ଓଡିଶା

odisha

ETV Bharat / bharat

Love Jihad: ନାମ ବଦଳାଇ ଯୁବତୀଙ୍କୁ କରୁଥିଲା ବିବାହ, ବାନ୍ଧିଲା ପୋଲିସ

ନୋଏଡାରେ ଲଭ ଜିହାଦ ମାମଲା ସାମ୍ନାକୁ ଆସିଛି । ଛଦ୍ମନାମ କରି ଯୁବତୀଙ୍କୁ ବିବାହ ପାଇଁ କରିଥିଲେ ଯୋଜନା । ବିବାହର ଗୋଟିଏ ଦିନ ପରେ ଅଭିଯୁକ୍ତ ଯୁବକଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

Love Jihad
ନାମ ବଦଳାଇ ଯୁବତୀଙ୍କୁ କରିଥିଲେ ବିବାହ, ବାନ୍ଧିଲା ପୋଲିସ

By

Published : Dec 13, 2022, 2:21 PM IST

ନୂଆଦିଲ୍ଲୀ: ରାଜଧାନୀରେ ଲଭ ଜିହାଦ ମାମଲା । ଜାତୀୟ ରାଜଧାନୀ ଗ୍ରେଟର ନୋଏଡା ଦାଦାରି ଥାନା ଅଞ୍ଚଳରେ ଜଣେ ମୁସଲିମ ଯୁବକ ନାମ ପରିବର୍ତ୍ତନ କରି ଜଣେ ଅନ୍ୟ ସମ୍ପ୍ରଦାୟର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ କରିଥିବା ସୂଚନା ମିଳିଛି । ନାମ ପରିବର୍ତ୍ତନ କରି ବିବାହ କରିବାକୁ ଯାଉଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହା ପରେ ଯୁବକ ଜଣଙ୍କୁ ଗିରଫ କରିଛି ପୋଲିସ ।

ଦାଦାରି ଥାନା ଅଧିକାରୀ ଉମେଶ ବାହାଦୂର ସିଂଙ୍କ ସୂଚନା ଅନୁସାରେ, ''ଉତ୍ତରାଖଣ୍ଡ ଅଲମୋଡାରେ ରହୁଥିବା ଜଣେ ଯୁବତୀ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗରେ ଯୁବତୀ ଜଣଙ୍କ ଦାଦାରି ନିବାସୀ ହସିମ ସୈଫ ନାଁରେ ଆଣଥିଲେ । ହସୀମ ନାମ ବଦଳାଇ ଆଶିଷ ରଖିଥିଲା । ଏହାପରେ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା । ମିଛ ଅଭିନୟ କରିଥିଲା । ଏହା ପରେ ତାଙ୍କ ସହ ଅବୈଧ ସମ୍ପର୍କ ରଖି ଭିଡିଓ କରି ତାଙ୍କ ଉପରେ ଚାପ ପକାଇଥିଲା । ମାତ୍ର ବିବାହର ଗୋଟିଏ ଦିନ ପୂର୍ବରୁ ସବୁ କିଛି ପର୍ଦ୍ଦାଫାସ ହୋଇଛି । ଯୁବକଙ୍କ ନାମ ଆଶିଷ ଠାକୁର ନୁହେଁ ହସିନ ସୈଫ । ଥାନାରେ ଅଭିଯୋଗ ଲିଖିତ ପରେ ତାଙ୍କୁ ଗିରଫ କରାଯାଇଛି ।''

ଏହା ମଧ୍ୟ ପଢନ୍ତୁ...ମେଡିକାଲ କଲେଜରେ ଚାଲିଥିଲା ରାଗିଂ, ଛାତ୍ରୀ ସାଜି ପର୍ଦ୍ଦାଫାସ କଲେ ମହିଳା ପୋଲିସ

ମାମଲା ଆଧାରରେ ଉତ୍ତରାଖଣ୍ଡର ରହୁଥିବା ଯୁବତୀ ନୋଏଡା ସ୍ଥିତ ଏକ କମ୍ପାନୀରେ ଚାକିରି କରିଥିଲେ । ଅଭିଯୁକ୍ତ ଯୁବକ ଅନ୍ୟ ଏକ କମ୍ପାନୀରେ କାମ କରୁଥିଲେ । ଯିବା ଆସିବା ସମୟରେ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଯାହା ଧୀରେଧୀରେ ପ୍ରେମରେ ପରିଣତ ହୋଇଥିଲା । ହେଲେ ଯୁବକ ଜଣଙ୍କ ଯୁବତୀଙ୍କ ସହ ବିଶ୍ବାସଘାତ କରିଥିଲେ । ଅଶ୍ଲୀଳ ଭିଡିଓ କରି ଭାଇରାଲ କରିବାକୁ ଧମକ ଦେଇଥିଲେ । ବିବାହ ପାଇଁ ଚାପ ପକାଇଥିଲା । ଖାଲି ସେତିକି ନୁହେଁ ଅଭିଯୁକ୍ତ ଯୁବତୀଙ୍କୁ ବିକ୍ରି କରିବାକୁ ଦାଦରି ବଜାରକୁ ମଧ୍ୟ ନେଇଥିଲା ।

ABOUT THE AUTHOR

...view details