ନୂଆଦିଲ୍ଲୀ: ହାଣ୍ଡିଶାଳରେ ମହଙ୍ଗା ମାଡ । ଦେଶରେ ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର । ଆଜି(ଶନିବାର) 14 କେଜିର ଅଣ-ସବସିଡିଯୁକ୍ତ LPG ସିଲିଣ୍ଡର ଦାମ୍ 50 ଟଙ୍କା ବୃଦ୍ଧି ପାଇଛି(LPG cylinder rates hiked by Rs 50) । ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି । ଫଳରେ ବର୍ତ୍ତମାନ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ପାଖାପାଖି 1000 ଟଙ୍କାରେ ପହଞ୍ଚିଛି । ଏଣିକି ଦେଶରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ଲୋକଙ୍କୁ 999.50 ଟଙ୍କା ଦେବାକୁ ପଡିବ । ଏହାପୂର୍ବରୁ ମାର୍ଚ୍ଚ 22ରେ ଏହି ସିଲଣ୍ଡର ଦାମ 50 ଟଙ୍କା ବଢିଥିଲା ।
LPG Prices: 50 ଟଙ୍କା ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର
ଖାଉଟିଙ୍କୁ ବଡ ଝଟକା । ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର । ଜାଣନ୍ତୁ କେତେ
LPG Prices: ଆଜିଠୁ 50 ଟଙ୍କା ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର
ଚଳିତ ମାସ 1 ତାରିଖରେ ଦେଶରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ 102.50 ଟଙ୍କା ବୃଦ୍ଧି ହୋଇଥିଲା । ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(Commercial LPG Cylinder) ଦାମ୍ ୧୦୪ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ୨୩୫୫.୫୦ ଟଙ୍କା ହୋଇଯାଇଥିଲା । କିନ୍ତୁ ସେ ସମୟରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଥିଲା । ତେବେ ଦୀର୍ଘ ଦିନ ହେଲାଣି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି ।