ଓଡିଶା

odisha

ETV Bharat / bharat

ଟ୍ରେଣ୍ଡ ନୁହେଁ ଜନମତ ଉପରେ ଭରସା: କମଲନାଥ - କଂଗ୍ରେସ ନେତା କମଳ ନାଥ

ମଧ୍ୟପ୍ରଦେଶ ସମେତ 4 ରାଜ୍ୟରେ ଚାଲିଛି ଭୋଟ ଗଣତି । ପ୍ରାରମ୍ଭିକ ପର୍ଯ୍ୟାୟରେ ମଧ୍ୟପ୍ରଦେଶରେ ବିଜେପି ଆଗୁଆ ରହିଛି । ତେବେ ଏହାମଧ୍ୟରେ ନେତାମାନେ ବିଜୟୀ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ଟ୍ରେଣ୍ଡ୍ ଉପରେ ନୁହେଁ ଜନମତ ଉପରେ ଭରସା
ଟ୍ରେଣ୍ଡ୍ ଉପରେ ନୁହେଁ ଜନମତ ଉପରେ ଭରସା

By ETV Bharat Odisha Team

Published : Dec 3, 2023, 10:50 AM IST

ଭୋପାଳ:ସରିଛି ଜନମତ । ଆରମ୍ଭ ହୋଇଯାଇଛି ଭୋଟ ଗଣତି । କଣ ରହିଛି ଜନାଦେଶ ଆଉ କିଛି ଘଣ୍ଟାପରେ ସ୍ପଷ୍ଟ ହେବ । ତେବେ ଭୋଟ ଗଣତି ଜାରି ରହିଥିବା ବେଳେ ସକାଳ 9ଟା ସୁଦ୍ଧା ବିଜେପି 7ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଚାଲିଥିବା ଦେଖାଯାଇଛି । ଏହି ସମୟ ମଧ୍ୟରେ ବିଜୟୀ ନେଇ ସମସ୍ତ ଦଳ ଦମ୍ଭୋକ୍ତି ଦେଖାଇଛନ୍ତି । ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲନାଥ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ମୁଁ କୌଣସି ଟ୍ରେଣ୍ଡ୍ ଉପରେ ବିଶ୍ବାସ କରେନି । ମୋର ମଧ୍ୟପ୍ରଦେଶ ମତଦାତାଙ୍କ ଉପରେ ବିଶ୍ବାସ ରହିଛି, ସେମାନେ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବେ ।'

ସେପଟେ ମଧ୍ୟପ୍ରଦେଶ ବିଜେପି ସଭାପତି ଭିଡି ଶର୍ମା ପ୍ରେସମିଟରେ କହିଛନ୍ତି, 'ମୋର ବିଶ୍ବାସ ଅଛି ସର୍ବାଧିକ ଆସନରେ ଜିତି ଇତିହାସ ରଚିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ନେତୃତ୍ବକୁ ଲୋକେ ବିଶ୍ବାସ କରିଛନ୍ତି । ମଧ୍ୟପ୍ରଦେଶରେ ଐତିହାସିକ ବିଜୟ ହାସଲ କରିବ ।'

ଏହାମଧ୍ୟ ପଢନ୍ତୁ.. ମଧ୍ୟପ୍ରଦେଶରେ କମଳ ନା କମଳନାଥ, କିଏ ଗଢିବ ସରକାର

ମଧ୍ୟ ପ୍ରଦେଶ ମହାନାୟକ କିଏ ହେବ ? କମଲନାଥ ନାଁ ଶିବରାଜ । ମଧ୍ୟପ୍ରଦେଶ ଜନତା ନୂଆ ମୁଖିଆ ବାଛିଛନ୍ତି ନା ଶିବରାଜ ପୁଣି ସତ୍ତାରେ ରହିବେ । ମଧ୍ୟପ୍ରଦେଶରେ ଏଥର 2 ଜାତୀୟ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଫାଇଟ ଦେଖିବାକୁ ମିଳିଥିବା ବେଳେ କିଏ ବିଜୟୀ ହେବ ଆଉ କିଛି ଘଣ୍ଟା ପରେ ସ୍ପଷ୍ଟ ହେବ । ଅନ୍ୟପଟେ ଅନେକ ସଂସ୍ଥାର ଏକଜିଟ ପୋଲ ଆକଳନ ଅନୁଯାୟୀ ମଧ୍ୟପ୍ରଦେଶରେ 2 ଜାତୀୟ ଦଳ ମଧ୍ୟରେ କଡା ଫାଇଟ ଦେଖିବାକୁ ମିଳିବ । ତେବେ ବିଜେପି ସତ୍ତାକୁ ଆସିପାରେ ବୋଲି ଅଧିକାଂଶ ସଂସ୍ଥା ଆକଳନ କରିଛନ୍ତି ।

ପ୍ରକାଶଯୋଗ୍ୟ, ମଧ୍ୟପ୍ରଦେଶରେ ନଭେମ୍ବର 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 230 ଆସନ ପାଇଁ ପାଖାାପାଖି 2533 ପ୍ରାର୍ଥୀ ଛିଡା ହୋଇଥିଲେ । ତେବେ 2018 ବିଧାନସଭା ନିର୍ବାଚନରେ କଂଗ୍ରେସ 114ଟି ଆସନରେ ଦଖଲ କରିଥିବା ବେଳେ ବିଜେପି 109 ଆସନରେ ବିଜୟୀ ହୋଇଥିଲା । ସେଠାରେ କମଲନାଥଙ୍କ ନେତୃତ୍ବରେ ସରକାର ଗଠନ ହୋଇଥିବା ବେଳେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ପରେ କଂଗ୍ରେସ ସରକାର ଭାଙ୍ଗି ପୁଣି ବିଜେପି ସରକାର ଗଢିଥିଲା ଓ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details