ଭୋପାଳ:ମଧ୍ୟ ପ୍ରଦେଶରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର 12 ଦିନ ପରେ ଆଜି କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ଆଜି 18 କ୍ଯାବିନେଟ ମନ୍ତ୍ରୀଙ୍କ ସହ ମୋଟ 28 ନବନିର୍ବାଚିତ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କ୍ଯାବିନେଟ ମନ୍ତ୍ରୀ ଭାବେ ବହୁ ଭେଟେରାନ ଚେହେରାଙ୍କୁ ଦାୟିତ୍ବ ମିଳିଛି । ଏମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, ପ୍ରଦ୍ୟୁମ୍ନ ସିଂ ତୋମାର ଓ କୈଳାଶ ବିଜୟବର୍ଗୀୟ ଓ ବିଶ୍ବାସ ସାରଙ୍ଗଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ସେହିପରି 6 ମନ୍ତ୍ରୀ ରାଜ୍ଯମନ୍ତ୍ରୀ (ସ୍ବାଧୀନ ପ୍ରଭାର) ସହ ଶପଥ ଗ୍ରହଣ କରିଛନ୍ତି । ଅନ୍ୟ 4 ମନ୍ତ୍ରୀଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଯାଇଛି । ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ଏହି ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସଂଧ୍ୟା ସୁଦ୍ଧା ଏମାନଙ୍କୁ ବିଭାଗ ବଣ୍ଟନ କରାଯିବାର ସମ୍ଭାବନା ରହିଛି ।
ମୋହନ କ୍ୟାବିନେଟର ନୂତନ ମନ୍ତ୍ରୀ:-
- ପ୍ରହ୍ଲାଦ ସିଂ ପଟେଲ
- କୈଳାସ ବିଜୟବର୍ଗୀୟ
- ତୁଲସୀ ସିଲାଭାଟ
- ଉଦୟ ପ୍ରତାପ ସିଂ
- ବିଜୟ ଶାହା
- ରାକେଶ ସିଂ
- ପ୍ରଦ୍ୟୁମ୍ନ ସିଂ ତୋମାର
- ଏଦଲ ସିଂ କାସାନା
- ନାରାୟଣ ସିଂ କୁଶୱା
- ସମ୍ପତିଆ ଉଇକେ
- କରଣ ସିଂ ବର୍ମା
- ନିର୍ମଳା ଭୁରିଆ
- ବିଶ୍ୱାସ ସାରଙ୍ଗ
- ଗୋବିନ୍ଦ ସିଂ ରାଜପୁତ
- ଇନ୍ଦର ସିଂ ପରମାର
- ନାଗର ସିଂ ଚୌହାନ
- ଚୈତନ୍ୟ କାଶ୍ୟପ
- ରାକେଶ ଶୁକ୍ଲା
ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ପ୍ରଭାର)
- କୃଷ୍ଣ ଗୌର
- ଧର୍ମେନ୍ଦ୍ର ଲୋଦି
- ଦିଲୀପ ଜୈସୱାଲ
- ଗୌତମ ଟେଟୱାଲ
- ଲଖନ ପଟେଲ
- ନାରାୟଣ ପାୱାର