ପାଟନା: ବିହାରର କଟିହାର ଜିଲ୍ଲାରେ ଲଭ ଜିହାଦ ମାମଲା ସାମ୍ନାକୁ ଆସିଛି (Love Jihad in Bihar)। ଜଣେ ମୁସଲମାନ ଯୁବକ ପରିଚୟ ଗୋପନ ରଖି ଛଦ୍ମନାମ ଓ ପରିଚୟରେ ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ବିବାହ ପରେ ଯୁବତୀଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରାଯିବା ସହ ହତ୍ୟା ଧମକ ଦେଇଛି ସମ୍ପୃକ୍ତ ଯୁବକ । ଏନେଇ ପ୍ରଥମେ ପୋଲିସର ଦ୍ବାରସ୍ଥ ହେବା ସହ ପରେ ସ୍ଥାନୀୟ କଟିହାର କୋର୍ଟରେ ଦ୍ବାରସ୍ଥ ହୋଇ ପୀଡିତାଜଣଙ୍କ ନ୍ୟାୟ ଭିକ୍ଷା କରିଛନ୍ତି ।
ପୀଡିତା କରିଥିବା ଅଭିଯୋଗ ଅନୁସାରେ, ପ୍ରଥମେ ଫେସବୁକରେ ଉଭୟଙ୍କ ମଧ୍ୟରେ ପରିଚୟ ଓ ବନ୍ଧୁତା ହୋଇଥିଲା । ସେତେବେଳେ ନିଜକୁ ହିନ୍ଦୁ ବୋଲି ପରିଚୟ ଦେଇଥିଲା ସମ୍ପୃକ୍ତ ଇସଲାମ ଯୁବକ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଉଭୟ ବିବାହ ମଧ୍ୟ କରିଥିଲେ । ବିବାହ ପରେ ସମ୍ପୃକ୍ତ ଯୁବକ ମୁସଲମାନ ବୋଲି ଜାଣିବାକୁ ପାଇଥିଲେ ଯୁବତୀ । ଯୁବତୀଙ୍କୁ ମଧ୍ୟ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଥିବା ବେଳେ ଏଥିରେ ବିରୋଧ କଲେ ହତ୍ୟା କରିବା ପାଇଁ ଧମକ ଦେଉଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।