ହାଇଦ୍ରାବାଦ:ପ୍ରେମ ସମ୍ପର୍କର କରୁଣ ପରିଣତି । ବ୍ରେକଅପ ଯୋଗୁ ପ୍ରେମିକାକୁ ଛୁରାମାଡ କରି ହତ୍ୟା ଉଦ୍ୟମ କରିଛି ପ୍ରେମିକ । ପ୍ରେମିକର ଛୁରାମାଡରେ ପ୍ରେମିକା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି (Lover stabbed girlfriend after breakup in Delhi) । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ପ୍ରେମିକର ଆକ୍ରମଣ ବେଳର ଦୃଶ୍ୟ ନିକଟରେ ଲାଗିଥିବା CCTVରେ କଏଦ ହୋଇଛି । ପ୍ରେମିକା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ହରିୟାଣାରୁ ଗିରଫ କରିବାରେ ସଫଳ ହୋଇଛି ।
ଅଭିଯୁକ୍ତର ନାମ ସୁଖବିନ୍ଦର ସିଂ ଓରଫ ସୁଖା ଓ ସେ ହରିୟାଣା ଆମ୍ବାଲାର ବାସିନ୍ଦା ବୋଲି ପ୍ରାଥମିକ ଭାବେ ପୋଲିସ ଜାଣିବାକୁ ପାଇଛି । ଯୁବତୀ ଜଣକ ଦେଇଥିବା ବୟାନ ଅନୁସାରେ, ସେ କୋଚିଂ ଯାଉଥିବା ବେଳେ ରାସ୍ତାରେ ତାଙ୍କର ସୁଖା ସହ ଭେଟ ହୋଇଥିଲା । ସୁଖା କଥାବାର୍ତ୍ତା କରିବା ଆଳରେ ତାଙ୍କ ସହ କିଛି ବାଟ ଚାଲିବା ପରେ ହଠାତ ଏକ ଛୁରୀରେ ତାଙ୍କ ଉପରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ସେ ତାଙ୍କୁ ଗୁରୁତର ଅବସ୍ଥାରେ ଫିଙ୍ଗି ଦେଇ ଫେରାର ମାରିଥିଲା(Lover stabbed girlfriend after breakup in Delhi)।