ଓଡିଶା

odisha

ETV Bharat / bharat

ପ୍ରଥମ ଦିନରୁ ଆକ୍ସନ ମୋଡରେ ମୋହନ, ମଧ୍ୟ ପ୍ରଦେଶର ସବୁ ଧର୍ମାନୁଷ୍ଠାନରେ ବ୍ୟାନ ହେଲା ଲାଉଡସ୍ପିକର

Bans use of loudspeakers Religious places: ମଧ୍ୟ ପ୍ରଦେଶର ସବୁ ଧର୍ମାନୁଷ୍ଠାନରେ ବ୍ୟାନ ହେଲା ଲାଉଡସ୍ପିକର । ଦାୟିତ୍ବ ଗ୍ରହଣର କିଛି ଘଣ୍ଟା ପରେ ପ୍ରଥମ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 13, 2023, 9:09 PM IST

ପ୍ରଥମ ଦିନରୁ ଆକ୍ସନମୋଡରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ: ରାଜ୍ୟରେ କୌଣସି ସବୁ ଧର୍ମାନୁଷ୍ଠାନରେ ନିଷେଧ ହେଲା ଲାଉଡସ୍ପିକର
ପ୍ରଥମ ଦିନରୁ ଆକ୍ସନମୋଡରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ: ରାଜ୍ୟରେ କୌଣସି ସବୁ ଧର୍ମାନୁଷ୍ଠାନରେ ନିଷେଧ ହେଲା ଲାଉଡସ୍ପିକର

ଭୋପାଳ:ଶପଥ ଗ୍ରହଣର ମାତ୍ର କିଛି ଘଣ୍ଟା ମଧ୍ୟରେ ଆକ୍ସନମୋଡକୁ ଆସିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର କୌଣସି ଧର୍ମାନୁଷ୍ଠାନ କିମ୍ବା ସର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ବାଜିପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ତୁରନ୍ତ ରାଜ୍ୟ ଗୃହ ବିଭାଗ ଏକ ନିର୍ଦ୍ଦେଶାବଳି ଜାରି କରିଛି । ସମସ୍ତ ଜିଲ୍ଲା ପ୍ରଶାସନକୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି । ଲାଉଡସ୍ପିକର ମାମଲାରେ ସର୍ବୋଚ୍ଚ କୋର୍ଟ, ହାଇକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦ୍ବାରା ପ୍ରଦତ୍ତ ଗାଇଡଲାଇନ ଆଧାରରେ ଏହି ନିୟମାବଳି ପ୍ରସ୍ତୁତ କରାଯାଇଥିବା ଗୃହ ବିଭାଗ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ।

ଗଠନ ହେବ ଫ୍ଲାଇଁ ସ୍କ୍ବାଡ:-

ରାଜ୍ୟରେ ଶବ୍ଦ ପ୍ରଦୂଷଣ ରୋକିବା ଓ ରାଜ୍ୟ ସରକାରଙ୍କ ଏହି ନୂଆ ନିୟମର କାର୍ଯ୍ୟକାରିତା ତଦାରଖ କରିବା ପାଇଁ ଜିଲ୍ଲାସ୍ତରରେ ଫ୍ଲାଇଂ ସ୍କ୍ବାଡ ମଧ୍ୟ ଗଠନ ହେବ । ଏହି ସମ୍ପର୍କିତ ଅଭିଯୋଗ ଆସିଲେ, ଏହି ସ୍କ୍ବାଡ ହିଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହି କମିଟିରେ ଜିଲ୍ଲା ପ୍ରଶାସନର ଅଧିକାରୀ, ସ୍ଥାନୀୟ ଥାନାଧିକାରୀ ରହିବେ ଓ ଏହି ସ୍କ୍ବାଡ ରାଜ୍ୟ ପ୍ରଦୂଷଣ ବୋର୍ଡ ଦ୍ବାରା ନିୟନ୍ତ୍ରିତ ହେବ । ଜିଲ୍ଲାର ସବୁ ଫ୍ଲାଇଂ ସ୍କ୍ବାଡର ନୋଡାଲ ଅଧିକାରୀ ଜଣେ ଅତିରିକ୍ତ ମାଜିଷ୍ଟ୍ରେଟ ପାହ୍ୟାର ଅଧିକାରୀ ରହିବେ । ପ୍ରତ୍ୟେକ ମାସରେ ଏହି ସ୍କ୍ବାଡର କାର୍ଯ୍ୟାନୁଷ୍ଠାନ ସମୀକ୍ଷା ମଧ୍ୟ ହେବ ।

ସମସ୍ତ ଧର୍ମଗୁରୁଙ୍କୁ କରାଯିବ ଅବଗତ:-

ଏହି ନିଷ୍ପତ୍ତି କୌଣସି ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀଙ୍କ ଉପାସନାସ୍ଥଳୀ ପାଇଁ ନୁହେଁ ବରଂ ସମସ୍ତ ଧର୍ମ ପାଇଁ କାର୍ଯ୍ୟକାରୀ ହେବ । ରାଜ୍ୟର ସମସ୍ତ ଧର୍ମଗୁରୁଙ୍କୁ ଏ ସମ୍ପର୍କରେ ରାଜ୍ୟ ସରକାର ଅବଗତ କରିବେ । ଧର୍ମାନୁଷ୍ଠାନଗୁଡିକରେ ଲାଗିଥିବା ଲାଉଡ ସ୍ପିକରକୁ ହଟାଯିବ । ରାଜ୍ୟର ପ୍ରତ୍ୟେକ ଥାନାଗୁଡିକ ନିଜ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଗୁଡିକରେ ଲାଗିଥିବା ଲାଉଡ ସ୍ପିକର ସମ୍ପର୍କରେ ତଥ୍ୟ ଏକାଠି କରିବେ । ଏହି ପ୍ରକ୍ରିୟା ଚଳିତମାସ ଶେଷ ସୁଦ୍ଧା ଶେଷ ହେବା ପରେ ସମନ୍ବୟ ସହ ଏହାକୁ ହଟାଯିବ । ଆବଶ୍ୟକ ସ୍ଥଳେ ସର୍ବାଧିକ 02 ଡିଜେକୁ ଅନୁମତି ମିଳିପାରିବ । ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ଅବଧି ପାଇଁ ଅନୁମତି ନେବାକୁ ପଡିବ ।

ଏହା ମଧ୍ୟ ପଢନ୍ତୁ :- ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ

ଆଜି ପୂର୍ବାହ୍ନରେ ଶପଥ ନେଇଥିଲେ ମୋହନ:-

ଆଜିଠୁ ମଧ୍ୟପ୍ର ଦେଶ ଓ ଛତିଶଗଡରେ ଆରମ୍ଭ ହୋଇଛି ବିଜେପି ଶାସନ । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଯାଦବ । ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଶପଥ ସମାରୋହରେ ରାଜ୍ୟପାଳ ମଙ୍ଗୁଭାଇ ସି. ପଟେଲ ମୋହନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତମାମ ବରିଷ୍ଠ ଦଳୀୟ ନେତା ସାମିଲ ଥିଲେ । ଏହା ପରେ ଅପରାହ୍ନରେ ମଧ୍ୟ ଛତିଶଗଡରେ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେବ ସାଏ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details