ଓଡିଶା

odisha

ETV Bharat / bharat

ବାତିଲ ହେଲା MP Panchayat Polls 2022 - ମଧ୍ୟପ୍ରଦେଶ ନିର୍ବାଚନ କମିଶନ

ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନ ବାତିଲ କଲେ ରାଜ୍ୟ ନିର୍ବାଚନ କମିଶନ । ଜାନୁଆରୀରୁ ୩ ପର୍ଯ୍ୟାୟରେ ହେବା ପାଇଁ ସ୍ଥିର ହୋଇଥିଲା ମତଦାନ । ଓବିସି ବିବାଦକୁ ନେଇ ସ୍ଥଗିତ ରହିଲା ନିର୍ବାଚନ । ଅଧିକ ପଢନ୍ତୁ

ବାତିଲ ହେଲା MP Panchayat Polls 2021
ବାତିଲ ହେଲା MP Panchayat Polls 2021

By

Published : Dec 28, 2021, 10:59 PM IST

Updated : Dec 29, 2021, 6:55 AM IST

ଭୋପାଳ: ମଧ୍ୟପ୍ରଦେଶ ପଞ୍ଚାୟତ ନିର୍ବାଚନ 2022କୁ ବାତିଲ କରାଯାଇଛି । ଆସନ୍ତା ବର୍ଷ ଜାନୁଆରୀ 6 ତାରିଖ 28 ଏବଂ ଫେବୃଆରୀ 16 ତାରିଖକୁ ମିଶାଇ ମୋଟ ତିନିଟି ପର୍ଯ୍ୟାୟରେ ଏହି ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ କାର୍ଯ୍ୟସୂଚୀ ସ୍ଥିର କରାଯାଇଥିବା ବେଳେ ଏହାକୁ ବାତିଲ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ଓବିସି ପାଇଁ ସଂରକ୍ଷିତ ଆସନକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଏହି ନିର୍ବାଚନକୁ ବାତିଲ କରାଯାଇଛି ।

ଆଜିି (ମଙ୍ଗଳବାର) ଆଇନଗତ ପରାମର୍ଶ ନେବା ପରେ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆୟୋଗ କହିଛନ୍ତି ଯେ ଯେଉଁ ପ୍ରାର୍ଥୀମାନେ ନାମାଙ୍କନ ସହିତ ସୁରକ୍ଷା ରାଖି ଜମା କରିଛନ୍ତି, ଏହି ରାଶି ସେମାନଙ୍କୁ ଫେରସ୍ତ କରାଯିବ ।

ସୁପ୍ରିମକୋର୍ଟ ଡିସେମ୍ବର 17 ରେ ଓବିସିଙ୍କ ପାଇଁ ସଂରକ୍ଷିତ ଆସନକୁ ସାଧାରଣ ବର୍ଗ ପାଇଁ ଘୋଷଣା କରି ନିର୍ବାଚନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ କହିଥିଲେ, ଓବିସିଙ୍କ ଗଣନା ହୋଇନଥିବାରୁ ଓବିସିଙ୍କ ପାଇଁ ସିଟ ସଂରକ୍ଷଣ ହୋଇପାରିବ ନାହିିଁ ।

ତେବେ ପଞ୍ଚାୟତରାଜ ସଂଶୋଧନ ଅଧିନିୟମ ପ୍ରତ୍ୟାହାର ସହିତ ମଧ୍ୟ ପ୍ରଦେଶ ସରକାର ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ସୂଚାଇ ଦେଇଛନ୍ତି। ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 29, 2021, 6:55 AM IST

ABOUT THE AUTHOR

...view details