ଓଡିଶା

odisha

Madhya Pradesh: ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ବିଜେପି ନେତାଙ୍କ ନାବାଳାକ ପୁଅ ସମେତ 3 ଗିରଫ

By

Published : Jul 16, 2023, 5:32 PM IST

ମଧ୍ଯ ପ୍ରଦେଶ ଦତିଆ ଜିଲ୍ଲାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ବିଜେପି ନେତାଙ୍କ ନାବାଳାକ ପୁଅ ସମେତ 3ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Madhya Pradesh: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବିଜେପି ନେତାଙ୍କ ନାବାଳାକ ପୁଅ ସମେତ 4 ଗିରଫ
Madhya Pradesh: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବିଜେପି ନେତାଙ୍କ ନାବାଳାକ ପୁଅ ସମେତ 4 ଗିରଫ

ଭୋପାଲ:ମଧ୍ଯ ପ୍ରଦେଶ ଦତିଆ ଜିଲ୍ଲାରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ସ୍ଥାନୀୟ ଜଣେ ବିଜେପି ନେତାଙ୍କ ନାବାଳକ ପୁଅ ସମେତ 4 ଜଣଙ୍କୁ ଗିରଫ କରିଛି ପୋଲିସ । ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ସ୍ଥାନୀୟ ଜଣେ ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିବା ସହ 2 ନାବାଳକଙ୍କୁ ଥାନାରେ ଅଟକ ରଖି ଜେରା କରୁଛି । ଏହି ଘଟଣାରେ ମୋଟ 4ଜଣଙ୍କ ସମ୍ପୃକ୍ତି ଥିବା ବଳେ 3 ଜଣ ଏବେ ପୋଲିସ କବଜାକୁ ଆସିଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତ ଏବେ ଫେରାର ହୋଇଯାଇଛି । ତାକୁ ଚିହ୍ନଟ କରାଯାଇ ସାରିଛି । ତାକୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ତେବେ ସ୍ଥାନୀୟ ଥାନାଧିକାରୀ ୟାଦଭେନ୍ଦ୍ର ସିଂ ଗୁର୍ଜରଙ୍କ ସୂଚନା ଅନୁସାରେ, ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଯେଉଁ 3 ଅଭିଯୁକ୍ତଙ୍କୁ ଗିରଫ କରିଛି, ସେଥିରେ ଜଣେ ଯୁବକ ଓ ଦୁଇଜଣ ନାବାଳକ ରହିଛନ୍ତି । 2 ନାବାଳକଙ୍କ ମଧ୍ୟରେ ସ୍ଥାନୀୟ ଜଣେ ବିଜେପି ନେତାଙ୍କ ପୁଅ ମଧ୍ୟ ରହିଛି । ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି । ସମସ୍ତଙ୍କୁ ଜେରା ଜାରି ରହିଛି । ପ୍ରାଥମିକ ଜେରା ପରେ ମେଡିକାଲ ପରୀକ୍ଷା ପାଇଁ ପଠାଯିବ ଓ ପରେ କୋର୍ଟ ଫରଓ୍ବାର୍ଡ କରାଯିବ । ସେହିପରି ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି , ତାଙ୍କ ଡାକ୍ତରୀମାଇନା ମଧ୍ୟ ଶେଷ ହୋଇଥିବା ଥାନାଧିକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ସୀମା ଟପିଲା ବର୍ବରତା, 3 ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ

ଅନ୍ଯପଟେ ଏହି କାଣ୍ଡରେ ଜଣେ ଭାରତୀୟ ଜନତା ପାର୍ଟିର ସ୍ଥାନୀୟ ନେତାଙ୍କ ପୁଅଙ୍କ ନାମ ଆସିବା ପରେ ରାଜନୀତି ଆରମ୍ଭ ହୋଇଛି । ଏହାକୁ ନେଇ ବିଜେପି ଜିଲ୍ଲା ସଭାପତି ସୁରେନ୍ଦ୍ର ବୁଧୋଲିଆ କହିଛନ୍ତି, ଯଦି ଏପରି ଅଭିଯୋଗ ନେଇ ସୂଚନା ମିଳେ, ତେବେ ସମ୍ପୃକ୍ତ ନାବାଳକର ପିତାଙ୍କୁ ଦଳୀୟ ନୋଟିସ ପଠାଯିବ । ଅଭିଯୁକ୍ତ ନାବାଳକ ବିରୋଧରେ ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦୋଷୀ କେହି ବି ହେଉଥାଉ ନାଁ କାହିଁକି ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଭାରତୀୟ ଦଣ୍ଡ ସଂହିତାର ଧାରା 376-D (ଗଣଦୁଷ୍କର୍ମ),354 ଓ 342 ସମେତ ପକ୍ସୋ ଆକ୍ଟରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଫରଓ୍ବାର୍ଡ କରାଯାଇଛି । ଏହି ଘଟଣାର ଏବେ 4ର୍ଥ ଅଭିଯୁକ୍ତ ଫେରାର ଅଛି । ତାକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ । କୋର୍ଟ ଫରଓ୍ବାର୍ଡ ପରେ ନାବାଳକ ଅଭିଯୁକ୍ତ ଦୁଇଜଣଙ୍କୁ କୋର୍ଟ ସୁଧାରଗୃହକୁ ପଠାଇବାକୁ ନିର୍ଦ୍ଦେଶ ଦେବା ଏକପ୍ରକାର ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details