ଓଡିଶା

odisha

ETV Bharat / bharat

ମମତାଙ୍କୁ ରାମାୟଣ ପଠାଇଲେ ବାଚସ୍ପତି - rameswar sharma send ramayan to mamata

ମଧ୍ୟପ୍ରଦେଶ ବିଧାନସଭାର କାମଚଳା ବାଚସ୍ପତି ଏବଂ ହୁଜୁର ବିଧାୟକ ରାମେଶ୍ବର ଶର୍ମା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାମାୟଣ ଗ୍ରନ୍ଥ ପଠାଇଛନ୍ତି । ଅଧିକ ପଢନ୍ତୁ...

ମମତାଙ୍କୁ ରାମାୟଣ ପଠାଇଲେ ବାଚସ୍ପତି
ମମତାଙ୍କୁ ରାମାୟଣ ପଠାଇଲେ ବାଚସ୍ପତି

By

Published : Jan 24, 2021, 9:22 PM IST

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାର କାମଚଳା ବାଚସ୍ପତି ଏବଂ ହୁଜୁର ବିଧାୟକ ରାମେଶ୍ବର ଶର୍ମା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାମାୟଣ ଗ୍ରନ୍ଥ ପଠାଇଛନ୍ତି । ଏହାର ସୂଚନା ସେ ନିଜେ ଟ୍ବିଟ କରି ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଅଯୋଧ୍ୟାରେ ବହୁତ ଦିନ ପରେ ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ତିଆରି ହେଉଥିବା ବେଳେ ଏହାକୁ ମମତା ବାନାର୍ଜୀ ସ୍ବୀକାର କରିପାରୁ ନାହାନ୍ତି ।

ଶର୍ମା କହିଛନ୍ତି ଯେ, ‘‘ମମତା ବାନାର୍ଜୀ ରାମ ନାମକୁ ଘୃଣା କରନ୍ତି । ମମତା ଦିଦି ମୋର ଆପଣଙ୍କୁ ପ୍ରାର୍ଥନା ଆପଣ ଜୟ ଶ୍ରୀରାମ କହିବା ଶିଖନ୍ତୁ । ଭଗବାନ ରାମଙ୍କ ବିରୋଧ କରିବା ବନ୍ଦ କରନ୍ତୁ । ବେଙ୍ଗଲରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀରାମଙ୍କ ଅପମାନ କରିଛନ୍ତି । ବେଙ୍ଗଲର ଜନତା ଆଗାମୀ ବିଧାନସଭା ନିର୍ବାଚନରେ ଆପଣଙ୍କୁ ଉଚିତ ଶିକ୍ଷା ଦେବେ ।’’

ସେ ଆହୁରି କହିଛନ୍ତି, ‘‘ମମତା ଦିଦି ଭଗବାନ ରାମଙ୍କ ନାମ ଜପନ୍ତୁ । ମୁଁ ରାମାୟଣର ଗୋଟିଏ ବହି ପଠାଉଛି । ରାମାୟଣ ପଢନ୍ତୁ ଏବଂ ଆଶା କରୁଛି ଆପଣଙ୍କ ଠାରେ ସଦବୁଦ୍ଧି ଆସିବ । ଯେପରି ସମଗ୍ର ଦୁନିଆରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଅଛନ୍ତି ଠିକ୍‌ ସେହିପରି ଆପ ମଧ୍ୟ ତାଙ୍କର ଭକ୍ତ ହୋଇଯିବେ ଏବଂ ଜୟ ଶ୍ରୀ ରାମ ନାମ ଜପିବା ଆରମ୍ଭ କରିବେ ।’’

ବିଧାନସଭାର କାମଚଳା ବାଚସ୍ପତି ଅଧ୍ୟକ୍ଷ ମନ୍ଦିର ଉପରେ ଟିପ୍ପଣି ଦେଇ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ସମଗ୍ର ଦେଶରେ ସମର୍ପଣ ନିଧି ଅଭିଯାନ ଆରମ୍ଭ ହୋଇଛି ଯାହା, 15 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଏଥିରେ ସବୁ ବର୍ଗର ଲୋକ ନିଜ ଶ୍ରଦ୍ଧା ଅନୁସାରେ ଦାନ ଦେଉଛନ୍ତି । ମମତା ଦିଦି ଶ୍ରୀରାମଙ୍କ ସ୍ଲୋଗାନରେ ରାଗନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details