ଓଡିଶା

odisha

ETV Bharat / bharat

୨୧ ଲକ୍ଷ ଟଙ୍କାର ଟମାଟୋ ଚୋରି ! ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଖାଲି ହୋଇଗଲା ଟ୍ରକ୍‌ - ଟମାଟୋ ଦର

ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ବେଳକୁ ଖାଲି ହୋଇଗଲା ଟମାଟୋ ବୋଝେଇ ଟ୍ରକ୍‌ । କର୍ଣ୍ଣାଟକରୁ ଯାଉଥିଲା ରାଜସ୍ଥାନ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 1, 2023, 6:50 AM IST

ବେଙ୍ଗାଲୁରୁ:ଟମାଟୋ ଦର ବୃଦ୍ଧି ପାଇବା ପରେ ଅନେକ ଚାଷୀ କୋଟିପତି ହୋଇଛନ୍ତି । ସେପଟେ ଖଳ ପ୍ରକୃତିର ଲୋକ ମନ୍ଦ ଉପାୟରେ ମଧ୍ୟ କୋଟିପତି ହେବାର ସ୍ବପ୍ନ ନେଇ ଚୋରି କରୁଛନ୍ତି ଟମାଟୋ । କେତେବେଳେ ରାତି ଅଧିଆ ଘର ବାହାରୁ ଚାଷୀର ଟମାଟୋ ଚୋରି କରୁଛନ୍ତି ତ କେଉଁଠି ଲୁଟ୍‌ପାଟ୍‌ କରୁଛନ୍ତି । ଏମିତି ଏକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି । କର୍ଣ୍ଣାଟକ କୋଲାରରୁ ଏକ ଟମାଟୋ ବୋଝେଇ ଟ୍ରକ୍‌ ନିଜ ଗନ୍ତବ୍ୟସ୍ଥଳ ରାଜସ୍ଥାନ ଜୟପୁରରେ ପହଞ୍ଚିବା ବେଳକୁ ଖାଲି ହୋଇଯାଇଛି । ପ୍ରାୟ ୨୧ ଲକ୍ଷ ମୂଲ୍ୟର ଟମାଟୋ ଚୋରି ହୋଇଥିବା ନେଇ ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ୨୭ ତାରିଖରେ କର୍ଣ୍ଣାଟକ କୋଲାରରୁ ଏକ ଟ୍ରକ ୨୧ ଲକ୍ଷ ମୂଲ୍ୟର ୭୫୦ଟି ଟମାଟୋ ବାକ୍ସ ଧରି ରାଜସ୍ଥାନ ଜଲୋର ଜିଲ୍ଲା ଅଭିମୁଖେ ବାହାରିଥିଲା । ଏହି ଟମାଟୋକୁ APMC ମାର୍କେଟର ସାଗଲେନ ଏଜି ଟ୍ରେଡର୍ସ ଓ ମୁନିରେଡ୍ଡି ଏସଭିଟି ଟ୍ରେଡର୍ସ ପକ୍ଷରୁ ପଠାଯାଇଥିଲା । ରବିବାର ରାଜସ୍ଥାନ ଜୟପୁରରେ ଟ୍ରକଟି ପହଞ୍ଚିବାର ଥିଲା । ମେହାଟ ଟ୍ରାନ୍ସପୋର୍ଟ ଏହି ଟମାଟୋ ସ୍ଥାନାନ୍ତର ପାଇଁ ଦାୟିତ୍ବ ନେଇଥିଲା । ତେବେ ରବିବାର ଜୟପୁରରେ ଟମାଟୋ ନ ପହଞ୍ଚିବା ପରେ ମେହାଟ ଟ୍ରାନ୍ସପୋର୍ଟର ମାଲିକ ସଦିକ୍‌ ଡ୍ରାଇଭରକୁ ଯୋଗାଯୋଗ କରିଥିଲେ ସୁଦ୍ଧା ଉତ୍ତର ମିଳିନଥିଲା । ଏହାପରେ APMC ଟ୍ରେଡର୍ସ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ଏହା ବି ପଢନ୍ତୁ- ବିଲାତି ପାଇଁ ବନ୍ଧକ: ଟମାଟୋ ନେଇ ଛୁ ମାରିଲା ଗ୍ରାହକ, ବନ୍ଧା ପଡିଲେ 2 ନାବାଳକ

ପୋଲିସର ସୂଚନା ଅନୁସାରେ ଟ୍ରକ୍‌ ଡ୍ରାଇଭର ଅନୱାର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଟମାଟୋ ନେଇ ଫେରାର ମାରିଛି । ଏହାପରେ ସେ ଗୁଜୁରାଟ ଅହମ୍ମଦାବାଦ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଟମାଟୋ ବିକ୍ରି କରିଛି । ଡ୍ରାଇଭର ଜଣକ ରାଜସ୍ଥାନ ଜଲୋରଠାରେ ଟ୍ରକକୁ ଛାଡ଼ି ଫେରାର ମାରିଥିବା ପୋଲିସ କହିଛି । ଜଲୋର ପେଟ୍ରୋଲ ପମ୍ପ ନିକଟରୁ ଖାଲି ଟ୍ରକ୍‌କୁ ଜବତ କରିଛି ପୋଲିସ । ଏହାପରେ ମେହାଟ ଟ୍ରାନ୍ସପୋର୍ଟ ମାଲିକ ସଦିକ୍‌ ଏନେଇ ଗୁଜୁରାଟ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।

ସୂଚନା ଥାଉ କି କର୍ଣ୍ଣାଟକ କୋଲାର ସ୍ଥିତ APMC ମାର୍କେଟ ହେଉଛି ଏସିଆର ସର୍ବବୃହତ ଟମାଟୋ ବଜାର । ଏଠାରୁ ଦେଶର ବିଭିନ୍ନ ରାଜ୍ୟକୁ ଟମାଟୋ ପଠାଯାଇଥାଏ । ଯେତେବେଳେ ଟମାଟୋ ଦର ୨୦୦ ଟଙ୍କା ଅତିକ୍ରମ କରିଥିଲା ସେତେବେଳେ ଏହି ବଜାରରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲା । ଏପରିକି ସୁରକ୍ଷାକୁ ଦୃଷ୍ଟିରେ ରଖି ମଣ୍ଡି ମାଲିକମାନେ ସିସିଟିଭି କ୍ୟାମେରା ମଧ୍ୟ ସ୍ଥାପିତ କରିଥିଲେ ।

ABOUT THE AUTHOR

...view details