ଓଡିଶା

odisha

ETV Bharat / bharat

ସଂକ୍ରମଣ ଭୟ: 4500 କଏଦୀଙ୍କୁ ପୋରୋଲରେ ଛାଡିବେ ମଧ୍ୟପ୍ରଦେଶ ସରକାର - କଏଦୀଙ୍କୁ ପୋରୋଲରେ ଛାଡିବେ ମଧ୍ୟପ୍ରଦେଶ ସରକାର

ସଂକ୍ରମଣ ପାଇଁ 4 ହଜାର 5ଶହ କଏଦୀଙ୍କୁ ପୋରୋଲରେ ଛାଡିବେ ମଧ୍ୟପ୍ରଦେଶ ସରକାର । ଏନେଇ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ନରୋତ୍ତୋମ ମିଶ୍ର । ଅଧିକ ପଢନ୍ତୁ...

Madhya Pradesh: 4,500 prisoners released on parole in wake of COVID-19
ସଂକ୍ରମଣ ପାଇଁ 4 ହଜାର 5ଶହ କଏଦୀଙ୍କୁ ପୋରୋଲରେ ଛାଡିବେ ମଧ୍ୟପ୍ରଦେଶ ସରକାର

By

Published : May 3, 2021, 11:17 AM IST

ଭୋପାଳ:ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନାର କାୟା । ସଂକ୍ରମଣ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ସଂକ୍ରମଣର ମାମଲା ବୃଦ୍ଧି ପାଇବାରୁ ମଧ୍ୟ ପ୍ରଦେଶ ସରକାର 4 ହଜାର 5ଶହ କଏଦୀଙ୍କୁ ପୋରୋଲରେ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ନରୋତ୍ତୋମ ମିଶ୍ର ।

ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜେଲ ଗୁଡିକରେ କଏଦୀଙ୍କ ଭିଡ ନ ବଢାଇବା ଓ ସମାଜିକ ଦୂରତା ଜେଲରେ କଡାକଡି ପାଳନ କରିବା ପାଇଁ ମଧ୍ୟ ପ୍ରଦେଶ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣକୁ ଦୃଷ୍ଚିରେ ରଖି ଅନ୍ତେବାସୀଙ୍କୁ ଦେଖାକରିବାକୁ ଜେଲ ମଧ୍ୟକୁ ଆସୁଥିବା ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ବାରଣ କରାଯାଇଛି । ସେପଟେ, ରାଜ୍ୟର ସମସ୍ତ ଜେଲରେ ଆଇସୋଲେସନ ଓ୍ବାର୍ଡ କରିବାକୁ ଡିଆଜି ନିର୍ଦ୍ଦେଶ ଦେଇଛନ୍ତି । ଯଦି ଯେ କୈଣସି ଅନ୍ତେବାସୀଙ୍କ ଠାରେ କୋରୋନାର ଲକ୍ଷଣ ଦେଖାଯିବ । ସେମାନଙ୍କୁ ଆଇସୋଲେସନ ଓ୍ବାର୍ଡରେ ରଖାଯିବ । ରାଜ୍ୟରେ 131ଟି ଜେଲ ରହିଛି । ସେଥିମଧ୍ୟରୁ 11ଟି ସେଣ୍ଟ୍ରାଲ ଜେଲ ଏବଂ 41 ଟି ଜିଲ୍ଲା ଏବଂ 6ଟି ମୁକ୍ତାକାଶ ଜେଲ ସହିତ 73ଟି ସବଜେଲ ରହିଛି। ପ୍ରଥମ ପର୍ଯ୍ୟାୟରେ 4500 କଏଦୀଙ୍କୁ ଦୁଇମାସ ପାଇଁ ପାରୋଲରେ ମୁକ୍ତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ କଏଦୀଙ୍କୁ ପାରୋଲରେ ମୁକ୍ତ କରାଯିବ । ରାଜ୍ୟରେ କୋଭିଡ ମାମଲାରେ ବୃଦ୍ଧି ଘଟିବା ପରେ ସରକାର 4000 କଏଦୀଙ୍କୁ ଦିଆଯାଇଥିବା ପାରୋଲକୁ ଗତ ବର୍ଷ ଆଉ 60 ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details