ଓଡିଶା

odisha

ETV Bharat / bharat

କଂଗ୍ରେସ DNAରେ ପାକିସ୍ତାନ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆଟାକ ଉପରେ କଂଗ୍ରେସ ବରିଷ୍ଠ ନେଦା ଦିଗବିଜୟ ବବୃତ୍ତି। କଂଗ୍ରେସକୁ ବାଣ ମାରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିରରାଜ ସିଂ ଚୌହାନ । ଅଧିକ ପଢନ୍ତୁ

Shivraj Singh Chouhan targets congress
କଂଗ୍ରେସକୁ ଶିରରାଜ ସିଂ ଚୌହାନଙ୍କ ଟାର୍ଗେଟ

By

Published : Jan 24, 2023, 2:14 PM IST

ଭୋପାଳ:କଂଗ୍ରେସକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିରରାଜ ସିଂ ଚୌହାନ ଟାର୍ଗେଟ କରିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆଟାକ ଉପରେ କଂଗ୍ରେସ ବରିଷ୍ଠ ନେଦା ଦିଗବିଜୟ ଦେଇଥିବା ବବୃତ୍ତିକୁ ନେଇ ମୁହାମୁହିଁ ହୋଇଛନ୍ତି ଶିବରାଜ ଓ ଦିଗବିଜୟ । ଉକ୍ତ ବୟାନକୁ ନେଇ ରାଜନୈତିକ ମହଲରେ ଚହଳ ସୃଷ୍ଟି ହୋଇଛି । ଦିଗବିଜୟ ଦେଇଥିବା ବୟାନ ଜବାବରେ କଂଗ୍ରେସକୁ ବାଣ ମାରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି କଂଗ୍ରେସ ଡିଏନଏରେ ପାକିସ୍ତାନ ରହିଛି ।

ଶିବରାଜ କହିଛନ୍ତି, "କଂଗ୍ରେସ ଡିଏନଏରେ ପାକିସ୍ତାନ ରହିଛି । ସେ କେତେବେଳ ସର୍ଜିକାଲ ଷ୍ଟ୍ରାଇକ ତ ପୁଣି କେତେବେଳେ ପୁଲୱାମା ଆଟାକର ପ୍ରମାଣ ମାଗୁଛି ତ ପୁଣି କେତେବେଳେ ଭଗବାନ ରାମଙ୍କ ଅସ୍ତିତ୍ବ ଓ ରାମ ସେତୁକୁ ନେଇ ପ୍ରମାଣ ମାଗୁଛନ୍ତି ।"

ଏହା ବି ପଢନ୍ତୁ...ଭାରତ ଯୋଡୋରେ ସର୍ଜିକାଲ ଷ୍ଟ୍ରାଇକ ଓ ପୁଲଓ୍ବାମା ଆକ୍ରମଣ ପ୍ରଶ୍ନ , ଦିଗବିଜୟ ସିଂ କହିଲେ ନାହିଁ ପ୍ରମାଣ

କଂଗ୍ରେସ ନେତାଙ୍କୁ ନିଶାନା କରି ଶିବରାଜ ଆହୁରି କହିଛନ୍ତି, "ଭାରତ ଯୋଡ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଦିଗବିଜୟ ସିଂ ଚାଲୁଛନ୍ତି । ଆଉ ଏତିକି ବେଳେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମଧ୍ୟ ମାଗୁଛନ୍ତି । ଏଭଳି ପ୍ରଶ୍ନ କରି ସେ ସେନାର ମନୋବଳ କମ କରିବା ଭଳି ପାପ କରୁଛନ୍ତି । ସେ ପାକିସ୍ତାନ ସହ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଏହା କେମିତିକା ଭାରତ ଯୋଡ ଯାତ୍ରା । ଦିଗବିଜୟଙ୍କ ଶାସନ ବେଳେ ମଧ୍ୟପ୍ରଦେଶ ସିମିଙ୍କ ଗଡ ଥିଲା । ସେନାଙ୍କ ମନବୋଳ ଭାଙ୍ଗୁଛି କଂଗ୍ରେସ । ଏପରି ପାପ କଂଗ୍ରେସ ନ କରୁ ।"

ଏହା ବି ପଢନ୍ତୁ...ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ମୋଦି ବିରୋଧି BBC ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ

ପ୍ରକାଶ ଥାଉ କି, ଗତକାଲି ଜମ୍ମୁରେ କଂଗ୍ରେସର ଭାରତ ଯୋଡ ଯାତ୍ରା ପହଞ୍ଚିଛି । ସେଠାରେ କଂଗ୍ରେସ ବରିଷ୍ଠ ନେତା ଦିଗବିଜୟ ସିଂ ପୁଲଓ୍ବାମା ଆକ୍ରମଣ ଓ ସର୍ଜିକାଲ ଷ୍ଟ୍ରାଇକର ସତ୍ୟତା ନେଇ ପ୍ରଶ୍ନ ଉଠାଇବା ସହିତ ପ୍ରମାଣ ମାଗିଥିଲେ । ଏହା ସହିତ ମିଛ ଆଧାରରେ କେନ୍ଦ୍ର ସରକାର ଚାଲିଥିବା କହିଥିଲେ । ଭାରତରେ ମଧ୍ୟ ବିଭିନ୍ନ ବିରୋଧୀ ଦଳ ଏହି ସାମରିକ କାର୍ଯ୍ୟାନୁଷ୍ଠାନର ସତ୍ୟତାକୁ ନେଇ ପ୍ରଶ୍ନ କରିବା ସହ ଭାରତୀୟ ଜନତା ପାର୍ଟି ସରକାରର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଶାସକ ବିଜେପିକୁ ଏକାଧିକ ଥର ଟାର୍ଗେଟ କରିସାରିଛି । ପୁଣି ଦଳ ଦ୍ବାରା ଆୟୋଜିତ ଭାରତ ଯୋଡ଼ୋ ଯାତ୍ରାରେ ଦଳର ଅନ୍ୟତମ ବରିଷ୍ଠ ନେତା ଦିବବିଜୟ ସିଂ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ।

ABOUT THE AUTHOR

...view details