ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶ ବସ ଦୁର୍ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ - CM and PM announces package

ମଧ୍ୟପ୍ରଦେଶର ସିଦ୍ଧିରେ ଭୟଙ୍କର ସଡ଼କ ଦୁର୍ଘଟଣା । ପାଟାନ୍ ପୁଲିଆ ନିକଟ ସହର ନିକଟରେ ଥିବା କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ବସ ଦୁର୍ଘଟଣା
ମଧ୍ୟପ୍ରଦେଶ ବସ ଦୁର୍ଘଟଣା

By

Published : Feb 16, 2021, 4:36 PM IST

ଭୋପାଳ: ମଧ୍ୟପ୍ରଦେଶର ସିଦ୍ଧିରେ ଭୟଙ୍କର ସଡ଼କ ଦୁର୍ଘଟଣା । ପାଟାନ୍ ପୁଲିଆ ନିକଟ ସହର ନିକଟରେ ଥିବା କେନାଲକୁ ଖସିଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା 39 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହାସହ 7 ଜଣଙ୍କୁ ଉଦ୍ଧାର କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି । ଟ୍ବିଟ କରି ରାଷ୍ଟ୍ରପତି ଶୋକ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ହୃଦୟରୁ ସମବେଦନା ବୋଲି ରାଷ୍ଟ୍ରପତି ଟ୍ବିଟ କରିଛନ୍ତି । ଏହାସହ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ପରିବାରକୁ ଧୈର୍ଯ୍ୟ ରଖିବାକୁ ସେ ଟ୍ବିଟ କରିଛନ୍ତି । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶର ସିଦ୍ଧିରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ 2 ଲକ୍ଷ ଟଙ୍କା ଘୋଷଣା କରାଯାଇଛି । ଏହାସହ ଆହତଙ୍କ ପାଇଁ 50 ହଜାର ଟଙ୍କା ଘୋଷଣା କରାଯାଇଛି ।

ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ବିଦାୟ ପ୍ରାପ୍ତ ଆତ୍ମା ଶାନ୍ତି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଏବଂ ପରିବାରକୁ ଏହି ଗଭୀର ଦୁଃଖ ସହିବାକୁ ଭଗବାନ ଶକ୍ତି ଦିଅନ୍ତୁ ଏବଂ ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ’ । ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ଓ ସହାୟତା ରାଶି ଘୋଷଣା କରିଛନ୍ତି। ସେ କହିଛନ୍ତି, ସିଦ୍ଧିର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ତୁରନ୍ତ 5 ଲକ୍ଷ ଟଙ୍କା ରିଲିଫ ଯୋଗାଇ ଦିଆଯିବ। ମୁଁ ନିରନ୍ତର ପ୍ରଶାସନ ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଲୋକଙ୍କ ସହିତ କଥାବାର୍ତ୍ତା କରୁଛି ’ ।

ଏହାସହ ରାଜ୍ୟରେ ହେବାକୁ ଥିବା କ୍ୟାବିନେଟ ବୈଠକକୁ ସ୍ଥଗିତ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ତୁଲସୀ ସିଲାୱତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରିଖିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ସାନ୍ତ୍ବନା ଦେଇଛନ୍ତି । ଅନ୍ୟପକ୍ଷେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details