ଓଡିଶା

odisha

By

Published : Nov 10, 2022, 6:41 PM IST

Updated : Nov 11, 2022, 1:44 PM IST

ETV Bharat / bharat

ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ଫେସବୁକରେ ଲାଇଭ ଆସି ବେକ କାଟିଲେ ପ୍ରେମିକ

ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସବୁକରେ ଲାଇଭ ଆସି ବେକ କାଟିଲେ ପ୍ରେମିକ । ଅଧିକ ପଢ଼ନ୍ତୁ

ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : ଫେସବୁକରେ ଲାଇଭ ଆସି ବେକ କାଟିଲେ ପ୍ରେମିକ
ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ : ଫେସବୁକରେ ଲାଇଭ ଆସି ବେକ କାଟିଲେ ପ୍ରେମିକ

ଲକ୍ଷ୍ନୌ : ପ୍ରେମରେ ବିଫଳ ହୋଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସବୁକରେ ଲାଇଭ ଆସି ବେକ କାଟିଲେ ପ୍ରେମିକ । ଏଭଳି ଦୃଶ୍ଯ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳ ପୁରଙ୍ଗଦରପୁର ଥାନା ଅଞ୍ଚଳରେ । ତେବେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁସାରେ ପୁରଙ୍ଗଦରପୁର ଥାନା ଅଞ୍ଚଳସ୍ଥିତ ସୋଲେସ ନାମକ ଜଣେ ଯୁବକ ଦୀର୍ଘ ବର୍ଷ ହେବ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ମଧ୍ୟ ନିବିଡ଼ ଥିଲା । ଏପରିକି ଉଭୟ ସାରା ଜୀବନ ଏକାଠି ହୋଇ ରହିବେ ବୋଲି କଥା ମଧ୍ୟ ଦେଇଥିଲେ । ହେଲେ ଯୁବତୀ ଜଣଙ୍କ ତାଙ୍କ ସହ ପ୍ରତାରଣା କରିଥିଲେ । ଏନେଇ ସୋଲେସ ଭାଙ୍ଗି ପଡ଼ିଥିଲେ । ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ସୋଲେସ ବାରମ୍ବାର ଯୁବତୀଙ୍କୁ ନିବେଦନ କରିଥିଲେ । ହେଲେ ଯୁବତୀ ଜଣକ ତାଙ୍କ ପ୍ରେମକୁ ଖାତିର କରିନଥିଲେ । ଘର ଲୋକଙ୍କ କଥାରେ ସେ ରାଜି ହୋଇ ବାହା ହେବେ ବୋଲି କହିଥିଲେ ।

ତେବେ ପ୍ରେମିକାର ବିବାହ ଅନ୍ୟତ୍ର ସ୍ଥିର ହୋଇଥିବା ନେଇ ଯୁବକ ଜଣଙ୍କ ପରେ ଜାଣିପାରିଥିଲେ । ଏନେଇ ଯୁବତୀଙ୍କ ସହ ବାରମ୍ବାର ଯୋଗଯୋଗ କରିବାକୁ ଚାହିଁଥିଲେ । ହେଲେ ଯୋଗଯୋଗ ହୋଇପାରିନଥିଲା । ପରେ ଫେସବୁକରେ ଯୁବକ ଜଣଙ୍କ ଲାଇଭରେ ଆସି ପ୍ରେମିକାର ବିଶ୍ବାସଘାତକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ଏଥିରେ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଯୁବକ ଜଣଙ୍କ । ପରେ ଫେସବୁକରେ ଲାଇଭ୍ ଆସି ଏକ ଧାରୁଆ ମାରଣାସ୍ତ୍ରରେ ନିଜ ତଣ୍ଟିକୁ କାଟିଥିଲେ । ଯାହାକୁଦେଖି ଯୁବକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଫେସବୁକ ବନ୍ଧୁ ତୁରନ୍ତ ଯୁବକଙ୍କ ପ୍ରେମିକାଙ୍କ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ବର୍ତ୍ତମାନ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି । ଏ ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 11, 2022, 1:44 PM IST

ABOUT THE AUTHOR

...view details