ଓଡିଶା

odisha

By

Published : Aug 21, 2023, 6:26 PM IST

ETV Bharat / bharat

MP assembly polls: ଚିନ୍ତାରେ କଂଗ୍ରେସ, 230 ଆସନ ପାଇଁ ସାଢେ 4 ହଜାର ଆଶାୟୀ

ମଧ୍ୟ ପ୍ରଦେଶରେ କଂଗ୍ରେସ ଟିକେଟ ଲବିରେ ସାଢେ 4 ହାଜର ଆଶାୟୀ । ଚିନ୍ତାରେ ଟିକେଟ କନ୍ଦଳ ସମାଧାନ । ପ୍ରଥମ ପର୍ଯ୍ୟାୟରେ 39 ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । ଅଧିକ ପଢନ୍ତୁ

Madhya Pradesh assembly polls: ଚିନ୍ତାରେ କଂଗ୍ରେସ, 230 ଆସନ ପାଇଁ ସାଢେ 4 ହଜାର ଆଶାୟୀ
Madhya Pradesh assembly polls: ଚିନ୍ତାରେ କଂଗ୍ରେସ, 230 ଆସନ ପାଇଁ ସାଢେ 4 ହଜାର ଆଶାୟୀ

ଭୋପାଲ:ବିଜେପି ଶାସିତ ମଧ୍ୟ ପ୍ରଦେଶରେ କଂଗ୍ରେସ ଟିକେଟର ଜବରଦସ୍ତ କ୍ରେଜ ଦେଖବାକୁ ମିଳିଲାଣି । ଏପରିକି ପାର୍ଥୀ ଚୂଡାନ୍ତ କରିବାରେ ମଧ୍ୟ କଂଗ୍ରେସ ସମସ୍ୟାର ସମ୍ମୁଖୀନ ହେବା ପରି ସ୍ଥିତି ସୃଷ୍ଟି ହେଲାଣି । ରାଜ୍ୟରେ ମୋଟ 230 ବିଧାନସଭା ଆସନ ପାଇଁ କଂଗ୍ରେସରୁ ଟିକେଟ ପାଇବା ଲବିରେ ପ୍ରାୟ ସାଢେ 4ହଜାର ଆଶାୟୀ ଥିବା ସୂତ୍ରରୁ ସୂଚନା ମିଳିଛି । ରାଜ୍ୟରେ କଂଗ୍ରେସ ଦବଦବାରେ ଥିବା କିଛି ହାଇପ୍ରୋଫାଇଲ ଆସନରେ ପ୍ରାୟ 12ରୁ ଅଧିକ ବରିଷ୍ଠ ନେତାଙ୍କ ଟିକେଟ ଦାବିଦାରି ଥିବା ମଧ୍ୟ ଶୁଣିବାକୁ ମିଳିଛି । ଏପରିକି ଦଳୀୟ ଅନ୍ତଃକନ୍ଦଳ ପ୍ରଶମିତ କରି ଟିକେଟ ଆବଣ୍ଟନ କରିବା ପ୍ରକ୍ରିୟା ଦଳ ପାଇଁ ବେଶ ଆହ୍ବାନପୂର୍ଣ୍ଣ ହେବା ପରି ମନେହେଉଛି ।

ସେହିପରି ରାଜଧାନୀ ଭୋପାଳର ନାରେଲା, ଗୋବିନ୍ଦପୁର, ବେରାସିଆ ପରି ହାଇପ୍ରୋଫାଇଲ ଆସନରେ ଟିକେଟ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ଆହୁରି ତୀବ୍ର । ଏହି ପ୍ରତି ଆସନ ପିଚ୍ଛା ପ୍ରାୟ 12 ଜଣ ନେତା ଟିକେଟ ଦାବି କରୁଛନ୍ତି । ଟିକେଟ ଆବଣ୍ଟନରେ ଗୁରୁ ଦାୟିତ୍ବରେ ରହିଛନ୍ତି ରାଜ୍ୟର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବରିଷ୍ଠ ନେତା ଦିଗବିଜୟ ସିଂ । ସେ ରାଜ୍ୟରେ ଦଳ କ୍ରମାଗତ ଖରାପ ପ୍ରଦର୍ଶନ କରୁଥିବା ନିର୍ଦ୍ଦିଷ୍ଟ 66 ଆସନ ଗସ୍ତ କରି ଏକ ଅନ୍ତରୀଣ ଅନୁଧ୍ୟାନ ମଧ୍ୟ କରିଛନ୍ତି । ଆଶାୟୀ ପ୍ରାର୍ଥୀଙ୍କ ଦକ୍ଷତା, ଲୋକପ୍ରିୟତା ଓ ସ୍ଥାନୀୟ ଅଞ୍ଚଳରେ ସେମାନଙ୍କର ଭାବମୂର୍ତ୍ତି ଓ ଗ୍ରହଣୀୟତା ଆଦି ପରି ଏକାଧିକ ମାପଦଣ୍ଡ ଆଧାରରେ ସେ ଯୋଗ୍ୟ ପ୍ରାର୍ଥୀଙ୍କ ଏକ ପ୍ରସ୍ତାବିତ ତାଲିକା ଦଳର କେନ୍ଦ୍ରୀୟ କମିଟି ସମ୍ମୁଖରେ ରଖିବେ ।

ସେହିପରି ଏହି ଦୁର୍ବଳ 66 ଆସନ ବ୍ୟତୀତ ରାଜ୍ୟର ସମସ୍ତ 130 ଆସନରେ ପ୍ରଦେଶ କମିଟି ପକ୍ଷରୁ ଯୋଗ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ମଧ୍ୟ ସର୍ଭେ କରାଯାଇଛି । ଦଳର ପ୍ରଥମ ସ୍କ୍ରିନିଂ କମିଟି ବୈଠକ ସେପ୍ଟେମ୍ବର 2 ତାରିଖରେ ଭୋପାଲରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କମିଟର ଅଧ୍ୟକ୍ଷ ରହିଛନ୍ତି ଦଳର ବରିଷ୍ଠ ନେତା ଜିତେନ୍ଦ୍ର ସିଂ । ଯେଉଁଥିରେ ଏ ସମସ୍ତ ସର୍ଭେ ଓ ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ଘୋଷଣା କରିବା ନେଇ ଦଳ ଲକ୍ଷ୍ୟ ରଖିଛି ।

ଏହା ମଧ୍ୟ ପଢନ୍ତୁ :-Assembly poll: ମଧ୍ୟ ପ୍ରଦେଶ, ଛତିଶଗଡ଼ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା BJP

ଏହାପୂର୍ବରୁ କଂଗ୍ରେସ ଶାସିତ ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି ଭାରତୀୟ ଜନତା ପାର୍ଟି । ମଧ୍ୟ ପ୍ରଦେଶରେ 230 ଆସନ ମଧ୍ୟରୁ 39 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ତେବେ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିଛି । ଅବଶିଷ୍ଟ ପ୍ରାର୍ଥୀଙ୍କ ନାମ ବିଜେପି ପ୍ରର୍ଯ୍ୟାୟକ୍ରମେ ଘୋଷଣା କରିବ । ହେଲେ ଶାସକ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଓ କଂଗ୍ରେସ କ୍ଷମତାକୁ ଫେରିବାର ସମ୍ଭାବନା ପାଇଁ ମଧ୍ୟ ପ୍ରଦେଶରେ କଂଗ୍ରେସ ଟିକେଟର ବେଶ ଚାହିଦା ରହିଛି । ଉପଯୁକ୍ତ ପ୍ରାର୍ଥୀ ଚୟନ ଓ ଟିକେଟ କନ୍ଦଳ ପ୍ରଶମିତ କରିନପାରିଲେ କଂଗ୍ରେସ ବଡ଼ ସମସ୍ୟାର ସାମ୍ନା କରିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details