ଭୋପାଳ:ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ ନାଁକୁ ନେଇ ସସପେନ୍ସ ଜାରି ରହିଛି । ରବିବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ବିଷ୍ଣୁଦେଓ ସାଏଙ୍କ ନାଁରେ ବିଜେପି ମୋହର ମାରି ସାରିବା ପରେ କିଏ ହେବ ଛତିଶଗଡ଼ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନା ଜଳ୍ପନା ଜାରି ରହିଛି । ମଧ୍ୟପ୍ରଦେଶରେ ଆଜି(ସୋମବାର) ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହାପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଚେହେରା ସାମ୍ନାକୁ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ମଧ୍ୟପ୍ରଦେଶରେ ବିଜେପି ବିଧାୟକ ଦଳ ବୈଠକ ଆଜି: ମଧ୍ୟପ୍ରଦେଶରେ ଆଜି(ସୋମବାର) ଦିନ 11ଟା ସୁଦ୍ଧା ବିଜେପି ପ୍ରଦେଶ କାର୍ଯ୍ୟାଳୟଠାରେ ବିଜେପି ବିଧାୟକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ସମସ୍ତ ବିଧାୟକମାନଙ୍କୁ ଏହି ବୈଠକରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି । ବିଜେପି ପକ୍ଷରୁ ଜାରି କରାଯାଇଥିବା ଆମନ୍ତ୍ରଣ ପତ୍ରରେ ବିଧାୟକମାନଙ୍କୁ ନିଜ ସହାୟକ କିମ୍ବା ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟାଳୟ ମଧ୍ୟରେ ଆଣିବାକୁ ମନା କରାଯାଇଥିବା ବେଳେ ବୈଠକ ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବାକୁ ମଧ୍ୟ ମନା କରାଯାଇଛି ।
ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ମଧ୍ୟପ୍ରଦେଶର ନବନିଯୁକ୍ତ ପର୍ଯ୍ୟବେକ୍ଷକ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ପଛୁଆ ବର୍ଗର ରାଷ୍ଟ୍ରୀୟ ଅଧ୍ୟକ୍ଷ କେ. ଲକ୍ଷ୍ମଣ, ରାଷ୍ଟ୍ରୀୟ ସଚିବ ଆଶା ଲକଡା ପ୍ରମୁଖ ଉପସ୍ଥିତ ରହିବେ ।
ଏହାମଧ୍ୟ ପଢନ୍ତୁ..ବିଷ୍ଣୁଦେବ ସାଏଙ୍କ ନାମରେ ମୋହର, ଧରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଙ୍ଗ