ନୂଆଦିଲ୍ଲୀ: ଲଦାଖରେ ଚୀନ ନିଜ ସୈନ୍ୟ ଓ ଟ୍ୟାଙ୍କରକୁ ଦୃତ ଦତିରେ ପଛକୁ ହଟାଇବାରେ ଲାଗିଛି । ହେଲେ ଚୀନର ଚାଲାକି ଓ ପୁରୁଣା ଅଭ୍ୟାସକୁ ଦୃଷ୍ଟିରେ ରଖି କୌଣସି ରିସ୍କ୍ ନେବାକୁ ଚାହୁଁନି ଭାରତ । ବିବାଦିତ ଅଞ୍ଚଳରେ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ ମଧ୍ୟରେ ଚୁକ୍ତି ହୋଇଛି ।
ଚୀନର ଚାଲାକି ମଧ୍ୟରେ ଭାରତୀୟ ସେନାର ଟପ କମାଣ୍ଡରଙ୍କ କଡା ନଜର - ଭାରତୀୟ ସେନା ଟପ କମାଣ୍ଡର
ଚୀନର ଚାଲାକି ଓ ପୁରୁଣା ଅଭ୍ୟାସକୁ ଦୃଷ୍ଟିରେ ରଖି କୌଣସି ରିସ୍କ୍ ନେବାକୁ ଚାହୁଁନି ଭାରତ । ଏହାରି ମଧ୍ୟରେ ଉତ୍ତର ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୱାଇକେ ଜୋଶୀ ମଙ୍ଗଳବାର ପୂର୍ବ ଲଦାଖ ଗସ୍ତ କରି ସନ୍ୟ ପ୍ରତ୍ୟାହାର ପ୍ରକ୍ରିୟାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...
ଚୁକ୍ତି ଆଧାରରେ ଡ୍ରାଗନ ପାଙ୍ଗୋଙ୍ଗ୍ ହ୍ରଦକ ଉତ୍ତର ଓ ଦକ୍ଷିଣ ଅଞ୍ଚଳକେ ନିଜ ସେନା ପ୍ରତ୍ୟାହାର ଆରମ୍ଭ କରିସାରିଛି । ଚୀନ ଏହି ଅଞ୍ଚଳରେ ତମ୍ବୁ ଓ ଟ୍ୟାଙ୍କ୍ରକୁ ନିଜ ସୀମା ମଧ୍ୟକୁ ନେଉଛି । ତେବେ ଚୀନର ପ୍ରତ୍ୟେକ ଗତିବିଧି ଉପରେ କଡା ନଜର ରଖିଛି ଭାରତ । ଏହାରି ମଧ୍ୟରେ ଉତ୍ତର ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୱାଇକେ ଜୋଶୀ ମଙ୍ଗଳବାର ପୂର୍ବ ଲଦାଖ ଗସ୍ତ କରି ସନ୍ୟ ପ୍ରତ୍ୟାହାର ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ।
ଚୀନ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର କୂଳରେ ଗତ 8 ଘଣ୍ଟା ମଧ୍ୟରେ ପାଖାପାଖି 200 ଟ୍ୟାଙ୍କ୍ ପଛକୁ ହଟାଇସାରିଛି । ପିପୁଲ୍ସ ଲିବରେସନ ଆର୍ମି ନିଜର ଜେଟ୍ଟୀ, ହେଲିପ୍ୟାଡ୍, ଟେଣ୍ଟ ଓ ଅବଜରଭେସନ ପଏଣ୍ଟକୁ ନଷ୍ଟ କରିଦେଇଛି । ଏହାର ନିର୍ମାଣ ଏପ୍ରିଲ 2020 ପରେ ଫିଙ୍ଗର 4 ଓ ଫିଙ୍ଗର 8 ମଧ୍ୟରେ କରାଯାଇଥିଲା ।