ଓଡିଶା

odisha

ଟମାଟୋ ଚାଷୀଙ୍କୁ ହତ୍ୟା, ବର୍ଦ୍ଧିତ ଦର ନେଲା ଜୀବନ!

By

Published : Jul 12, 2023, 8:24 PM IST

ଆନ୍ଧ୍ରପ୍ରଦେଶରେ ଟମାଟୋ ଚାଷୀଙ୍କୁ ହତ୍ୟା କରାଯାଇଥିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାସ୍ତା କଡ଼ରୁ ରାଜଶେଖରଙ୍କ ମୃତଦେହ ଉଦ୍ଧାର ପରେ ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

ଟମାଟୋ ଚାଷୀଙ୍କୁ ମର୍ଡର
ଟମାଟୋ ଚାଷୀଙ୍କୁ ମର୍ଡର

ବିଶାଖାପାଟଣା: ଦେଶରେ ଆକାଶ ଛୁଆଁ ରହିଛି ଟମାଟୋ ଦର । ପ୍ରତିଦିନ ଟମାଟୋ ଦର ସହିତ ଜଡ଼ିତ ନୂଆ ନୂଆ ଖବର ସାମନାକୁ ଆସୁଥିବାବେଳେ ଆନ୍ଧ୍ରପ୍ରଦେଶରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା । ଅନ୍ନୋମେୟା ଜିଲ୍ଲାରେ ଏକ ଟମାଟୋ ଚାଷୀଙ୍କୁ ହତ୍ୟା କରାଯିବା ଖବର ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବଡିମଲ୍ଲାଦିନେ ଗାଁର ଟମାଟୋ ଚାଷୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକ ହେଉଛନ୍ତି ରାଜଶେଖର ରେଡ୍ଡୀ । ସୂଚନା ଅନୁସାରେ, ଗାଁରୁ କିଛି ଦୂରରେ ଥିବା ନିଜ ଚାଷଜମି ନିକଟରେ ଏକ ଘରେ ରହୁଥିଲେ ରାଜଶେଖର ।

ମଙ୍ଗଳବାର ରାତିରେ ଗାଁ ନିକଟକୁ ଯାଉଥିବାବେଳେ ହଠାତ୍‌ କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତାରେ ଅଟକାଇ ଧମକ ଚମକ ଦେଇଥିଲେ । ଖାଲି ସେତିକି ନୁହେଁ, ଦୁର୍ବୃତ୍ତ ମାନେ ରାଜଶେଖରଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ । ଏକ ଗାମୁଛା ସାହାଯ୍ୟରେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଛି । ତେବେ ଘଟଣା ଘଟିବାର କିଛି ସମୟ ପୂର୍ବରୁ, କେତେକ ଅଜଣା ବ୍ୟକ୍ତି ରାଜଶେଖରଙ୍କ ପତ୍ନୀଙ୍କୁ ଟମାଟୋର ମଞ୍ଜି ମାଗିଥିବା ନେଇ ପୋଲିସ ନିକଟରେ ବୟାନ ଦେଇଛନ୍ତି ମୃତକଙ୍କ ସ୍ତ୍ରୀ ।

ଏହାପରେ ରାଜଶେଖରଙ୍କ ସମ୍ପର୍କରେ ପଚାରିଥିଲେ ଦୁର୍ବୃତ୍ତ । ତେବେ ରାଜଶେଖରଙ୍କ ପତ୍ନୀ ସେମାନଙ୍କୁ ଠିକଣା ଜଣାଇବା ପରେ ଅଭିଯୁକ୍ତମାନେ ତୁରନ୍ତ ସେହି ସ୍ଥାନରୁ ଚାଲିଯାଇଥିଲେ। ଏହାପରେ ଅଭିଯୁକ୍ତମାନେ ଟମାଟୋ ଚୋରି କରିବାକୁ ଯାଇ ରାଜଶେଖରଙ୍କୁ ପ୍ରଥମେ ଆକ୍ରମଣ କରିବା ସହ ପରେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଶେଖର ଘରକୁ ନଫେରିବାରୁ ତାଙ୍କ ପତ୍ନୀ ଚିନ୍ତିତ ହୋଇପଡିଥିଲେ । ବହୁ ଖୋଜାଖୋଜି ପରେ ଶେଷରେ ରାସ୍ତା କଡ଼ରୁ ରାଜଶେଖରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ପାଇ ତୁରନ୍ତ ଡିଏସପି କେଶପ୍ପା, CI ସତ୍ୟନାରାୟଣ ଏବଂ SI ଭେଙ୍କଟେଶ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ତଦନ୍ତ ଜାରି ରଖିଛନ୍ତି।

ଏହା ମଧ୍ୟ ପଢନ୍ତୁ...Tomatoes crisis: କନ୍ଦାଉଛି ଟମାଟୋ, ଆଶ୍ବସ୍ତି ଦେବାକୁ ଅଣ୍ଟା ଭିଡିଲା କେନ୍ଦ୍ର

ପୋଲିସର ସୂଚନା ଅନୁସାରେ, ରାଜଶେଖର ଅଙ୍ଗଲ୍ଲୁ ମାର୍କେଟରେ ଟମାଟୋ ବିକ୍ରି କରି ଆସୁଥିଲେ। ବର୍ତ୍ତମାନର ବର୍ଦ୍ଧିତ ଟମାଟୋ ଦର ଚୋରି ହେବାର ଆଶଙ୍କା କରି ବ୍ୟବସାୟରୁ ଉପାର୍ଜିତ ଟଙ୍କା ସବୁକୁ ମଣ୍ଡିରେ ରଖିଥିଲେ ରାଜଶେଖର। ମଙ୍ଗଳବାର 70 କ୍ବିଣ୍ଟାଲ ଟମାଟୋ ବିକ୍ରି ପାଇଁ ଅଣାଯାଇଥିଲା । ଯାହାକୁ ନେଇ କେହି ଦୁର୍ବୃତ୍ତ ତାଙ୍କୁ ଟାର୍ଗେଟ କରିବା ପରେ ରାତିରେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ତେବେ, ଟମାଟୋ ଲୁ୍ଟ୍ କରିବାକୁ ଆସିଥିବାବେଳେ ଏଭଳି ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ପୋଲିସ।

ABOUT THE AUTHOR

...view details