ଲକ୍ଷ୍ନୌ:କଥାରେ ଅଛି ପ୍ରେମରେ ପଡିଲେ ମଣିଷ କିଛିବି କରିପାରେ । ନିଜ ପ୍ରେମକୁ ପାଇବାରୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଦିଅନ୍ତି ପ୍ରେମୀଯୁଗଳ । କିଏ ବିଦେଶରୁ ପଳାଇ ଆସୁଛି ତଆଉ କିଏ ପ୍ରେମ ପାଇଁ ଧର୍ମ ପରିବର୍ତ୍ତନ କରିଦେଉଛି । ଏବେ ପ୍ରେମକୁ ପାଇବା ପାଇଁ ଜଣେ ଯୁବତୀ ଲିଙ୍ଗ ପରିବର୍ତ୍ତନ କରି ଝିଅରୁ ପୁଅ ହୋଇଛନ୍ତି ।
love story of two girls in jhansi କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ସେ ଯେଉଁ ଯୁବତୀଙ୍କ ପାଇଁ ଲିଙ୍ଗ ପରିବର୍ତ୍ତନ କରିଥିଲେ ସେ ଏବେ ବିବାହ ପାଇଁ ମନା କରିଦେଇଥିଲେ । ପୁଣି ଥରେ ଲିଙ୍ଗ ପରିବର୍ତ୍ତନ କରି ଝିଅ ହେବାକୁ କହିଥିଲେ ଯୁବତୀ ଜଣଙ୍କ । ଉତ୍ତରପ୍ରଦେଶର ଝାନ୍ସି ଜିଲ୍ଲାରେ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି । ଯୁବତୀ ଜଣଙ୍କ ଗାଲଫ୍ରେଣ୍ଡ ଭାବୁଥିବା ଯୁବତୀଙ୍କୁ ବିବାହ କରିବା ପାଇଁ ଲିଙ୍ଗ ପରିବର୍ତ୍ତନ ସହ ନିଜ ନାମ ପରିବର୍ତ୍ତନ କରି ସୁହେଲ ଖାନ ରଖିଥିଲେ । କିନ୍ତୁ ଅନ୍ୟ ଯୁବତୀ ଜଣଙ୍କ ଏବେ ବିବାହ ପାଇଁ ମନା କରିବାକୁ କଥା ଯାଇ କୋର୍ଟରେ ପହଞ୍ଚିଛି ।
ଲିଙ୍ଗ ପରିବର୍ତ୍ତନ କରି ଝିଅରୁ ପୁଅ ହୋଇଥିବା ଯୁବତୀଙ୍କ ଓକିଲ କହିଛନ୍ତି ଯେ, ''ଝାନ୍ସିରେ ରହୁଥିବା ସନା ଖାନ ସୋନଲ ଶ୍ରୀବାସ୍ତଙ୍କ ପ୍ରେମରେ ପଡିଥିଲେ । ଏହାପରେ ଉଭୟ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦୁଇ ଏକାଠି ରହିବାକୁ ହେଲେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୁରୁଷ ହେବା ଆବଶ୍ୟକ ବୋଲି ସୋନଲ କହିଥିଲେ । ଏହାପରେ ସନା ଖାନ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଲିଙ୍ଗ ଅପରେସନ କରି ଝିଅରୁ ପୁଅ ହୋଇଥିଲେ । ଏହାପରେ ନିଜ ନାମ ସୁହେଲ ଖାନ ପରିବର୍ତ୍ତନ କରିଥିଲେ । କିନ୍ତୁ ବିବାହ ହେବା ପୂର୍ବରୁ ଏକ ଡାକ୍ତରଖାନାରେ ଅନ୍ୟ ଯୁବତୀ ସୋନଲ ଶ୍ରୀବାସ୍ତବ ଚାକିରି ପାଇଲେ । ସେଠାରେ ସେ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡିଥିଲେ । ଯାହା ଫଳରେ ସୋନଲ ଓ ସନାଙ୍କ ମଧ୍ୟରେ ଦୂରତା ବଢିଥିଲା ।''
