ଓଡିଶା

odisha

ETV Bharat / bharat

Lok Sabha: 2 ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡିଲେ ବାଚସ୍ପତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ଲୋକସଭା ରେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଅସନ୍ତୋଷ ଜାହିର କଲେ ବାଚସ୍ପତି ଓମ ବିର୍ଲା । ଆଜି ପ୍ରଶ୍ନକାଳ ଅବସରରେ 2 ମନ୍ତ୍ରୀଙ୍କ ଉପରେ ଏହି ଅସନ୍ତୋଷ ଜାହିର କରିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ

ଓମ ବିର୍ଲା
ଓମ ବିର୍ଲା

By

Published : Mar 15, 2022, 10:41 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (Pradhan Mantri Awas Yojana) ସମ୍ପର୍କିତ ଲୋକସଭା (LokSabha) ରେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଅସନ୍ତୋଷ ଜାହିର କଲେ ବାଚସ୍ପତି ଓମ ବିର୍ଲା (Lok Sabha Speaker Om Birla) । ଆଜି ପ୍ରଶ୍ନକାଳ ଅବସରରେ 2 ମନ୍ତ୍ରୀଙ୍କ ଉପରେ ଏହି ଅସନ୍ତୋଷ ଜାହିର କରିଛନ୍ତି ବାଚସ୍ପତି ।

ଆଜି (ମଙ୍ଗଳବାର) ଲୋକସଭା ପ୍ରଶ୍ନକାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ପ୍ରଶ୍ନ ଉତ୍ତର ଚାଲିଥିଲା । ଗୋଟିଏ ସମାନ ପ୍ରଶ୍ନରେ କ୍ୟାବିନେଟ ମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀ ଉତ୍ତର ରଖିଥିଲେ । ଯାହାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ବାଚସ୍ପତି ଓମ ବିର୍ଲା ।

ପ୍ରଶ୍ନକାଳରେ DMK ସାଂସଦ DN ସେନ୍ଥିଲ କୁମାର ପ୍ରଥମେ ମୂଳ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇଥିଲେ ଗ୍ରାମୀଣ ବିକାଶ ରାଜ୍ୟ ମନ୍ତ୍ରୀ (Minister of State Rural Development) ସ୍ବାଧ୍ବୀ ନିରଞ୍ଜନ ଜ୍ୟୋତି (Sadhvi Niranjan Jyoti)। ପରେ ଅତିରିକ୍ତ ପ୍ରଶ୍ନ (Supplementary Question) କରିଥିଲେ ସାଂସଦ । ଆଉ ଉତ୍ତର ଦେବାକୁ ଛିଡା ହୋଇଥିଲେ ଗ୍ରାମୀଣ ବିକାଶ କ୍ୟାବିନେଟ ମନ୍ତ୍ରୀ ଗିରିରାଜ ସିଂ (Giriraj Singh) ।

ଏହା ଦେଖି ବାଚସ୍ପତି ଅସନ୍ତୋଷ ଜାହିର କରିବା ସହ କିଏ ଉତ୍ତର ଦେବେ ତାହା ଉଭୟ ମନ୍ତ୍ରୀ ନିଷ୍ପତ୍ତି କରନ୍ତୁ । ସମାନ ପ୍ରସଙ୍ଗରେ 2 ଜଣ ମନ୍ତ୍ରୀ ଉତ୍ତର ଦେଇ ପାରିବେ ନାହିଁ ବୋଲି ଶୁଣାଇଥିଲେ ବାଚସ୍ପତି । ଫଳରେ ଗିରିରାଜ ସିଂ ନିଜ ଆସନରେ ବସିପଡିଥିଲେ । ଆଉ ଉତ୍ତର ଦେଇଥିଲେ ରାଜ୍ୟ ମନ୍ତ୍ରୀ । ସଂସଦୀୟ ଇତିହାସରେ ଏଭଳି ଚିତ୍ର କେବେ ଦେଖାଯାଇନଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି ।

ABOUT THE AUTHOR

...view details