍ରକାର ନିଶ୍ଚିନ୍ତ । ମଧ୍ୟପ୍ରଦେଶ ସମେତ 4 ରାଜ୍ୟରେ ନିର୍ବାଚନ ପରିଣାମ ଆସିଛି । ମଧ୍ୟପ୍ରଦେଶ ବୃହତ୍ତ ବିଜୟ ହାସଲ କରିଛି ବିଜେପି । ଏମପିରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହେବ ବୋଲି କୁହାଯାଉଥିଲା । ମାତ୍ର ଗଣତି ଆରମ୍ଭରୁ ହିଁ ବିଜେପି ଆଗରେ ଥିଲା । ନିର୍ବାଚନରେ ଶିବରାଜ ଓ କମଳନାଥଙ୍କ ମଧ୍ୟରେ ମଧ୍ୟପ୍ରଦେଶବାସୀ କମଳନାଥଙ୍କୁ ବାଛିଛନ୍ତି । କମଳନାଥ ଛିନ୍ଦୱାଡା ଆସନରେ ବିଜୟ ହାସଲ କରିଛନ୍ତି ଦେଲେ ମଧ୍ୟପ୍ରଦେଶରେ ତାଙ୍କର ପରାସ୍ତ ହୋଇଛି ।
2018ରେ ସଞ୍ଜିବନୀ ସାଜିଥିଲେ କମଲନାଥ:ଛିନ୍ଦୱାଡାକୁ ବିକାଶ ମଡେଲ କରି 2018ରେ କଂଗ୍ରେସକୁ କ୍ଷମତାକୁ ଆଣିଥିଲେ କମଲନାଥ । ମାତ୍ର ସିନ୍ଧିଆଙ୍କ ସମର୍ଥକ ବିଧାୟକଙ୍କ ବିଦ୍ରୋହ ପାଇଁ ତାଙ୍କୁ ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ । ପୁଣି ଥରେ କଂଗ୍ରେସକୁ ରାଜ୍ୟରେ କ୍ଷମତାକୁ ଆଣିବାକୁ ପ୍ରୟାସ କରିଥିଲେ ମାତ୍ର ମଧ୍ୟପ୍ରଦେଶ ଜନତା ତାଙ୍କ ପ୍ରତିଶ୍ରୁତି ଉପରେ ଭରସା କରିନାହାନ୍ତି ।
ମୁଖ୍ୟମନ୍ତ୍ରୀ ହେବା ଆଶାରେ ଥିଲେ କମଲନାଥ:ମଧ୍ୟପ୍ରଦେଶ ଜନତା କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରିନାହାନ୍ତି ସତ ମାତ୍ର ଛିନ୍ଦୱାଡାରେ ବିଜୟୀ ସେ ହୋଇଛନ୍ତି । ଆରମ୍ଭରୁ ହିଁ ଛିନ୍ଦୱାଡା ଆସନରେ ଆଗରେ ରହିଥିଲେ କମଲନାଥ । ଏହି ଆସନରେ 35 ହଜାର ଭୋଟରେ କମଲନାଥ ବିଜୟ ହାସଲ କରିଛନ୍ତି । ଛିନ୍ଦୱାଡା ଆସନରେ ନିଜ ଗଡ ବଞ୍ଚାଇଛନ୍ତି କମଲନାଥ ହେଲେ ଏହି ବିଜୟ ଫିକା ହୋଇଛି ।