ଓଡିଶା

odisha

ETV Bharat / bharat

ମଞ୍ଚ ଉପରୁ ଅଫିସରଙ୍କୁ ନିଲମ୍ବନ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଫିଲ୍ମ ପରଦାର 'ନାୟକ' ଚଳଚ୍ଚିତ୍ର କାହାଣୀ ଭଳି ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ମଞ୍ଚ ଉପରୁ ଅଧିକାରୀଙ୍କୁ କରିଛନ୍ତି ନିଲମ୍ବନ । ଅଧିକ ପଢନ୍ତୁ...

By

Published : Sep 14, 2021, 10:01 PM IST

ମଞ୍ଚ ଉପରୁ ଅଫିସରଙ୍କ ନିଲମ୍ବନ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
ମଞ୍ଚ ଉପରୁ ଅଫିସରଙ୍କ ନିଲମ୍ବନ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ:ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସ । ଅନସ୍ପଟ ଫୈସଲା । ଅଫିସରଙ୍କୁ ମଞ୍ଚ ଉପରୁ ନିଲମ୍ବନ କରିଦେଲେ ମୁଖ୍ୟମନ୍ତ୍ରୀ । ଫିଲ୍ମ ପରଦାର 'ନାୟକ' ଚଳଚ୍ଚିତ୍ର କାହାଣୀ ଭଳି ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।

ମଙ୍ଗଳବାର ମଞ୍ଚ ଉପରୁ ୨ ଅଧିକାରୀଙ୍କୁ ନିଲମ୍ବନ ଆଦେଶ ଜାରି କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ସମୟରେ ଏଠାରେ ଉପସ୍ଥିତ ସାଧାରଣ ଜନତା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଇବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । କେବଳ ସେତିକି ନୁହେଁ, ଯାଞ୍ଚ ପରେ ଅଭିଯୁକ୍ତ ଅଫିସରଙ୍କୁ ଜେଲ୍‌ ପଠାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରଫେର ହେତୁ ଏକ ସାଧାରଣ କାର୍ଯ୍ୟକ୍ରମ ସମୟରେ ରାଜ୍ୟ ଅଧିକାରୀଙ୍କୁ ତାଗିଦ୍ କରିଥିଲେ । କେବଳ ଏତିକି ନୁହେଁ, ଦୁର୍ନୀତି କରିଥିବା ଅଭିଯୋଗ ପରେ ଦୁଇ ଅଧିକାରୀଙ୍କ ନାଁ ଡାକି ସେମାନଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ ମୁଖ୍ୟମନ୍ତ୍ରୀ ।

ସିଏମ ଶିବରାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଧାନମନ୍ତ୍ରୀ ଟଙ୍କା ପଠାନ୍ତି ଏବଂ ମୁଁ ମଧ୍ୟ ଟଙ୍କା ପଠାଉଛି । ଗରୀବଙ୍କ ପାଇଁ ଘର ନିର୍ମାଣ କରିବାକୁ ଏହି ଟଙ୍କା ଆସୁଛି । ହେଲେ ମୁଁ ଜାଣିବାକୁ ପାଇଲି ଯେ ହାଉସିଂ ସ୍କିମ୍ ଅର୍ଥରେ ବିରାଟ ଦୁର୍ନୀତି ହୋଇଛି । ଆଉ ଏଥିରେ ଅଫିସରଙ୍କ ସମ୍ପୃକ୍ତି ଥିବା କହି ସେମାନଙ୍କୁ ନିଲମ୍ବନ ଆଦେଶ ଜାରି କରିଥିଲେ ମୁଖ୍ୟମନ୍ତ୍ରୀ ।

ABOUT THE AUTHOR

...view details