ଓଡିଶା

odisha

ETV Bharat / bharat

ଏମବି ରାଜେଶ କେରଳ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ

ସିପିଆଇ ନେତା ଏମ.ବି ରାଜେଶ କେରଳ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଏମବି ରାଜେଶ କେରଳ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ
ଏମବି ରାଜେଶ କେରଳ ବିଧାନସଭା ବାଚସ୍ପତି ଭାବେ ନିର୍ବାଚିତ

By

Published : May 25, 2021, 2:56 PM IST

ଥିରୁଅନନ୍ତପୁରମ: କେରଳର ଶାସକ ଦଳ ସିପିଆଇ-ଏମର ନେତା ଏମ.ବି ରାଜେଶ ମଙ୍ଗଳବାର ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମ ବିଧାୟକ ଭାବେ 15ତମ କେରଳ ବିଧାନସଭାର ବାଚସ୍ପତି ଭାବରେ ସେ ନିର୍ବାଚିତ ହୋଇଛନ୍ତି ।

ଚଳିତ ବିଧାନସଭା ନିର୍ବାଚନରେ ସିପିଆଇ ନେତୃତ୍ବାଧୀନ ଏଲଡିଏଫ ଦଳ 140ଟି ବିଧାନସଭା ଆସନରୁ 99ଟି ଆସନରେ ବିଜୟଲାଭ କରିଥିଲା । ରାଜେଶଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ 3 ଥର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପି.ସି ବିଶ୍ବନାଥ । କଂଗ୍ରେସ ଚଳିତ ନିର୍ବାଚନରେ 41ଟି ଆସନରେ ବିଜୟ ଲାଭ କରିଥିଲା । ତେବେ ବାଚସ୍ପତି ପଦବୀ ପାଇଁ ମଙ୍ଗଳବାର ସକାଳ 9ଟା ସମୟରେ ଭୋଟିଂ ଆରମ୍ଭ ହୋଇଥିଲା । ଭୋଟ ଗଣତି ପରେ ରାଜେଶଙ୍କୁ 96ଟି ଭୋଟ ମିଳିଥିବା ବେଳେ ବିଶ୍ବନାଥଙ୍କୁ 40ଟି ଭୋଟ ମିଳିଥିଲା ।

ରାଜେଶ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ରାଜେଶ ବାଚସ୍ପତି ଆସନରେ ବସିବା ପାଇଁ ଯୋଗ୍ୟ ଏବଂ ସେ ଉତ୍ତମ ଭାବେ ନିଜ ଦାୟିତ୍ବ ତୁଲାଇପାରିବେ ବୋଲି ସେ କହିଛନ୍ତି । ଗୃହର ଅନ୍ୟ ନେତାମାନେ ମଧ୍ୟ ରାଜେଶଙ୍କ ବିଜୟକୁ ସମର୍ଥନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details