ମୁମ୍ବାଇ:ମାସ ଆରମ୍ଭରୁ ମହଙ୍ଗା ମାଡରୁ ଗ୍ରାହକଙ୍କୁ ଆଶ୍ବସ୍ତି । କମିଲା ଏଲପିଜି ସିଲିଣ୍ଡର ଦର । ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇଛି । ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୧୫ ଟଙ୍କା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରରେ ଏହି ହ୍ରାସ ଘଟିଛି । ତେବେ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍ରେ ପରିବର୍ତ୍ତନ ହୋଇନାହିଁ ।
ନଭେମ୍ବର ୧ ଅର୍ଥାତ ଆଜିଠୁ ୧୯ କିଲୋ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ୧୧୫.୫୦ ପଇସା ଶସ୍ତା ହୋଇଛି । ମାସର ପ୍ରଥମ ଦିନରେ ଇନ୍ଧନ ଦରରେ ହ୍ରାସ ହୋଇଛି ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର କମିଥିଲେ ମଧ୍ୟ ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ରିପୋର୍ଟ ଅନୁଯାୟୀ, ନଭେମ୍ବର ୧ରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ଦାମ ୧୧୫.୫ ଟଙ୍କା, କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି । ଏହା ପୂର୍ବରୁ ଅକ୍ଟୋବର ୧ରେ ସିଲିଣ୍ଡରର ଦାମ ୨୫ ଟଙ୍କା ଶସ୍ତା ହୋଇଥିଲା ।