ଓଡିଶା

odisha

ETV Bharat / bharat

ଲୋକଙ୍କ ଉପରେ ମାଡିଗଲା ଜିଲ୍ଲାପାଳଙ୍କ କାର୍; ଚାଲିଗଲା 3 ଜୀବନ - ଲୋକଙ୍କ ଉପରେ ଚଢିଗଲା ମାଧେପୁର ଜିଲ୍ଲାପାଳଙ୍କ ଗାଡି

ରାଜରାସ୍ତାରେ ଲୋକଙ୍କ ଉପରେ ଚଢି ଚାଲିଗଲା ଜିଲ୍ଲାପାଳଙ୍କ ଗାଡି । ବିହାର ମାଧେପୁର ଜିଲ୍ଲାପାଳଙ୍କ ଗାଡି ହୋଇଥିବା ସୂଚନା । ଏଥିରେ 3 ମୃତ ଓ ଏକାଧିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଲୋକଙ୍କୁ ଦଳିଚକଟି ଚାଲିଗଲା ଜିଲ୍ଲାପାଳଙ୍କ ଗାଡି
ଲୋକଙ୍କୁ ଦଳିଚକଟି ଚାଲିଗଲା ଜିଲ୍ଲାପାଳଙ୍କ ଗାଡି

By ETV Bharat Odisha Team

Published : Nov 21, 2023, 12:28 PM IST

ପାଟନା: ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡିଗଲା ଜିଲ୍ଲାପାଳଙ୍କ ଗାଡି । ଜିଲ୍ଲାପାଳଙ୍କ କାର୍ ଚକା ତଳେ ଚାଲିଗଲା 3 ନିରୀହ ଜୀବନ । ଆଜି(ମଙ୍ଗଳବାର) ବିହାରର ମଧୁବନି ଜିଲ୍ଲାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମଧେପୁରା ଜିଲ୍ଲାପାଳ ବିଜୟ ପ୍ରକାଶ ମୀନାଙ୍କ କାର୍ ଧକ୍କାରେ 3 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଜିଲ୍ଲାପାଳଙ୍କ ଗାଡି ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଚଢିଯାଇଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ନୈନିତାଲରେ ୫୦୦ ମିଟର ଖାଇକୁ ଖସିଲା ଜିପ୍‌: ୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ସକାଳେ ବିହାରର ମଧୁବନି ଜିଲ୍ଲା ଅନ୍ତର୍ଗତ ପୁଲପରାସ ଥାନା ଅଞ୍ଚଳର ଲୋହିଆ ଛକ ନିକଟ 57 ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ଦ୍ରୁତ ଗତିରେ ଆସି ଲୋକମାନଙ୍କ ଉପରେ ଚଢାଇ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ 3 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ରେଫର କରିଛନ୍ତି । ତେବେ ଗାଡିଟି ମଧେପୁରା ଜିଲ୍ଲାପାଳ ବିଜୟ ପ୍ରକାଶ ମୀନାଙ୍କର ହୋଇଥିବା ଜଣାପଡିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ..ଜମ୍ମୁ-କାଶ୍ମୀରରେ ଭୟଙ୍କର ବସ୍ ଦୁର୍ଘଟଣା; ୩୮କୁ ବଢ଼ିଲା ମୃତ୍ୟୁସଂଖ୍ୟା

ଯାହା ସୂଚନା ମିଳିଛି, ଜିଲ୍ଲାପାଳ ବିଜୟଙ୍କ ଗାଡି ରାଜଧାନୀ ପାଟନାରୁ ମଧେପୁରା ଅଭିମୁଖେ ଯାଉଥିଲା । 57 ନଂ ଜାତୀୟ ରାଜପଥରେ ଗାଡି କିଛି ଲୋକଙ୍କ ଉପରେ ମାଡିଯିବା ପରେ ଭାରସାମ୍ୟ ହରାଇ ରାସ୍ତାକଡରେ ଏକ ଖୁଣ୍ଟରେ ପିଟି ହୋଇଯାଇଥିଲା । ଯେଉଁଥିରେ ଜିଲ୍ଲାପାଳଙ୍କ କାରର ସାମ୍ନା ପଟ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ତେବେ ଦୁର୍ଘଟଣା ସମୟରେ ଗାଡି ଭିତରେ ଜିଲ୍ଲାପାଳ ଉପସ୍ଥିତ ଥିଲେ କି ନାହିଁ ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ଏହାମଧ୍ୟ ପଢନ୍ତୁ..ଯୋଡିମାଦେଲି ଘାଟିରେ ଓଲଟିଲା କାର, 3 ମୃତ ଓ ଜଣେ ଗୁରୁତର

ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଛି । ଦୀର୍ଘ ସମୟ ଧରି ଲୋକମାନେ ରାସ୍ତାରୋକ କରିବା ସହ ବିରୋଧ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ଶାନ୍ତ କରାଇବା ପାଇଁ ଉଦ୍ୟମ କରିବା ସହ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details