ଓଡିଶା

odisha

ETV Bharat / bharat

ତେଲେଙ୍ଗନାରେ ପ୍ରବଳ ବର୍ଷା, ଭାଙ୍ଗିଲା ୭୦ ଫୁଟର ହୋର୍ଡିଂ ବୋର୍ଡ - ତେଲେଙ୍ଗନାରେ ପ୍ରବଳ ବର୍ଷା

ତେଲେଙ୍ଗାନାରେ ପ୍ରବଳ ବର୍ଷା । ରାଜ୍ୟର ଅନେକ ସ୍ଥାନରେ କୁଆପଥର ବର୍ଷା ସହ ଘଡ଼ଘଡ଼ି ହୋଇଥିବା ଜଣାପଡ଼ିଛି । ବର୍ଷା ସହ ପ୍ରବଳ ପବନ ବହିବା ଯୋଗୁଁ ଭାଙ୍ଗିଲା ୭୦ ଫୁଟର ନିର୍ମିତ ହୋର୍ଡିଂ । ଅଧିକ ପଢ଼ନ୍ତୁ

luminar collapsed at karimnagar due to heavy rains in telangana
ତେଲେଙ୍ଗନାରେ ପ୍ରବଳ ବର୍ଷା, ଭୁଶୁଡ଼ିଲା ୭୦ ଫୁଟର ବିଶାଳ ହୋର୍ଡିଂ ବୋର୍ଡ

By

Published : Jan 12, 2022, 1:20 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ପ୍ରବଳ ବର୍ଷା । ରାଜ୍ୟର ଅନେକ ସ୍ଥାନରେ କୁଆପଥର ବର୍ଷା ସହ ଘଡ଼ଘଡ଼ି ହୋଇଥିବା ଜଣାପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି । ତେବେ ରାସ୍ତା ଉପରେ ପାଣି ଜମି ରହିବାରୁ ଜନସାଧାରଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଲଗାଣ ବର୍ଷା ଓ ପବନ ବହିବା ଯୋଗୁଁ ପ୍ରାୟତଃ ସ୍ଥାନରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି ।

ତେଲେଙ୍ଗନାରେ ପ୍ରବଳ ବର୍ଷା, ଭାଙ୍ଗିଲା ୭୦ ଫୁଟର ହୋର୍ଡିଂ ବୋର୍ଡ

ଗତ ମଙ୍ଗଳବାର ଲଗାଣ ବର୍ଷା ଯୋଗୁଁ କରିମନଗର ଜିଲ୍ଲାରେ ଏକ ହୋର୍ଡିଂ ବୋର୍ଡ ଭାଙ୍ଗିପଡିଛି । ବର୍ଷା ସହ ପ୍ରବଳ ପବନ ବହିବା କାରଣରୁ ୭୦ ଫୁଟ ନିର୍ମିତ ହୋର୍ଡିଂ ବୋର୍ଡ ଭୁଶୁଡ଼ି ଯାଇଥିଲା । ତେବେ ଏହି ହୋର୍ଡିଂ ବୋର୍ଡ ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା । ଫେବୃଆରୀ ମାସରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଭେଙ୍କଟେଶ୍ବର ମନ୍ଦିର ଉତ୍ସବ ପାଇଁ ଏହାକୁ ନିର୍ମାଣ କରାଯାଇଥିଲା । ଇଲେକ୍ଟ୍ରିକ ଲାଇଟ ସାହାଯ୍ୟରେ ପ୍ରଭୁ ଶ୍ରୀ ରାମଙ୍କ ଶୋଭାଯାତ୍ରା ଦୃଶ୍ୟକୁ ଉନ୍ମୋଚନ କରିବା ପାଇଁ ଏହାକୁ ନିର୍ମାଣ କରାଯାଇଥିଲା ।

ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ କରିମନଗର ଜିଲ୍ଲାର ଅନେକ ଗାଁର ଲୋକ ପ୍ରଭାବିତ ହୋଇଥିଲେ । ଏଥିସହ ଅନେକ ଗାଁରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details