ଓଡିଶା

odisha

ETV Bharat / bharat

ବାଧିଲା ସ୍ତ୍ରୀର ସିଙ୍ଗଲ ଷ୍ଟାଟସ, ଜୀବନ ହାରିଲେ ସ୍ବାମୀ - ସିଙ୍ଗଲ ଷ୍ଟାଟସ

ସୋସିଆଲ ମିଡିଆରେ ସିଙ୍ଗଲ ଷ୍ଟାଟସ ପକାଇଲା ସ୍ତ୍ରୀ । ସହିନପାରି ଜୀବନ ହାରିଲା ସ୍ବାମୀ । ଅଧିକ ପଢନ୍ତୁ

lucknow man dies by suicide for wife
lucknow man dies by suicide for wife

By

Published : May 11, 2023, 8:32 AM IST

ଲକ୍ଷ୍ନୌ:ବିଦେଶୀ ଝିଅକୁ ବିବାହ କରିଥିଲେ ଲକ୍ଷ୍ନୌ ଯୁବକ । ଫ୍ରାନ୍ସ ଯୁବତୀଙ୍କୁ ବିବାହ କରି ହସ ଖୁସିରେ ଚାଲିଥିଲା ପରିବାର । ହେଲେ କୌଣସି କାରଣବଶତଃ ଗତ କିଛି ଦିନ ହେବ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଫଳରେ ମହିଳା ଜଣକ ଫ୍ରାନ୍ସ ଚାଲିଯାଇଥିଲେ । ସ୍ତ୍ରୀ କଥା ଭାବିଭାବି ଦୁଃଖରେ ଦିନ କାଟୁଥିଲା ସ୍ବାମୀ । ହେଲେ ହଠାତ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଲେ ସ୍ତ୍ରୀ । ଯାହାକୁ ସହି ପାରିଲେନି ସ୍ବାମୀ । ସ୍ତ୍ରୀର ସିଙ୍ଗଲ ଷ୍ଟାଟସ ଦେଖି ସହି ନପାରି ଜୀବନ ହାରିଦେଇଛନ୍ତି ସ୍ବାମୀ । ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଥିବା ବେଳେ ନିଜ ଘରେ ଜୀବନ ହାରି ଦେଇଥିବା ଜଣାପଡିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିକାଶନଗର ପୋଲିସର କହିବା ଅନୁସାରେ, "ମୃତ ଯୁବକ ହେଲେ ପିୟୁଷ । ସେ ଅବସରପ୍ରାପ୍ତ ଆଇଏସ ଅଫିସର ପିଏନ ଦ୍ବିବେଦୀଙ୍କ ପୁଅ ଥିଲେ । ସେ କିଛି ଦିନ ତଳେ ଫ୍ରାନ୍ସର ଏକ ଝିଅକୁ ବିବାହ କରିଥିଲେ । କିନ୍ତୁ କିଛି ଦିନ ହେବ ସମ୍ପର୍କରେ ତିକ୍ତତା ଆସିବାରୁ ସେ ସହିପାରିଲେ ନାହି । ତେଣୁ ତାଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । "

ଏହା ମଧ୍ୟ ପଢନ୍ତୁ: Doctor Murder in Kerala: ପୋଲିସ କଷ୍ଟଡିରେ ମହିଳା ଡାକ୍ତରଙ୍କୁ ଛୁରୀ ଭୁସି ହତ୍ୟା କଲା ଅଭିଯୁକ୍ତ ରୋଗୀ

ସୂଚନାଅନୁସାରେ, ମୃତ ପିୟୁଷଙ୍କ ଘର ଲକ୍ଷ୍ନୌର ବିକାଶନଗର କଲୋନିରେ ହୋଇଥିବା ବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଅକୁ ହରାଇ ପୁରା ପରିବାର ଭାଙ୍ଗି ପଡିଛନ୍ତି । ତେବେ ମୃତଦେହ ନିକଟରୁ କୌଣସି ସୁଇସାଇଡ ନୋଟ ମିଳିନଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

ଏହି ଘଟଣାକୁ ନେଇ ବିକାଶନଗର ଇନ୍ସିପେକ୍ଟର କହିଛନ୍ତି, "ମୃତ ଯୁବକଙ୍କ ସ୍ତ୍ରୀ ଫ୍ରାନ୍ସରେ ରହୁଥିବା ବେଳେ ଦୁଇଜଣଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ଫଳରେ ସ୍ବାମୀ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ହେଲେ ଯେତେବେଳେ ସ୍ତ୍ରୀ ସିଙ୍ଗଲ ଷ୍ଟାଟସ ପକାଇଲେ ଆଉ ସ୍ବାମୀ ସହିପାରିଲେ ନାହିଁ । ମାନସିକ ଭାରସାମ୍ୟ ହରାଇ ନିଜ ଜୀବନ ହାରିଛନ୍ତି । ତେବେ ଏହା ପଛରେ ଆଉ କଣ କାରଣ ରହିଛି ସେନେଇ ଆମେ ତଦନ୍ତ ଜାରି ରଖିଛୁ । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details