ଓକିଲ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ, ''ଲିଙ୍ଗ ପରିବର୍ତ୍ତନ ପରେ ସନା ଖାନ( ସୋହେଲ) ତାଙ୍କ ଗାର୍ଲଫ୍ରେଣ୍ଡ ସୋନଲଙ୍କୁ ଭେଟିଥିଲେ । ଏବଂ ବିବାହ କରିବାକୁ କହିଥିଲେ । କିନ୍ତୁ ସୋନଲ ସନାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଯଦି ତୁମକୁ ଭଲ ଲାଗୁନି ତେବେ ତୁମେ ପୁଣି ଥରେ ଅପରେସନ କରି ଝିଅ ହୋଇ ପାରିବ । ଏହା ପରେ ସନା କୋର୍ଟରେ ହାଜର ହୋଇ ଏସମ୍ପର୍କରେ ଜଣାଇଥିଲେ । ''ତେବେ ସନା ଓ ସୋନଲଙ୍କ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟ ପ୍ରତିଦିନ ବାର୍ତ୍ତାଳାପ କରନ୍ତି । ସୋନଲଙ୍କ ସମସ୍ତ ଖର୍ଚ୍ଚ ସନା ବହନ କରନ୍ତି । ଉଭୟ ସ୍ବାମୀ ସ୍ତ୍ରୀ ପରି ରହୁଥିବା ବେଳେ ଅନେକ ସମୟରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ମଧ୍ୟ କରନ୍ତି । କିନ୍ତୁ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଛିନ୍ନ ହୋଇଛି ।
୩୦ ମେ ୨୦୨୨ରେ ଅନଲାଇନରେ ସନା ଖାନ ସୋନଲଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଜୁନ ୩ ତାରିଖ ଦିନ ଏହି ଅଭିଯୋଗ କୋର୍ଟରେ ବିଚାର କରାଯାଇଥିଲା । ଏହା ପରେ ସନା ଖାନଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା । ଦୁଇ ସାକ୍ଷୀ ରାଜୁ ଅହିରୱର ଏବଂ ଅଜୟ କୁମାରଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଥିଲା । ରାଜୁ ଅହିରୱର ସୋହେଲ ଖାନଙ୍କ ଡ୍ରାଇଭର ଥିଲେ ଏବଂ ସେହି ସମୟରେ ସେ ତାଙ୍କ ସହ ଦିଲ୍ଲୀର ଗଙ୍ଗରାମ ଡାକ୍ତରଖାନାକୁ ଯାଇ ଲିଙ୍ଗ ପରିବର୍ତ୍ତନ କରିଥିଲେ ।
ଏହି ଘଟଣାରେ ସୋନଲ ଶ୍ରୀବାସ୍ତବ ମଧ୍ୟ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ସେ କୋର୍ଟରେ ହାଜର ହୋଇନଥିଲେ । ଏହାପରେ ଜାନୁଆରୀ ୧୮ରେ ପୋଲିସ ସୋନଲ ଶ୍ରୀବାସ୍ତବଙ୍କୁ ପୋଲିସ ଗିରଫ କରି କୋର୍ଟରେ ହାଜର କରିଥିଲା । ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ହେପାଜତକୁ ପଠାଇ ଦିଆଯାଇଥିଲା । ତେବେ ଜାମିନ ପାଇଁ ସୋନାଲଙ୍କ ଓକିଲ ଆବେଦନ କରିଥିବା ବେଳେ ୧୯ ଜାନୁଆରୀ ସନ୍ଧ୍ୟାରେ ସୋନଲ ଜାମିନ ପାଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୩ ଫେବୃଆରୀରେ ହେବ । ସନା ଖାନ କହିଛନ୍ତି ଯେ ଅସ୍ତ୍ରୋପଚାର ପାଇଁ ୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।