ଓଡିଶା

odisha

130 ଆସନ ଆମର, ବିଜେପିର ଜଙ୍ଗଲରାଜରୁ ମୁକୁଳିବ ମଧ୍ୟପ୍ରଦେଶ: ଦିଗବିଜୟ ସିଂହ

By ETV Bharat Odisha Team

Published : Dec 3, 2023, 9:31 AM IST

Updated : Dec 3, 2023, 9:38 AM IST

Madhyapradesh Assembly Election Result 2023: ମଧ୍ୟପ୍ରଦେଶରେ କିଏ ଗଢିବ ସରକାର । 230 ବିଧାନସଭା ଆସନରେ ହୋଇଥିବା ନିର୍ବାଚନ ନେଇ ଗଣତି ଆରମ୍ଭ ହୋଇଛି । ଫଳାଫଳ ପୂର୍ବରୁ କଣ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଜାଣନ୍ତୁ ।

Digvijaya Singh on Madhyapradesh Result
Madhyapradesh Assembly Election Result 2023

ଭୋପାଳ:ଖୋଲି ସାରିଛି ଇଭିଏମ । ମଧ୍ୟପ୍ରଦେଶ ସମେତ 4 ରାଜ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି । ସମୟ ଗଡୁଛି ଉତ୍କଣ୍ଠା ବଢୁଛି । କେଉଁ ରାଜ୍ୟରେ କିଏ ଗଢିବ ସରକାର । ଏକଜିଟ ପୋଲ ସତ ହେବ ନା ଧାରା ବଦଳିବ । ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ମଧ୍ୟପ୍ରଦେଶରେ 230 ଆସନରେ ଭୋଟ ଗଣତି ଜାରି ରହିଛି । 130 ଆସନ ଆମର ଏଥର ଶିବରାଜ ସିଂହ ଚୌହାନଙ୍କ ବିଦା ନିଶ୍ଚିନ୍ତ ତାଙ୍କର ଭଲ ଦିନ ସରିବାକୁ ଯାଉଛି । ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ନେତା ଦିଗବିଜୟ ସିଂହ ଏହା କହିଛନ୍ତି ।

ଏଥର ଫଳାଫଳ କଣ ହେବ ପ୍ରଶ୍ନର ଉତ୍ତରରେ କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି, ଆଗରୁ କହିଥିଲି ଏବେ ବି କହୁଛି 130ରୁ ଅଧିକ ଆସନରେ ଆମ ଜିତିବୁ । ବାକି ଯାହା ହେବ ଦେଖାଯିବ । ଶିବରାଜ ସିଂହ ଚୌହାନଙ୍କର କେବଳ ବିଦା ନିଶ୍ଚିନ୍ତ ନୁହେଁ ତାଙ୍କ ଭଲ ଦିନ ସରିବାକୁ ଯାଉଛି । ଜଙ୍ଗଲରାଜରେ ଯେଉଁଭଳି ମିଛ କୁହାଯାଇଛି ଆଦିବାସୀଙ୍କ ସହ ପ୍ରତାରଣା କରାଯାଇଛି । ଗରିବଙ୍କ ସହିତ ଧୋକା ହୋଇଛି ତାହାକୁ ନେଇ କଣ କୁହାଯିବ ।''

ଭୋଟ ଗଣତି ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଥିଲେ ଦିଗବିଜୟ ସିଂହ । ଏକ୍ସରେ କହିଥିଲେ, ''ଆଜି ଆମ ମଧ୍ୟପ୍ରଦେଶ ବିଜେପିର ଜଙ୍ଗଲରାଜରୁ ମୁକ୍ତ ହେବାକୁ ଯାଉଛି । ମଧ୍ୟପ୍ରଦେଶର ଜନତା ଏବଂ କଂଗ୍ରେସ ପାର୍ଟିର ଜଣେ ଜଣେ କର୍ମୀ ସୁନ୍ଦର ସୁସ୍ଥ ମଧ୍ୟପ୍ରଦେଶ ବନାଇବାକୁ ପରିବର୍ତ୍ତନ ଆଣିବାକୁ ମୋହର ମାରିଛନ୍ତି । କଂଗ୍ରେସ ସମସ୍ତ କର୍ମକର୍ତ୍ତାଙ୍କୁ ଆଗ୍ରହ କରୁଛି କି ଆଜି ମତଗଣନା ଉପରେ ନଜର ରଖ । ନିରପେକ୍ଷ ଗଣନା ସୁନିଶ୍ଚିନ୍ତ କରି ଲୋକତନ୍ତ୍ରର ମହାପର୍ବକୁ ସଫଳ କରନ୍ତୁ ।

ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ହୋଇଛି । ରିପୋର୍ଟ ଲେଖାଯିବା ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡରେ ମଧ୍ୟପ୍ରଦେଶରେ ବିଜେପି 51 ଓ କଂଗ୍ରେସ 31 ଆସନରେ ଆଗୁଆ ରହିଛନ୍ତି ।

ଏହା ବି ପଢନ୍ତୁ...୪ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ: ନେତାଙ୍କ ଛାଡି ଧଡ୍‌ଧଡ୍, ସତ ହେବ କି ଏକଜିଟ୍ ପୋଲ ?

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶରେ କମଳ ନା କମଳନାଥ, କିଏ ଗଢିବ ସରକାର

ପ୍ରକାଶ ଥାଉ କି ମଧ୍ୟପ୍ରଦେଶରେ 230 ଆସନରେ ବିଶିଷ୍ଟ ବିଧାନସଭା ଆସନରେ ନଭେମ୍ବର 17 ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ବିଜେପି ଓ କଂଗ୍ରେସ ସମେତ ମୋଟ 2533 ପ୍ରାର୍ଥୀଙ୍କର ପରୀକ୍ଷା ଫଳ ଆଜି ବାହାରିବ । 5 କୋଟି 60 ଲକ୍ଷ ଭୋଟଙ୍କ ହାତରେ ଏମାନଙ୍କ ଭାଗ୍ୟ ସିଲ ହୋଇଥିଲା । ବୁଥ ବାହୁଡା ଆକଳନ ଅନୁସାରେ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ । କିଛି ସଂସ୍ଥା ବିଜେପିକୁ ସାମାନ୍ୟ ଆଗୁଆ ରଖିଥିବାବେଳେ କଂଗ୍ରେସକୁ ଅଧିକ ଆସନ ମିଳିପାରେ ବୋଲି ଜନ କି ବାତ୍ ଆକଳନ କରିଛି ।

Last Updated : Dec 3, 2023, 9:38 AM IST

ABOUT THE AUTHOR

...view details