ଓଡିଶା

odisha

ନୂଆ CDS ଜେନେରାଲଙ୍କ ଘୋଷଣା କଲେ କେନ୍ଦ୍ର ସରକାର

By

Published : Sep 28, 2022, 7:06 PM IST

Updated : Sep 28, 2022, 7:54 PM IST

ଦେଶର ନୂଆ ସିଡିଏସ ଜେନେରାଲଙ୍କ ନା ଘୋଷଣା କଲେ କେନ୍ଦ୍ର ସରକାର । ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ (Lt General Anil Chauhan (Retired) ହେଲେ ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ (Chief of Defence Staff) ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଦେଶର ନୂଆ ସିଡିଏସ ଜେନେରାଲଙ୍କ ନା ଘୋଷଣା କଲେ କେନ୍ଦ୍ର ସରକାର । ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ (Lt General Anil Chauhan (Retired) ହେଲେ ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ (Chief of Defence Staff)

ଅବସରପ୍ରାପ୍ତ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ସେନାର ନୂଆ ସେନାପତି ତଥା ଚିଫ ଅଫ ଡିଫେନ୍ସ ଷ୍ଟାଫ (Chief of Defence Staff) ଭାବେ କାର୍ଯ୍ୟ କରିବେ । ଏତତ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ କାମ କରିବେ । ଭାରତୀୟ ସେନାରେ ଦୀର୍ଘ 40 ବର୍ଷ ସେବା ପ୍ରଦାନ କରିଥିବା ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ଅନେକ କମାଣ୍ଡର ନେତୃତ୍ବ ନେଇଛନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କ ଆତଙ୍କବାଦୀ ଗତିବିଧୀ ଅପରେସନରେ ଅନେକ ଅଭିଜ୍ଞତା ରହିଛି । ବିଶେଷ ଭାବେ ଜାମ୍ମୁ କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟ ଗୁଡିକରେ ଏକାଧିକ ଆତଙ୍କବାଦୀ ଅପରେସନର ନେତୃତ୍ବ ନେଇଛନ୍ତି ।

18 ମେ 1961 ରେ ଜନ୍ମ ଗ୍ରହଣ କରିଥିବା ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ବର୍ଷ 1981ରେ ଭାରତୀୟ ସେନାରେ ସାମିଲ ହୋଇଥିଲେ । ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଖଡକୱାସଲା (National Defence Academy Khadakwasla) ଓ ଇଣ୍ଡିଆନ ମିଲିଟାରୀ ଏକାଡେମୀ ଡେରାଡୁନ (Indian Military Academy Dehradun) ର ଛାତ୍ର ଥିଲେ ।

ସେନା କ୍ୟାରିୟରରେ ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ମେଜର ଜେନେରାଲ ଭାବେ ଜମ୍ମୁ କାଶ୍ମୀରର ବାରାମୂଳା ସେକ୍ଟରର ନର୍ଦନ କମାଣର ଏକ ଇନଫେଣ୍ଟ୍ରି ଡିଭିଜନର ମୁଖ୍ୟ ଭାବେ ପ୍ରଥମ ନେତୃତ୍ବ ନେଇଥିଲେ । ଏହାପରେ ଲେଫନାଣ୍ଟ ଜେନେରାଲ ଭାବେ ଉତ୍ତର-ପୂର୍ବ ରାଜ୍ୟ (Neart East) ର ଏକ କୋରର କମାଣ ଦାୟିତ୍ବ ନେଇଥିଲେ । ବର୍ଷ 2019 ରେ ସେନାର ଇଷ୍ଟର୍ଣ୍ଣ ଆର୍ମି କମାଣର ଜେନେରାଲ ଅଫିସର କମାଣ୍ଡିଂ-ଇନ-ଚିଫ ଭାବେ ଦାୟିତ୍ବ ନେଇ 2021 ରେ ଅବସର ପର୍ଯ୍ୟନ୍ତ ରହିଥିଲେ । ଏତତ ବ୍ୟତୀତ ଜାତିସଂଘ ମିଶନ ଆଙ୍ଗ୍ଲୋରେ ମଧ୍ୟ କାମ କରିଛନ୍ତି । ସେନାରୁ ଅବସର ନେଇଥିଲେ ସୁଦ୍ଧା ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ନେଇ ତତ୍ପର ଥିଲେ । ବିଭିନ୍ନ ସମୟରେ ସରକାରଙ୍କୁ ପରାମର୍ଶ ସହ ରଣନୀତି ପ୍ରସ୍ତୁତିରେ ନିଜର ଅବଦାନ ଦେଉଥିଲେ ।

ନୂଆ ସିଡିଏସ ନିଯୁକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଚଳିତ ବର୍ଷ ମୂଳ ନିୟମରେ ସଂଶୋଧନ କରିଥିଲେ । ଯେଉଁଥିରେ ଲେଫ୍ଟନାଣ୍ଟ ଜେନେରାଲ ଓ ଜେନେରାଲ ର୍ୟାଙ୍କର ଅଧିକାରୀଙ୍କୁ ମଧ୍ୟ ସିଡିଏସ ନିଯୁକ୍ତି ଦେବାପାଇଁ ମଞ୍ଜୁରି ଦେଇଥିଲେ । ନୂଆ ସିଡିଏସ 3 ଭାରତୀୟ ସେନା ସ୍ଥଳସେନା, ବାୟୁସେନା ଓ ନୌସେନାର ମୁଖ୍ୟ ଭାବେ କାମ କରିବେ । ସିଧା ସଳଖ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପରାମର୍ଶ ଦେଇପାରିବେ । ଏହାବାଦ କେନ୍ଦ୍ର ସରକାରଙ୍କ ଗୁରୁ୍ତ୍ବପୂର୍ଣ୍ଣ ଥିଏଟର କମାଣ୍ଡକୁ ସଫଳ କରିବା ପାଇଁ କାମ କରିବେ ।

ଭାରତୀୟ ସେନାରେ ସର୍ବୋଚ୍ଚ ଅବଦାନ ପାଇଁ ନୂଆ ସିଡିଏସ ତଥା ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନଙ୍କୁ ଅନେକ ସମ୍ମାନ ଓ ସ୍ବୀକୃତି ମିଳିଛି । ଯେଉଁଥିରେ ରହିଛି ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ସେବା ବିଶିଷ୍ଟ ସେବା ମେଡାଲ, ସେନା ମେଡାଲ ଓ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ହୋଇଛନ୍ତି ।

ସୂଚନାଯୋଗ୍ଯଯେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ( CDS General Bipin Rawat) ଙ୍କ ଦୁଃଖଦ ନିଧନ ଗତ ବର୍ଷ ଡିସେମ୍ବର 8 ତାରିଖରେ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା । ତାମିଲନାଡୁର କୁନ୍ନୁରକୁ ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଯାଉଥିବା ବେଳେ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ (Coonoor helicopter Crash) ହୋଇଥିଲା । ଏଥିରେ ସିଡିଏସ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୩ ଜଣଙ୍କର ନିଧନ ହୋଇଥିଲା । ୩୦ ଡିସେମ୍ବର ୨୦୧୯ ରେ ଜେନେରାଲ ବିପିନ ରାୱତ ପ୍ରଥମ ସିଡିଏସ (Chief of Defence Staff ) ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 28, 2022, 7:54 PM IST

ABOUT THE AUTHOR

...view details