ଭୋପାଳ: ଜମ୍ମୁକଶ୍ମୀର ସୁଞ୍ଜୱାନରେ ଯବାନଙ୍କ ଗାଡ଼ିକୁ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତା ଘୋଷଣା କଲେ ମଧ୍ୟପ୍ରଦେଶ ସରକାର । ଦୁଇ ଆତ୍ମଘାତୀ ଆତଙ୍କବାଦୀଙ୍କ ଆକ୍ରମଣରେ CISF ଯବାନ ଶଙ୍କର ପ୍ରସାଦ ପଟେଲ ସହିଦ ହୋଇଥିଲେ । ମଧ୍ୟପ୍ରଦେଶର ସାତନା ଜିଲ୍ଲାର ନାଉଗାୱାନ ଗ୍ରାମରେ ସହିଦ CISF ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର(ASI) ଶଙ୍କର ପ୍ରସାଦଙ୍କ ପ୍ରସାଦଙ୍କ ପାର୍ଥୀବ ଶରୀର ପହଞ୍ଚିଛି । ରବିବାର ତାଙ୍କର ଶେଷକୃତ୍ୟ ସଂପନ୍ନ ନେଇ ସୂଚନା ରହିଛି ।
ସହିଦ ଶଙ୍କର ପ୍ରସାଦଙ୍କ ମୃତ୍ୟୁରେ ଦଃଖ ପ୍ରକାଶ କରିବା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୧ କୋଟି ଟଙ୍କାର ସହାୟତା, ପରିବାରରୁ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଓ ଶଙ୍କର ପ୍ରସାଦଙ୍କ ନାମରେ ଏକ ଅନୁଷ୍ଠାନ କରିବାକୁ ଘୋଷଣା କରିଛନ୍ତି ।