ଓଡିଶା

odisha

ETV Bharat / bharat

ପ୍ରେମ ପାଇଁ ପ୍ୟାରିସରୁ ଆସି କୋଲକତାରେ ପହଞ୍ଚିଲେ ପ୍ରେମିକା - ପାଟ୍ରିକା ଓ କୁନ୍ତଲଙ୍କ ଲଭ ଷ୍ଟୋରି

ଡେଟିଂ ସାଇଟରୁ ଆରମ୍ଭ ହେଲା ପ୍ରେମ । ଭାରତୀୟ ଯୁବକଙ୍କ ପ୍ରେମରେ ପଡି ପ୍ୟାରିସରୁ ଆସି କୋଲକାତାରେ ପହଞ୍ଚିଲେ ବିଦେଶିନୀ ପ୍ରେମିକା । ଅଧିକ ପଢନ୍ତୁ

ପ୍ରେମ ପାଇଁ ପ୍ୟାରିସରୁ ଆସି କୋଲକତାରେ ପହଞ୍ଚିଲା ପ୍ରେମିକା
ପ୍ରେମ ପାଇଁ ପ୍ୟାରିସରୁ ଆସି କୋଲକତାରେ ପହଞ୍ଚିଲା ପ୍ରେମିକା

By

Published : Jul 30, 2022, 3:52 PM IST

କୋଲକାତା: ଅନ୍ତର୍ଜାତୀୟ ଡେଟିଂ ସାଇଟରୁ ଆରମ୍ଭ ହେଲା ପ୍ରେମ । ଭାରତୀୟ ଯୁବକଙ୍କ ପ୍ରେମରେ ପଡିଲେ ପ୍ୟାରିସର ଯୁବତୀ । ଶେଷରେ ସାତ ସମୁଦ୍ର ତେର ନଇଁ ପାର କରି ପ୍ରେମିକ ପାଖରେ ପହଞ୍ଚିଲେ ବିଦେଶୀ ପ୍ରେମିକା । ପ୍ରେମକୁ ପାଇବା ପାଇଁ ପ୍ୟାରିସରୁ ଆସି ଭାରତର ପଣ୍ଡୁଆରେ ପହଞ୍ଚିଛନ୍ତି ପ୍ରେମିକା । ଆଉ ଏଥିପାଇଁ ତାଙ୍କୁ ୮୦୦୦ କିଲୋମିଟର ଅତିକ୍ରମ କରିବାକୁ ପଡିଛି । କୁହାଯାଏ ପ୍ରେମ ମାନେ ନି ବନ୍ଧ ବାଡ, ଯାହା ଦେଖିବାକୁ ମିଳିଛି ଏହି ପ୍ରେମୀ ଯୁଗଳଙ୍କ କ୍ଷେତ୍ରରେ ।

ପ୍ରେମ ପାଇଁ ପ୍ୟାରିସରୁ ଆସି କୋଲକତାରେ ପହଞ୍ଚିଲା ପ୍ରେମିକା

ପାଟ୍ରିକା ଓ କୁନ୍ତଲଙ୍କ ଲଭ ଷ୍ଟୋରି

ପାଟ୍ରିକା ବାରୋଟା ହେଉଛନ୍ତି ଜଣେ ବିଦେଶୀ ନାଗରିକ ଓ କୁନ୍ତଲ ଭଟ୍ଟାଚାର୍ଯ୍ୟ ହେଉଛନ୍ତି ଜଣେ ଭାରତୀୟ । କିଛି ମାସ ପୂର୍ବରୁ ଉଭୟ ଏକ ଡେଟିଂ ସାଇଟରେ ପରିଚିତ ହୋଇଥିଲେ । ଏହାପରେ ଭିଡିଓ କଲିଂରେ ପ୍ରଥମେ କଥା ହୋଇଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଭାଷାକୁ ନେଇ ସମସ୍ୟା ଉପୁଜିଥିଲା । ଗୁଗୁଲ ଟ୍ରାନ୍ସଲେଟର ବ୍ୟବହାର କରି ଉଭୟ ଭାଷାର ଆଦାନପ୍ରଦାନ କରୁଥିଲେ । ଦିନ ଗଡିବା ସହ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ମଜବୁତ ହେଲା । ଶେଷରେ ପ୍ରେମିକ ପାଖରେ ପହଞ୍ଚିବାକୁ ପ୍ରେମିକା ନିଷ୍ପତି ନେଲା ।

ଏହାପରେ ଜୁଲାଇ ୧୩ ତାରିଖରେ ପାଟ୍ରିକା ଭାରତ ଆସୁଛନ୍ତି ବୋଲି କୁନ୍ତଲଙ୍କୁ ଜଣାଇଥିଲେ । ପ୍ରଥମେ ସେ ଭାରତରେ ପହଞ୍ଚିବା ପରେ ଦିଲ୍ଲୀରୁ କୋଲକାତା ଆସିଥିଲେ । ଆଉ ଶେଷରେ ବେଙ୍ଗଲି ପ୍ରମିକଙ୍କ ଘର ପଣ୍ଡୁଆରେ ପହଞ୍ଚିଥିଲେ । ଏହାପରେ ଉଭୟ ଲିଭ ଇନ ରିଲେସନସିପରେ ଅଛନ୍ତି । ଉଭୟ କେବେ ବିବାହ କରିବେ ସେନେଇ ଘୋଷଣା କରିନାହାନ୍ତି ତାରିଖ ।

ABOUT THE AUTHOR

...view details