ଓଡିଶା

odisha

ETV Bharat / bharat

Loudspeaker Controversy: ଝାନ୍ସିର ମନ୍ଦିର ଓ ମସ୍‌ଜିଦରୁ ହଟିଲା ଲାଉଡସ୍ପିକର - ଝାନ୍ସୀର ମସଜିଦ୍‌ ଓ ମନ୍ଦିରରୁ ହଟିଲ ଲାଉଡ ସ୍ପିକର

ସାମ୍ପ୍ରଦାୟିକ ହିଂସାକୁ ହ୍ରାସ କରିବା ଲାଗି ଝାନ୍ସିରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଲାଗିଥିବା ଲାଉଡ ସ୍ପିକର ହ୍ରାସ କରାଯାଉଛି । ଝାନ୍ସି ଜିଲ୍ଲା ଅନ୍ତର୍ଗତ ବଡ ଗାଁର ଆଖପାଖରେ ଥିବା ବିଭିନ୍ନ ମନ୍ଦିର ଓ ମସଜିଦ୍‌ରୁ ଲାଉଡ ସ୍ପିକର ଅପସାରଣ କରାଯାଉଛି । ଅଧିକ ପଢନ୍ତୁ

ଲାଉଡ ସ୍ପିକର ବିବାଦ: ଝାନ୍ସୀର ମସଜିଦ୍‌ ଓ ମନ୍ଦିରରୁ ହଟିଲା ସ୍ପିକର
ଲାଉଡ ସ୍ପିକର ବିବାଦ: ଝାନ୍ସୀର ମସଜିଦ୍‌ ଓ ମନ୍ଦିରରୁ ହଟିଲା ସ୍ପିକର

By

Published : Apr 24, 2022, 8:47 PM IST

ଲକ୍ଷ୍ନୌ:ସାମ୍ପ୍ରଦାୟିକ ହିଂସାକୁ ହ୍ରାସ କରିବା ଲାଗି ଝାନ୍ସିରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ ଲାଗିଥିବା ଲାଉଡ ସ୍ପିକର ହ୍ରାସ କରାଯାଉଛି । ଝାନ୍ସି ଜିଲ୍ଲା ଅନ୍ତର୍ଗତ ବଡ ଗାଁର ଆଖପାଖରେ ଥିବା ବିଭିନ୍ନ ମନ୍ଦିର ଓ ମସଜିଦ୍‌ରୁ ଲାଉଡ ସ୍ପିକର ଅପସାରଣ କରାଯାଉଛି । ଏଥିସହ ଏହି ସବୁ ଧାର୍ମିକ ଅନୁଷ୍ଠାନରେ ପରିଚାଳକ କହିଛନ୍ତି ଯେ, ବର୍ତ୍ତମାନ ଏପରି ଲାଉଡ ସ୍ପିକର ବ୍ୟବହାର କରିବେ ଯାହା ଦ୍ବାରା ଧ୍ୱନି ମନ୍ଦିର ପରିସର ବାହାରକୁ ଯିବନାହିଁ । ଧର୍ମ ନାଁରେ ଦଙ୍ଗା ସ୍ଥିତି କରୁଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟକୁ ଜାତୀୟ ଏକତାର ଉଦାହରଣ ଦେଇ ସଫଳ ହେବାକୁ ଦେଇନଥିଲେ ଝାନ୍ସିର ରାଣୀ ଲକ୍ଷ୍ମୀବାଇ । ଏହି କାରଣରୁ ଆଜି ପର୍ଯ୍ୟନ୍ତ ଧର୍ମ ନାମରେ ଏଠାରେ କୌଣସି ଦଙ୍ଗା ହୋଇ ନାହିଁ ।

ଲାଉଡ ସ୍ପିକର ବିବାଦ: ଝାନ୍ସୀର ମସଜିଦ୍‌ ଓ ମନ୍ଦିରରୁ ହଟିଲା ସ୍ପିକର

ଦେଶରେ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ରୋକ୍‌ ଲଗାଇବା ଲାଗି ବିଭିନ୍ନ ରାଜ୍ୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହିକ୍ରମରେ ଝାନ୍ସିରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସରକାରଙ୍କ ଆଦେଶ ପାଳନ କରିଛନ୍ତି । ଦେଶର ଅନେକ ସ୍ଥାନରେ ଲାଉଡ୍‌ ସ୍ପିକର ଲାଗିବାକୁ ନେଇ ବିବାଦ ଘନଉଥିବା ବେଳେ ଉତ୍ତରପ୍ରଦେଶ ସରକାର ଏକ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଆଦେଶ ଅନୁଯାୟୀ, ବିନା ଅନୁମତିରେ ଲାଉଡ ସ୍ପିକର ଏବଂ ମାଇକ୍‌ କୌଣସି ଧାର୍ମିକ ଅନୁଷ୍ଠାନରେ ବ୍ୟବହାର ହୋଇପାରିବ ନାହିଁ । ମନ୍ଦିରରେ ଲାଉଡ ସ୍ପିକର ବ୍ୟବହାର ଲାଗି ଏକ ସର୍ତ୍ତ ମଧ୍ୟ ରଖିଛନ୍ତି ସରକାର ।

ସର୍ତ୍ତ ଅନୁସାରେ, ଲାଉଡ ସ୍ପିକରର ଧ୍ବନି ଧର୍ମାନୁଷ୍ଠାନ ପରିସର ବାହରୁ ଯେପରି ନ ଯିବ ସେଥିପ୍ରତି ଧ୍ୟାନ ଦେବାକୁ ହେବ । ଏପଟେ ବଡା ଗ୍ରାମରେ ଥିବା ସୁନ୍ନି ଜାମା ମସଜିଦରୁ ଲାଉଡ ସ୍ପିକର ହଟିଥିବା ବେଳେ ରାମ ଜାନକୀ ମନ୍ଦିରରୁ ମଧ୍ୟ ଲାଉଡ ସ୍ପିକର କଢା ଯାଇଛି । ଏଥିସହ ମସଜିଦ୍‌ର ଇମାମ୍‌ ହାଫିଜ ମହମ୍ମଦ ତାଜ ଆଲାମ କହିଛନ୍ତି ଯେ, ଲାଉଡ ସ୍ପିକରଗୁଡ଼ିକୁ ଓହ୍ଲାଇବାକୁ କୁହାଯାଇଥିବା ବେଳେ ସରକାରୀ ନିର୍ଦ୍ଦେଶକୁ ଅନୁସରଣ କରି ଆମେ ଲାଉଡସ୍ପିକର ହଟାଇଛୁ ।

ଅନ୍ୟପଟେ ସେ କହିଛନ୍ତି ଯେ, ଲାଉଡ ସ୍ପିକର ବ୍ୟବହାର କରିବୁ, ଯାହାର ଧ୍ବନି ମସଜିଦ ପରିସର ବାହାରକୁ ଯିବ ନାହିଁ । ଏଥି ସହିତ ରାମ ଜାନକୀ ମନ୍ଦିରର ମହନ୍ତ ଶ୍ୟାମ ମୋହନ ଦାସ କହିଛନ୍ତି ଯେ, ଉଭୟ ସମ୍ପ୍ରଦାୟର ଲୋକମାନେ ପ୍ରଥମେ ବସି ପରସ୍ପର ସହ କଥା ହୋଇଥିଲେ ଏବଂ ଏହା ପରେ ଆମେ ସ୍ଥିର କରିଥିଲୁ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ଲାଉଡ ସ୍ପିକର ଲଗାଇଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details