ନୂଆଦିଲ୍ଲୀ:ଦେଶର ବିଭିନ୍ନ ସ୍ଥାନରେ ଶୀତଲହରୀ ଜାରି ରହିଥିବାବେଳେ ଦକ୍ଷିଣ-ପୂର୍ବ ବଙ୍ଗପୋସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ(IMD) ।
ତେବେ ବର୍ତ୍ତମାନ ସମୟରେ ଏହା କେବଳ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା କ୍ରମଶଃ ଘନୀଭୂତ ହେବା ସହ ପୂର୍ବ ଓ ଉତ୍ତର-ପୂର୍ବ ଦିଗରେ ସ୍ଥଳ ଭାଗ ମୁହାଁ ହେବା ନେଇ ପ୍ରାରମ୍ଭିକ ଭାବେ ଆକଳନ ପ୍ରକାଶ ପାଇଛି । ଏହାର ପ୍ରଭାବ ଓ ଗତିପଥ ନେଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ର କ୍ରମଶଃ ସ୍ପଷ୍ଟ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।