ନୂଆଦିଲ୍ଲୀ:ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଭାରତ । ଆଜି ଅପରାହ୍ନ 2 ଟା 35ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO) ତୃତୀୟ ମୁନ ମିଶନ ଚନ୍ଦ୍ରଯାନ ଉତକ୍ଷେପଣ କରିବାକୁ ଯାଉଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-3 ଅଭିଯାନ ଆରମ୍ଭ ହେବ । ଜାଣିଛନ୍ତି କି ଏହି ମିଶନର କିଏ ନେତୃତ୍ବ ନେଇଛନ୍ତି । ଏହି ଚନ୍ଦ୍ରଯାନ-3 ମିଶନର ନେତୃତ୍ବ ଲକ୍ଷ୍ନୌର ମହିଳା ବୈଜ୍ଞାନିକ ଋତୁ କରିଧାଲଙ୍କୁ ଦିଆଯାଇଛି । ଲକ୍ଷ୍ନୌର ଋତୁ କରିଧାଲ ଚନ୍ଦ୍ରଯାନ-3 ମିଶନର ନିର୍ଦ୍ଦେଶକ ଭାବର ଦାୟିତ୍ବ ତୁଲାଉଛନ୍ତି ।
ରକେଟ ୱିମେନ ନାମର ପରିଚିତ ସ୍ପେଶ ବୈଜ୍ଞାନିକ ଋତୁ କରିଧାଲ ଶ୍ରୀବାସ୍ତବଙ୍କ କାନ୍ଧରେ ଚନ୍ଦ୍ରଯାନ-3 ମିଶନର ଦାୟିତ୍ବ ନ୍ୟସ୍ତ ରହିଛି । ଲକ୍ଷ୍ନୌର ଋତୁ କରିଧାଲ ଦୁନିଆରେ ଭାରତୀୟ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ମଙ୍ଗଳଯାନ ମିଶନରେ ନିଜର ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି ଋତୁ । ଏବେ ଆଉ ଏକ କିର୍ତ୍ତୀମାନ ସ୍ଥାପନ କରିବାକୁ ଯାଉଛନ୍ତି । ଚନ୍ଦ୍ରଯାନ-3 ମିଶନ ସହିତ ଏକ ନୂଆ ଉଡାଣ ଭରିବାକୁ ଯାଉଛନ୍ତି ରକେଟ ୱିମେନ ଋତୁ କରିଧାଲ । ମଙ୍ଗଳଯାନ ମିଶନରେ ଋତୁ ଡେପୁଟି ଅପରେସନ ଡାଇରେକ୍ଟର ଦାୟିତ୍ବ ତୁଲାଇଥିଲେ ।
ଋତୁ କରିଧାଲ ଶ୍ରୀବାସ୍ତବଙ୍କ ବିଷୟରେ:ଋତୁ କରିଧାଲ ଶ୍ରୀବାସ୍ତବଙ୍କ ଜନ୍ମ ଲକ୍ଷ୍ନୌରେ । ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏସନ କରିଥିଲେ । ବିଜ୍ଞାନ ଓ ମହାକାଶରେ ରୁଚି ରଖୁଥିବା ଋତୁ ଇସ୍ରୋରେ ପ୍ରବେଶ କରିଥିଲେ । 6 ମାସ ରିସର୍ଚ୍ଚ କରିବା ପରେ ଗେଟରେ କୃତକାର୍ଯ୍ୟ ହୋଇଥିଲ । 1997ରେ ଇସ୍ରୋରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଅନେକ ମିଶନରେ ସେ ଭୂମିକା ନେଇ ପ୍ରମୁଖ ଅନ୍ତରୀକ୍ଷ ବୈଜ୍ଞାନିକଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ତେଣୁ ତାଙ୍କୁ 'ରକେଟ ୱିମେନ' କୁହାଯାଏ ।