ଓଡିଶା

odisha

ETV Bharat / bharat

ବାପା ୱେଲ୍ଡିଂ ମିସ୍ତ୍ରୀ, JEE Mainsରେ ପୁଅ ରଖିଲେ 99.93 ପ୍ରତିଶତ ମାର୍କ - ଶ୍ରମିକଙ୍କ ପୁଅ ଜେଇଇ ମେନସରେ ସଫଳ

ମଧ୍ୟପ୍ରେଦେଶ ଇନ୍ଦୋରର ଏକ ଗରିବା ପରିବାର ଦୀପକ ପ୍ରଜାପତି ପ୍ରଥମ ପ୍ରୟାସରେ JEE ମେନସରେ 99.93 ପ୍ରତିଶତ ମାର୍କ ରଖିଛନ୍ତି ଦୀପକ । ଅଧିକ ପଢନ୍ତୁ

ବାପା ୱେଲ୍ଡିଂ ମିସ୍ତ୍ରୀ, JEE Mainsରେ ପୁଅ ରଖିଲେ 99.93 ପ୍ରତିଶତ ମାର୍କ
ବାପା ୱେଲ୍ଡିଂ ମିସ୍ତ୍ରୀ, JEE Mainsରେ ପୁଅ ରଖିଲେ 99.93 ପ୍ରତିଶତ ମାର୍କ

By

Published : Jul 14, 2022, 4:30 PM IST

ଭୋପାଳ:କଠିନ ପରିଶ୍ରମ ଓ ଆତ୍ମବିଶ୍ବାସରେ ସଫଳତା ହାସଲ କରିବା ସହଜ ହୋଇଥାଏ । ପରିସ୍ଥିତି ଯାହା ବି ହେଉ ସଫଳତା ନିଶ୍ଚିନ୍ତ ମିଳିଥାଏ । ସେମିତି କିଛି ପ୍ରେରଣାଦାୟୀ ସଫଳତା ହାସଲ କରିଛନ୍ତି ମଧ୍ୟପ୍ରେଦେଶ ଇନ୍ଦୋରର ଦୀପକ ପ୍ରଜାପତି । ପ୍ରଥମ ପ୍ରୟାସରେ ଜେଇଇ(JEE) ମେନସରେ 99.93 ପ୍ରତିଶତ ମାର୍କ ରଖିଛନ୍ତି ଦୀପକ । ଜଣେ ଗରିବ ପରିବାରର ହୋଇ ମଧ୍ୟ ଆତ୍ମବିଶ୍ବାସ ବଳରେ ତାଙ୍କର ସ୍ବପ୍ନ ସାକରା ଅନେକଙ୍କ ପାଇ ପ୍ରେରଣା ହୋଇଛି ।

ଦୀପକଙ୍କ ପରିବାର ଖୁବ ଗରିବ । ତାଙ୍କ ବାପା ରାମ ଏକବାଲ ପ୍ରଜାପତି ଜମେ ୱଲ୍ଡର ଭାବରେ କାମ କରନ୍ତି । ସମ୍ପର୍କୀୟଙ୍କଠୁ ଟଙ୍କା ଧାର କରି ଦୀପକଙ୍କୁ କୋଚିଂ ପାଇଁ ଇନ୍ଦୋର ପଠାଇଥିଲେ ରାମ ଏକବାଲ । ଘରର ଆର୍ଥିକ ପରିସ୍ଥିତ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା ହେଲେ ସେ ହାରି ନଥିଲେ ଅଧିକରୁ ଅଧିକ ପରିଶ୍ରମ କରିଥିଲେ । ଆଉ ସେ ପରିଶ୍ରମର ଫଳ ତାଙ୍କୁ ମିଳିଛି । ପ୍ରଥମ ପ୍ରୟାସରେ ଜେଇଇ ମେନସରେ 99.98 ମାର୍କ ରଖିଛନ୍ତି ଦୀପକ ।

ଦୀପକ କହିଛନ୍ତି ସେ, ସେ ଇଞ୍ଜିନିୟରିଂ ବିଷୟରେ କିଛି ଜାଣି ନାହାନ୍ତି କିନ୍ତୁ ସେ ତାଙ୍କ ପରିବାରର ଦାରିଦ୍ରତାକୁ ଦୂର କରିବାକୁ ଚାହାନ୍ତି ଏବଂ IIT ପ୍ରସ୍ତୁତି ଆରମ୍ଭ କରିଥିଲେ । ଏକାଦଶରେ ପଢୁଥିବା ସମୟରୁ ହିଁ ସେ ଆଇଆଇଟି ପାଇଁ ପ୍ରସ୍ତୁତି ଚଳାଇଥିଲେ । 9 ମାସ କୋଚିଂ ନେବା ପାଇଁ ଇନ୍ଦୋର ଯାଇଥିଲେ ସେଠାରେ ତାଙ୍କ ଆଡମିସନରେ ସାହାଯ୍ୟ କରିଥିଲେ ତାଙ୍କ ସମ୍ପର୍କୀୟ । ଆଇଆଇଟି ଖଡକପୁରରେ ପଢିବା ଦୀପକଙ୍କ ସ୍ବପ୍ନ । ନା ତାଙ୍କ ଘରେ ଟଭି ଅଛି ନା ଫୋନ ତଥାପି ସେ ପାଠପଢି ସଫଳ ହୋଇଛନ୍ତି । ସୋସିଆଲ ମିଡିଆଠୁ ବହୁ ଦୂରରେ ଦୀପକ । ପାଠପଢା ଛଡା ଅବସର ସମୟରେ ବ୍ୟାଡମିଣ୍ଟନ ଓ ଫୁଟବଲ ଖେଳନ୍ତି ଦୀପକ । ଦିନକୁ 10ରୁ 12 ଘଣ୍ଟା ପରିଶ୍ରମ କରୁଥିଲେ ଦୀପକ ଯାହାର ମୂଲ୍ୟ ତାଙ୍କୁ ମିଳିଛି । ଦୀପକ ଦ୍ବାଦଶ ପରୀକ୍ଷାରେ 92.6 ମାର୍କ ରଖିଥିଲେ ।

ଦୀପକଙ୍କ ଏ କୃତକାର୍ଯ୍ୟ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ''ସାବାସ ଦୀପକ ପ୍ରଜାପତି ତୁମେ ପ୍ରମାଣ କରିଛ ଯେ ଯଦି ଇଚ୍ଛାଶକ୍ତି ଅଛି, ତେବେ ଆପେ ଆପେ ରାସ୍ତା ତିଆରି ହୋଇଥାଏ । ତୁମର ଏ ଉପଲବ୍ଧି ମଧ୍ୟପ୍ରେଦଶକୁ ଗୌରବାନ୍ନିତ କରିଛି । ତୁମର ଉଜ୍ବଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା ।"

ABOUT THE AUTHOR

...view details