ଜୟପୁର:ରାଜସ୍ଥାନର କୋଟାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ଲୋକସଭା ବାଚସ୍ପତି ତଥା ସ୍ଥାନୀୟ ସାଂସଦ ଓମ ବିର୍ଲା । ବିର୍ଲା ଶନିବରା ସକାଳେ ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିଥିବାବେଳେ ଅପରାହ୍ନରେ ରେସକ୍ୟୁ ମୋଟର ବୋଟରେ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । କୋଟାର ଜିଲ୍ଲାର ସର୍ବାଧିକ ପ୍ରଭାବିତ ସନଗୁଡ ସହର ଏହାର ଆଖପାଖ ଅଞ୍ଚଳ ପରିଦର୍ଶନ କରିବା ସହ ଉଦ୍ଧାର ଓ ରିଲଫ୍ କାର୍ଯ୍ୟ ସମୀକ୍ଷା କିରଛନ୍ତି ବିର୍ଲା ।
ସ୍ଥିତି ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ବିର୍ଲା କହିଛନ୍ତି, ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକ ଗଭୀର ଭାବେ ପ୍ରଭାବିତ ହେବା ସହ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି । ସେହିପରି ସ୍ଥିିତି ବର୍ତ୍ତମାନ ଗମ୍ଭୀର ରହିଥିବାବେଳେ ଧିରେ ଧିରେ ସ୍ବାଭାବିକ ହେଉଛି । ବୋଟରେ ବନ୍ୟାଞ୍ଚଳ ପରିଦର୍ଶନ କରିବା ପୂର୍ବରୁ ଶନିବାର ସକାଳେ ସେ ଆକାଶ ମାର୍ଗରୁ ମଧ୍ୟ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ ।