ନୂଆଦିଲ୍ଲୀ: ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ(SEBI)ର ନୂତନ ତଥା ପ୍ରଥମ ମହିଳା ଅଧ୍ୟକ୍ଷା ହେଲେ ମାଧବୀ ପୁରୀ ବୁଚ । ଆଜି ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ପରବର୍ତ୍ତୀ ମୁଖ୍ୟ ଭାବେ ମାଧବୀଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ମାଧବୀ ପୂର୍ବରୁ ICICI ସିକ୍ୟୁରିଟିର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବା ସହ ୨୦୧୭ ରୁ ୨୦୨୧ ମଧ୍ୟରେ SEBIର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ସେ ପ୍ରଥମ ମହିଳା ଭାବେ ଏବି ପଦରେ ନିଯୁକ୍ତି ପାଇଛନ୍ତି ।
ତେବେ ବର୍ତ୍ତମାନର ଅଧ୍ୟକ୍ଷ ତଥା ୧୯୮୪ ବ୍ୟାଚ ହିମାଚଳ ପ୍ରଦେଶ କ୍ୟାଡରର ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଜୟ ତ୍ୟାଗୀ ୨୦୧୭ ରେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ୩ ବର୍ଷ ପରେ ଆଜି ତାଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । ତାଙ୍କ ଠାରୁ ନୂତନ ମୁଖ୍ୟ ଭାବେ ମାଧବୀ ଦାୟିତ୍ବ ଗ୍ରହଣ କରିବେ ।