ଇନ୍ଦୋର: ସରିଛି ପ୍ରେମ ସପ୍ତାହ । ରୋଜ ଡେ'ରୁ ଆରମ୍ଭ ହୋଇଥିବା ଭାଲେନଣ୍ଟାଇନ ଡେ'ରେ ସମାପ୍ତ ହୋଇଛି ପ୍ରେମ ଓଷା । ତେବେ ଏହି ସାତ ଦିନରେ ପ୍ରେମୀ ଯୁଗଳ ଉଭୟେ ଉଭୟଙ୍କୁ ପସନ୍ଦ ମୁତାବକ ଦାମ ଉପହାର ପ୍ରଦାନ କରିଛନ୍ତି । କିନ୍ତୁ ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ବ୍ୟକ୍ତି ତାଙ୍କ ଭାବି ସ୍ତ୍ରୀକୁ ଏପରି ଏକ ଦାମୀ ଉପହାର ଦେଇଛନ୍ତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ସେ ଏମିତି ସେମିତି ଉପହାର ଦେଇନାହାଁନ୍ତି ବରଂ ଜହ୍ନ ରାଇଜରେ ତାଙ୍କ ନାଁରେ ଗୋଟିଏ ଏକର ଜାଗା କିଣିଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ପଳାଶଙ୍କ ଭାବି ପତ୍ନୀ ଆଶାନା ମନ୍ଦାନ କହିଛନ୍ତି ଯେ ଏହା ହେଉଛି ସର୍ବୋତ୍ତମ ଉପହାର ଯାହା ସେ କେବେ ପାଇନାହାଁନ୍ତି।
ଚନ୍ଦ୍ରରେ କିପରି ଜମି କିଣିବେ ସେ ବିଷୟରେ ପଲାଶ ଜାଣିନଥିବା ବେଳେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିଥିଲେ । ଏହାସହ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଶାହାରୁଖ ଖାନ ଚନ୍ଦ୍ରରେ ନିଜର ଜମି ରଖିଥିବା ଜାଣିବାକୁ ପାଇଥିଲେ । ତେବେ ସୁଶାନ୍ତ ସିଂ ରାଜପୁତଙ୍କ ପୁରା କ୍ରୟ ପ୍ରକ୍ରିୟା ସେ ଅନୁସରଣ କରିଥିଲେ । ବର୍ତ୍ତମାନ ତାଙ୍କୁ ଏକ ସାର୍ଟିଫିକେଟ୍ ମିଳିଛି ଯେ ଚନ୍ଦ୍ରରେ ତାଙ୍କର ଏକ ଏକର ଜମି ଅଛି।
ପଲାଶ ବର୍ତ୍ତମାନ ଦୁବାଇରେ ଏକ କମ୍ପାନୀ, ଫ୍ରି ଲଞ୍ଚିଂ ପାଇଁ କାମ କରୁଛନ୍ତି ଓ ତାଙ୍କ ପ୍ରେମିକା ହାଇଦ୍ରାବାଦରେ ରୁହନ୍ତି। ପଲାଶ ଦ୍ବାରା ଆନ୍ତର୍ଜାତୀୟ ଚନ୍ଦ୍ର ଭୂମି ମାଧ୍ୟମରେ ଏହି ଜମି କ୍ରୟ କରାଯାଇଛି । ସେ ପାଇଥିବା ସାର୍ଟିଫିକେଟ୍ ରେ, ତାଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ସ୍ଥାନ ଉଲ୍ଲେଖ କରାଯାଇଛି । ଚନ୍ଦ୍ର ଭୂମି ରେକର୍ଡରେ ପଲାଶ ତାଙ୍କ ଭାବି ପତ୍ନୀ ଆଶାନା ମନ୍ଧାନଙ୍କ ନାମ ରଖିଛନ୍ତି । ସେ ଆଶା କରନ୍ତି ଯେ, ବିଶ୍ବର ଅଗ୍ରଗତି ଏବଂ ସେଠାରେ ମାନବ ଜୀବନର ଅସ୍ତିତ୍ବର ସମ୍ଭାବନାକୁ ବିଚାର କରି ସେ ଦିନେ ଚନ୍ଦ୍ରରେ ନିଜ ପୃଷ୍ଠରେ ପହଁଞ୍ଚିବେ।