ଡେରାଡୁନ: ଉତ୍ତରାଖଣ୍ଡ ନୈନିତାଲର ରାମନଗର ଇଲାକାରେ ଏକ ଲଭ୍ ଜିହାଦ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମୁସଲିମ୍ ଯୁବକ ଛଦ୍ମ ନାମ ଓ ଧର୍ମ କହି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଏହାପରେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ସତ ଜଣା ପଡ଼ିବା ପରେ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ । ଏଥିରେ ରାଜି ନହେବାରୁ ତାଙ୍କ ସହ ମାରପିଟ୍ କରିଥିବା ଅଭିଯୋଗ ହୋଇଛି ।
Love Jihad in Uttarakhand: ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲେ ଯୁବକ - ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ
ପ୍ରେମ ଜାଲରେ ଫସାଇ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲେ ଯୁବକ । ଉତ୍ତରାଖଣ୍ଡ ନୈନିତାଲର ରାମନଗର ଇଲାକାରେ ଏକ ଲଭ୍ ଜିହାଦ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମୁସଲିମ୍ ଯୁବକ ଛଦ୍ମ ନାମ ଓ ଧର୍ମ କହି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଅଧିକ ପଢ଼ନ୍ତୁ
ଏହାକୁ ନେଇ ରାମନଗଗର ୫ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି ପୀଡ଼ିତା । ରାମନଗର ବଙ୍ଗାଘର ଅଞ୍ଚଳରେ ରହୁଥିବା ସାକିବ ସୈଫୀ ନିଜକୁ ଶିବା ଠାକୁର କହି ଜଣେ ହିନ୍ଦୁ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ପ୍ରଥମେ ବନ୍ଧୁତ୍ବ ପରେ ପ୍ରେମରେ ଫସାଇ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ତେବେ କୌଣସି ମତେ ଯୁବତୀ ଜଣକ ସତ ଜାଣି ପାରିଥିଲେ । ଏହାପରେ ସମ୍ପୃକ୍ତ ଯୁବକ ଜଣକ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ଚାପ ପକାଇବାକୁ ଲାଗିଲେ । ଏଥିରେ ରାଜି ନହେବାରୁ ଯୁବତୀ ଜଣଙ୍କୁ ମାରପିଟ୍ କରିଥିଲେ ଅଭିଯୁକ୍ତ ।
ଏହାକୁ ନେଇ ପୀଡ଼ିତା ସାକିବ ସୈଫୀଙ୍କ ସହ ତାଙ୍କ ପରିବାର ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ଧର୍ମ ପରିବର୍ତ୍ତନ ନକରିବାରୁ ଯୁବତୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଅଭିଯୁକ୍ତ ସାକିବ ଯୁବତୀଙ୍କ ଭଉଣୀ ପଛରେ ମଧ୍ୟ ପଡ଼ି ଯାଇଥିଲା । ଏହାକୁ ନେଇ ପୋଲିସ ମୋଟ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଏକ ଟିମ୍ ଗଠନ କରିଥିବା ସୂଚନା ମିଳିଛି ।