ଓଡିଶା

odisha

ETV Bharat / bharat

ମୋଦିଙ୍କ ରାକ୍ଷୀ ଗିଫ୍ଟ ! ୨୦୦ଟଙ୍କା କମିଲା LPG ସିଲିଣ୍ଡର ଦାମ୍, ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଡବଲ ଲାଭ - 200 କମିବ ଏଲପିଜି ସିଲିଣ୍ଡର

ରାକ୍ଷୀ ପୂର୍ଣ୍ଣିମା ଓ ଓନମ ଅବସରରେ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, 200 ଟଙ୍କା କମିଲା ଘରୋଇ LPG ଗ୍ୟାସ । ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ସମେତ ସମସ୍ତ ଗ୍ୟାସ ଉପଭୋକ୍ତା ପାଇବେ ଏହି ଲାଭ । ଅଧିକ ପଢନ୍ତୁ

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, 200 ଟଙ୍କା କମିଲା ଘରୋଇ LPG ଗ୍ୟାସ
କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, 200 ଟଙ୍କା କମିଲା ଘରୋଇ LPG ଗ୍ୟାସ

By ETV Bharat Odisha Team

Published : Aug 29, 2023, 4:37 PM IST

Updated : Aug 29, 2023, 5:09 PM IST

ନୂଆଦିଲ୍ଲୀ:ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ରନ୍ଧନ ଗ୍ୟାସ ଉପକ୍ଷୋକ୍ତାଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । 14 କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ 200 ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ସମେତ ଦେଶର ସମସ୍ତ ଗ୍ୟାସ ଉପଭୋକ୍ତା ଏହାର ଲାଭ ପାଇବେ । ତେବେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଡବଲ ଲାଭ ମିଳିବ । କାରଣ ସିଲିଣ୍ଡର ଦର 200 ଟଙ୍କା କମିଥିବା ବେଳେ ଉଜ୍ଜ୍ୱଳା ଯୋଜନାରେ 200 ଟଙ୍କାର ସବସିଡ ମଧ୍ୟ ମିଳିବ । ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି ସୂଚନା ଦେଇଛନ୍ତି । 75 ଲକ୍ଷ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ଦେୟମୁକ୍ତ ଭାବେ ନୂତନ ଗ୍ୟାସ ସଂଯୋଗୀକରଣ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରଛନ୍ତି । ଆଜି ଓନମ ଓ ରକ୍ଷା ବନ୍ଧନ ପୂର୍ବ ଅବସରରେ ପ୍ରଧାନମନ୍ତ୍ରୀ ଘରୋଇ ଗ୍ୟାସ ସିଲିଣ୍ଡର ପିଚ୍ଛା 2 ଶହ ଟଙ୍କା ଦର ହ୍ରାସ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିବା ଅନୁରାଗ ଠାକୁର କହିଛନ୍ତି ।

ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ 1,053 ଟଙ୍କା, ମୁମ୍ବାଇରେ 1052.50 ଟଙ୍କା, ଚେନ୍ନାଇରେ 1068.50 ଟଙ୍କା ଏବଂ କୋଲକାତାରେ 1079 ଟଙ୍କା ରହିଛି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ଜୁଲାଇରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 50 ଟଙ୍କା ବୃଦ୍ଧି କରିଥିଲେ । ଏହାପୂର୍ବରୁ ମେ ମାସରେ ଦୁଇ ଥର ମୂଲ୍ୟ ବୃଦ୍ଧି କରାଯାଇଥିଲା । ତେଣୁ ଉଜ୍ଜଳା ଯୋଜନାରେ ସମସ୍ତ ଘରକୁ ରନ୍ଧନ ଗ୍ୟାସ ସଂଯୋଗୀକରଣ ଉପରେ ଗୁରୁତ୍ବ ଦେଉଥିବା ମୋଦି ସରକାରଙ୍କୁ ବିରୋଧୀ ଟାର୍ଗେଟ କରିବାର ଆରମ୍ଭ କରିଥିଲେ । ଆଜି ଏହାରି ମଧ୍ୟରେ କେନ୍ଦ୍ର ସରାକର ସମସ୍ତ ଗ୍ୟାସ ଉପଭୋକ୍ତାଙ୍କ ପାଇଁ 2 ଶହ ଟଙ୍କା ଦର ହ୍ରାସ କରି ବଡ ଘୋଷଣା କରିଛନ୍ତି । ଉଜ୍ଜଳା ଯୋଜନା ହିତାଧିକାରୀ ପୂର୍ବରୁ ମିଳୁଥିବା ସବସିଡି ରାଶି ସହ ଏହି ନୂଆ ନିର୍ଦ୍ଧାରିତ ଦରରେ ଗ୍ୟାସ ସିଲିଣ୍ଡର କ୍ରୟ କରିବେ ।

ଏହା ମଧ୍ୟ ପଢନ୍ତୁ :-China releases new map: ଚୀନର ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ସାମିଲ

​​ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରାକରଙ୍କ ଉଜ୍ଜଳା ଯୋଜନାରେ ହିତାଧିକାରୀ ପୂର୍ବରୁ ପ୍ରତି ସିଲିଣ୍ଡର ପିଚ୍ଛା 200 ଟଙ୍କା ସବସିଡିର ଲାଭ ପାଉଛନ୍ତି । ଏବେ 200 ଟଙ୍କା ଦର ହ୍ରାସ ପରେ ସେମାନେ ପୂର୍ବ ସବସିଡ ରାଶିକୁ ମିଶାଇ ମୋଟ 4ଶହ ଟଙ୍କାର ଲାଭ ପାଇବେ । ଏହାପୂର୍ବରୁ ଅଗଷ୍ଟ 1 ରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡର (19 କେଜି) ର ମୂଲ୍ୟ 99.75 ଟଙ୍କା ହ୍ରାସ କରିଥିଲେ। ସେହି ମୂଲ୍ୟ ହ୍ରାସ ପରେ ଦିଲ୍ଲୀରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ 1,680 ଟଙ୍କାରେ ପହଞ୍ଚିଥିଲା । ଗତ ମାସ (ଜୁଲାଇ) ରେ ଶେଷଥର ପାଇଁ 19 କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ କରାଯାଇଥିଲା । ତେବେ ଭିନ୍ନ ଭିନ୍ନ ରାଜ୍ୟରେ ବିଭିନ୍ନ ଟ୍ୟାକ୍ସ ସ୍ଲାବ ହେତୁ ଏହି ମୂଲ୍ୟରେ ପାର୍ଥକ୍ୟ ମଧ୍ୟ ଦେଖାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 29, 2023, 5:09 PM IST

ABOUT THE AUTHOR

...view details