ଓଡିଶା

odisha

By

Published : Mar 1, 2021, 2:14 PM IST

ETV Bharat / bharat

ଚତୁର୍ଥ ଥର ପାଇଁ ବଢ଼ିଲା LPG ଗ୍ୟାସ ସିଲିଣ୍ଡର ଦାମ୍, ଦିଲ୍ଲୀରେ ସିଲିଣ୍ଡର ପିଛା 819

ମାର୍ଚ୍ଚ ମାସ ଆରମ୍ଭରୁ ମହଙ୍ଗା ମାଡ । ଚତୁର୍ଥ ଥର ପାଇଁ ପୁଣି ବଢିଲା LPG ଦର । ଦିଲ୍ଲୀରେ ସିଲିଣ୍ଡର ପିଛା 25 ଟଙ୍କା ବୃଦ୍ଧି ପାଇ 819 ଟଙ୍କାରେ ପହଞ୍ଚିଛି ଦର । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ 14.2 କେଜି ଏଲପିଜି ଦର କୋଲକାତାରେ 745ଟଙ୍କା ଥିବାବେଳେ ଚେନ୍ନାଇରେ 735 ଟଙ୍କା ରହିଛି ।

ଚତୁର୍ଥ ଥର ପାଇଁ ବଢ଼ିଲା LPG ଗ୍ୟାସ ସିଲିଣ୍ଡର ଦାମ୍ , ଦିଲ୍ଲୀରେ ସିଲିଣ୍ଡର ପିଛା 819
ଚତୁର୍ଥ ଥର ପାଇଁ ବଢ଼ିଲା LPG ଗ୍ୟାସ ସିଲିଣ୍ଡର ଦାମ୍ , ଦିଲ୍ଲୀରେ ସିଲିଣ୍ଡର ପିଛା 819

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଆରମ୍ଭରୁ ମହଙ୍ଗା ମାଡ । ଚତୁର୍ଥ ଥର ପାଇଁ ପୁଣି ବଢିଲା LPG ଦର । ଦିଲ୍ଲୀରେ ସିଲିଣ୍ଡର ପିଛା 25 ଟଙ୍କା ବୃଦ୍ଧି ପାଇ 819 ଟଙ୍କାରେ ପହଞ୍ଚିଛି ଦର । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ 14.2 କେଜି ଏଲପିଜି ଦର କୋଲକାତାରେ 745ଟଙ୍କା ଥିବାବେଳେ ଚେନ୍ନାଇରେ 735 ଟଙ୍କା ରହିଛି ।

ଫେବୃଆରୀ 4ରେ ପ୍ରଥମ ଥର 25 ଟଙ୍କା ବୃଦ୍ଧି ପାଇଥିଲା । ଏହାପରେ ଫେବୃଆରୀ 14ରେ 50 ଟଙ୍କା । ଡିସେମ୍ବର ମାସଠୁ କ୍ରମାଗତ ଭାବରେ 200 ଟଙ୍କା ବୃଦ୍ଧି ପାଇଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ଗୋଟେ ପଟେ କୋରୋନାରେ ଲୋକେ ଜୀବନ ଜିବିକା ସଜାଡି ପାରିନଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏନେଇ ବାରମ୍ବାର ପ୍ରତିବାଦ କରାଗଲେ ମଧ୍ୟ ଦର କମିବାର ନା ନେଉନି । ଯାହାକୁ ନେଇ ଚିନ୍ତାରେ ଖାଉଟି ।

ABOUT THE AUTHOR

...view details