ଭୋପାଳ/ହାଇଦ୍ରାବାଦ: ଜାରି ରହିଛି ଚାରି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ ଗଣତି । ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ । ରାଜସ୍ଥାନ, ମଧ୍ୟପ୍ରଦେଶ ଛତିଶଗଡ ଓ ତେଲଙ୍ଗାନା ଦଖଲ ପାଇଁ ତତ୍ପର ତିନି ପ୍ରମୁଖ ଦଳ । ବାଜିରେ ଲାଗିଛି ବଡ ନେତାଙ୍କ ଭାଗ୍ୟ । କେଉଁଠି ବିଜେପିକୁ କଡା ଟକ୍କର ଦେଉଛି କଂଗ୍ରେସ ତ କେଉଁଠି କଂଗ୍ରେସର ବାଟ ଓଗାଳିଛି ଗେରୁଆ ଦଳ । ରାଜସ୍ଥାନରେ ବିଜେପି କମବ୍ୟାକ ସ୍ଥିତିରେ ଥିବାବେଳେ, ମଧ୍ୟ ପ୍ରଦେଶରେ ଦଳକୁ କଂଗ୍ରେସ ଦେଉଛି କାଣ୍ଟେ କି ଟକ୍କର । ଛତିଶଗଡରେ ବଘେଲଙ୍କ ସରକାର ସଂକଟରେ ଫସିବା ସ୍ଥିତିରେ । ଏପଟେ ଦାକ୍ଷିଣାତ୍ୟ ରାଜ୍ୟ ତେଲଙ୍ଗାନାରେ ଗୋଟିଏ ଦଶନ୍ଧୀ ଧରି ରାଜ କରୁଥିବା କେସିଆରଙ୍କ ଆମ୍ବାସଡର କାର ଓଲଟିବା ସ୍ଥିତିରେ । ଏହାରି ଭିତରେ କ୍ଷମତା ଦଖଲ ପାଇଁ ବିଜେପି ମଧ୍ୟ ପ୍ରଦେଶରେ ଆପଣାଇଥିଲା ଭିନ୍ନ ରଣନୀତି । କେନ୍ଦ୍ରମନ୍ତ୍ରୀ, କେନ୍ଦ୍ରୀୟ ମହାମନ୍ତ୍ରୀ, ସାଂସଦଙ୍କୁ ଆଣି ଲଢାଇଥିଲା ବିଧାନସଭା ନିର୍ବାଚନ । ଦେଖନ୍ତୁ ଏବେ ସେହି କେନ୍ଦ୍ରୀୟ ନେତାଙ୍କ ସ୍ଥିତି...
ଏହାବି ପଢନ୍ତୁ- ମଧ୍ୟପ୍ରଦେଶର 129 ଆସନରେ ଆଗରେ ବିଜେପି, ଛିନ୍ଦୱାଡରେ ଆଗୁଆ କମଲନାଥ
ରାଜ୍ୟ ବିଧାନସଭା ନିର୍ବାଚନ ଲଢୁଥିବା କେନ୍ଦ୍ରୀୟ ନେତା ମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଫଗନ ସିଂ କୁଲସ୍ତେ, ପ୍ରହ୍ଲାଦ ସିଂ ପଟେଲ । ଏମାନଙ୍କ ବ୍ୟତୀତ ସାଂସଦ ଗଣେଶ ସିଂ, ରାକେଶ ସିଂ, ରାଓ ଉଦୟ ପ୍ରତାପ ସିଂ, ରୀତି ପାଠକ । ଏହା ବ୍ୟତୀତ କେନ୍ଦ୍ରୀୟ ବିଜେପିର ବରିଷ୍ଠ ନେତା ତଥା ସଂଗଠନ ମହାମନ୍ତ୍ରୀ କୈଳାଶ ବିଜୟବର୍ଗୀୟ ମଧ୍ୟ ମୈଦାନରେ ଅଛନ୍ତି ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀନରେନ୍ଦ୍ର ସିଂ ତୋମାର ମୁରୈନା ଜିଲ୍ଲାର ଦୀମନୀ ବିଧାନସଭା ଆସନରୁ ନିର୍ବାଚନ ଲଢୁଛନ୍ତି । ମୁନ୍ନା ଭାୟା ଭାବେ ଜଣାଶୁଣା ତୋମାର ଗ୍ବାଲିୟର ବିଧାନସଭା ଆସନରୁ ଦୁଇ ଥର ବିଧାୟକ ହୋଇ ସାରିଛନ୍ତି । ବର୍ତ୍ତମାନ ମୁରେନା ଆସନରୁ ସାଂସଦ ଅଛନ୍ତି ।
ଦୀମନୀ ବିଧାନସଭା ଆସନର ପୁରା ସ୍ଥିତି ଏଠାରେ ଦେଖନ୍ତୁ-
କେନ୍ଦ୍ରମନ୍ତ୍ରୀ ଫଗନ ସିଂକୁଲସ୍ତେ ୩ ଦଶନ୍ଧୀ ପରେ ରାଜ୍ୟ ବିଧାନସଭା ନିର୍ବାଚନ ଲଢୁଛନ୍ତି । ଫଗନଙ୍କୁ ମଣ୍ଡଳା ଜିଲ୍ଲାର ନିବାସ ଆସନରୁ ଦଳ ଟିକେଟ ଦେଇଛି । ଫଗନ ନିଜ ରାଜନୈତିକ ଜୀବନରେ ଥରେ ରାଜ୍ୟସଭା ୬ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ମଣ୍ଡଳା ଲୋକସଭା ଆସନରୁ ସାଂସଦ ଅଛନ୍ତି ।