ଓଡିଶା

odisha

By

Published : Apr 11, 2021, 1:13 PM IST

ETV Bharat / bharat

ଦିଲ୍ଲୀରେ ଲାଗୁ ହେବ ଲକଡ଼ାଉନ !

ସଂକ୍ରମଣ ବଢି ହସ୍ପିଟାଲରେ ସ୍ଥିତି ଅଣାୟତ୍ତ ହେଲେ ଦିଲ୍ଲୀରେ ଲକଡ଼ାଉନ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ କେଜିରୱାଲ କହିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀରେ ଲାଗୁ ହେବ ଲକଡ଼ାଉନ !
ଦିଲ୍ଲୀରେ ଲାଗୁ ହେବ ଲକଡ଼ାଉନ !

ନୂଆଦିଲ୍ଲୀ: ରାଜଧାନୀରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ତେବେ ଦିଲ୍ଲୀରେ ଯଦି ଅଧିକ ସଂକ୍ରମଣ ଘଟି ହସ୍ପିଟାଲରେ ସ୍ଥିତି ଅଣାୟତ୍ତ ହୁଏ ତେବେ ଲକଡାଉନ ଲାଗୁ ହେବ ବୋଲି ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ କହିଛନ୍ତି ।

ଦିଲ୍ଲୀ ସରକାର ଲକଡାଉନ ଲାଗୁ ପାଇଁ ଆଗ୍ରହୀ ନଥିବା ବେଳେ ପରିସ୍ଥିତି ଅସମ୍ଭାଳ ହେଲେ ତାଙ୍କ ନିକଟରେ ଆଉ କିଛି ବିକଳ୍ପ ନାହିଁ ବୋଲି କହିଛନ୍ତି । ଯଦି ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟେ ତେବେ ସରକାର ଲକଡ଼ାଉନ ପୁଣି ଥରେ ଲାଗୁ କରିବା ପାଇଁ ବାଧ୍ୟ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କେନ୍ଦ୍ର ସରକାର ବୟସ ଅନୁସାରେ ଦେଶବାସୀଙ୍କୁ ମାଗଣା ଟିକା ପ୍ରଦାନ କରିବା ପାଇଁ ସ୍ଥିର କରିଛନ୍ତି । ତେବେ ଏହି ବ୍ୟବସ୍ଥାକୁ ବନ୍ଦ କରି ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦାବି କରିଛନ୍ତି ।

ତେବେ ଦିଲ୍ଲୀର ଏଯାବତ ପ୍ରାୟ 65 ପ୍ରତିଶତ 45 ବର୍ଷରୁ କମ ଲୋକଙ୍କୁ ଟିକା ଦିଆସରିଛି । କୋରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ନ ହେଲେ ହସ୍ପିଟାଲରେ ଶଯ୍ୟାକୁ ଦଖଲ ନ କରିବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି । ହସ୍ପିଟାଲରେ ପୂର୍ବରୁ ଶଯ୍ୟାକୁ ବୁକ୍‌ କରିବା ପାଇଁ ରାଜ୍ୟ ସରକାର ଏକ ଆପ୍ ଖୋଲିଛନ୍ତି । ଏହାସହିତ ମହାରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ପ୍ରବେଶ ଉପରେ ମୁଖ୍ୟମନ୍ତ୍ରୀ କଟକଣା ଲଗାଇଛନ୍ତି । କୌଣସି ଉତ୍ସବ, ବିବାହ, ସିନେମା ହଲ କିମ୍ବା ରେଷ୍ଟୁରାଣ୍ଟରେ ମହାରାଷ୍ଟ୍ରରୁ ଆସୁଥିବା ଲୋକଙ୍କୁ ବାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜିରୱାଲ ।

ଦିଲ୍ଲୀ ସରକାର ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଏମବିବିଏସର 4ର୍ଥ ଓ 5ମ ବର୍ଷରେ ଥିବା ଛାତ୍ରଛାତ୍ରୀ, ବିଡ଼ିଏସ ଡାକ୍ତର ଓ ଇଣ୍ଟର୍ଣ୍ଣଙ୍କୁ ନିୟୋଜିତ କରିଛନ୍ତି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଦିଲ୍ଲୀ ସରକାର କହିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ 28 ହଜାର 773 ସକ୍ରିୟ ମାମଲା ରହିଛି ।

@ANI

ABOUT THE AUTHOR

...view details