ଭୋପାଳ:ମଧ୍ୟପ୍ରଦେଶ ଇନ୍ଦୋର ଜଣେ ମହିଳା ଉଜ୍ଜୈନ ଜିଲ୍ଲାର କଂଗ୍ରେସ ବିଧାୟକ ପୁଅଙ୍କ ବିରୋଧରେ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ । ବିଧାୟକଙ୍କ ପୁଅ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଶନିବାର ଇନ୍ଦୋର ମହିଳା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ଆଣିଥିବା ମହିଳା ମଧ୍ୟ କଂଗ୍ରେସ ଦଳ ସହ ଜଡ଼ିତ ବୋଲି ଜଣାପଡିଛି ।
ମହିଳାଙ୍କ ଅଭିଯୋଗ ମୁତାବକ ସେ ଇନ୍ଦୋରର ଏକ ଇଭେଣ୍ଟରେ ବିଧାୟକଙ୍କ ପୁଅଙ୍କୁ ଭେଟିଥିଲେ । ଯାହା ପରେ ସେମାନେ ବନ୍ଧୁ ହୋଇଥିଲେ ଏବଂ ଦୁହେଁ ସହରର ତାଙ୍କ ଫ୍ଲାଟରେ ଅନେକ ଥର ସାକ୍ଷାତ କରୁଥିଲେ । ତେବେ ଅଭିଯୁକ୍ତ ଜଣକ ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଯୌନ ସମ୍ପର୍କ ରଖିଥିଲେ । ମାତ୍ର ପରେ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିବା ସେ ଅଭିଯୋଗ କରିଛନ୍ତି ।